ଡାକ୍ତରଙ୍କ ସୁରକ୍ଷା ପାଇଁ ଗଠନ ହେବ କମିଟି, କାର୍ଯ୍ୟରେ ଯୋଗ ଦେବାକୁ କେନ୍ଦ୍ର ସରକାରଙ୍କ ଅପିଲ୍‌

କୋଲକାତା: ଆରଜି କର ମେଡିକାଲ କଲେଜ ଏବଂ ହସପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ପ୍ରସଙ୍ଗରେ ଦେଶବ୍ୟାପୀ ଧର୍ମଘଟ କରିଛି ବିଭିନ୍ନ ମେଡିକାଲ ସଂଗଠନ। ଭାରତୀୟ ମେଡିକାଲ ଆସୋସିଏସନ (ଆଇଏମଏ), ରେସିଡେଣ୍ଟ ଡକ୍ଟର୍ସ ଆସୋସିଏସନ (ଆରଡିଏ) ସମେତ ଅନେକ ସଂଗଠନ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି। ସାରା ଦେଶରେ ଚିକିତ୍ସା ସେବା ବାଧାପ୍ରାପ୍ତ ହୋଇଛି। ଚିକିତ୍ସା ନପାଇ ରୋଗୀଙ୍କ ଅବସ୍ଥା ଦୟନୀୟ ହୋଇପଡିଛି। ତେବେ ଏହି ପ୍ରସଙ୍ଗକୁ ଅତି ଗୁରୁତର ସହ ନେଇଛନ୍ତି କେନ୍ଦ୍ର ସରକାର। ଯଥାଶୀଘ୍ର କାର୍ଯ୍ୟକୁ ଫେରିବାକୁ ଡାକ୍ତରମାନଙ୍କୁ ନିବେଦନ କରିଛନ୍ତି।ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ସରକାରୀ ଡାକ୍ତରଖାନାର FORDA, ଆଇଏମଏ ଏବଂ ଆରଡିଏ ଦ୍ୱାରା ଦାବିକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସେମାନଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଏକ କମିଟି ଗଠନ କରୁଛି। ଏହି କମିଟି ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସୁରକ୍ଷା ସମ୍ବନ୍ଧରେ ସମସ୍ତ ସମ୍ଭାବ୍ୟ ପଦକ୍ଷେପଗୁଡିକର ବିବରଣୀ ପ୍ରଦାନ କରିବ। ବ୍ୟକ୍ତିଗତ ପ୍ରତିନିଧୀ ତଥା ରାଜ୍ୟ ସରକାର ମଧ୍ୟ ଏହି କମିଟିକୁ ପରାମର୍ଶ ଦେବା ସ୍ୱାଗତଯୋଗ୍ୟ ହେବ। ଡେଙ୍ଗୁ ଏବଂ ମ୍ୟାଲେରିଆ ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ସ୍ୱାର୍ଥରେ କାମକୁ ଫେରିବାକୁ ନିବେଦନ କରିଛନ୍ତି।ସୂଚନାଯୋଗ୍ୟ ଯେ ପଶ୍ଚିମବଙ୍ଗର କୋଲକାତା ଆର.ଜି କର ମେଡିକାଲ କଲେଜ ହସପିଟାଲରେ ଜଣେ ତାଲ

ଡାକ୍ତରଙ୍କ ସୁରକ୍ଷା ପାଇଁ ଗଠନ ହେବ କମିଟି, କାର୍ଯ୍ୟରେ ଯୋଗ ଦେବାକୁ କେନ୍ଦ୍ର ସରକାରଙ୍କ ଅପିଲ୍‌

କୋଲକାତା: ଆରଜି କର ମେଡିକାଲ କଲେଜ ଏବଂ ହସପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ପ୍ରସଙ୍ଗରେ ଦେଶବ୍ୟାପୀ ଧର୍ମଘଟ କରିଛି ବିଭିନ୍ନ ମେଡିକାଲ ସଂଗଠନ। ଭାରତୀୟ ମେଡିକାଲ ଆସୋସିଏସନ (ଆଇଏମଏ), ରେସିଡେଣ୍ଟ ଡକ୍ଟର୍ସ ଆସୋସିଏସନ (ଆରଡିଏ) ସମେତ ଅନେକ ସଂଗଠନ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି। ସାରା ଦେଶରେ ଚିକିତ୍ସା ସେବା ବାଧାପ୍ରାପ୍ତ ହୋଇଛି। ଚିକିତ୍ସା ନପାଇ ରୋଗୀଙ୍କ ଅବସ୍ଥା ଦୟନୀୟ ହୋଇପଡିଛି। ତେବେ ଏହି ପ୍ରସଙ୍ଗକୁ ଅତି ଗୁରୁତର ସହ ନେଇଛନ୍ତି କେନ୍ଦ୍ର ସରକାର। ଯଥାଶୀଘ୍ର କାର୍ଯ୍ୟକୁ ଫେରିବାକୁ ଡାକ୍ତରମାନଙ୍କୁ ନିବେଦନ କରିଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ସରକାରୀ ଡାକ୍ତରଖାନାର FORDA, ଆଇଏମଏ ଏବଂ ଆରଡିଏ ଦ୍ୱାରା ଦାବିକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସେମାନଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଏକ କମିଟି ଗଠନ କରୁଛି। ଏହି କମିଟି ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସୁରକ୍ଷା ସମ୍ବନ୍ଧରେ ସମସ୍ତ ସମ୍ଭାବ୍ୟ ପଦକ୍ଷେପଗୁଡିକର ବିବରଣୀ ପ୍ରଦାନ କରିବ। ବ୍ୟକ୍ତିଗତ ପ୍ରତିନିଧୀ ତଥା ରାଜ୍ୟ ସରକାର ମଧ୍ୟ ଏହି କମିଟିକୁ ପରାମର୍ଶ ଦେବା ସ୍ୱାଗତଯୋଗ୍ୟ ହେବ। ଡେଙ୍ଗୁ ଏବଂ ମ୍ୟାଲେରିଆ ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ସ୍ୱାର୍ଥରେ କାମକୁ ଫେରିବାକୁ ନିବେଦନ କରିଛନ୍ତି।

ସୂଚନାଯୋଗ୍ୟ ଯେ ପଶ୍ଚିମବଙ୍ଗର କୋଲକାତା ଆର.ଜି କର ମେଡିକାଲ କଲେଜ ହସପିଟାଲରେ ଜଣେ ତାଲିମପ୍ରାପ୍ତ ମହିଳା ଡାକ୍ତରଙ୍କ ହତ୍ୟାକୁ ନେଇ ସାରା ଦେଶରେ ଡାକ୍ତରଙ୍କ ବିରୋଧ ବଢ଼ିବାରେ ଲାଗିଛି। ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ଦେଶବ୍ୟାପୀ ଧର୍ମଘଟ ଘୋଷଣା କରିଛି। 

ଅଗଷ୍ଟ ୯ ତାରିଖ ସକାଳେ ମେଡିକାଲ କଲେଜର ଚତୁର୍ଥ ମହଲାରେ ଥିବା ସେମିନାର ହଲରେ ଡାକ୍ତରଙ୍କ ଅର୍ଦ୍ଧନଗ୍ନ ଶରୀର ମିଳିଥିଲା। ମୃତଦେହ ନିକଟରେ ତାଙ୍କ ମୋବାଇଲ୍ ଏବଂ ଲାପଟପ୍ ଉଦ୍ଧାର କରାଯାଇଛି। ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ପୋଷ୍ଟ ମର୍ଟମ ରିପୋର୍ଟରେ ମହିଳା ଡାକ୍ତରଙ୍କ ସହ ଦୁଷ୍କର୍ମ ହୋଇଥିବା ସ୍ପଷ୍ଟ ହୋଇଛି।