ମାଆ ହେଲେ ୟାମି ଗୌତମ, ଘରକୁ ଆସିଲେ କୁନି ଅତିଥି
ମୁମ୍ଵାଇ ୨୦।୦୫: ବଲିଉଡ୍ ଅଭିନେତ୍ରୀ ୟାମି ଗୌତମ। ତାଙ୍କ ସ୍ଵାମୀ ଆଦିତ୍ୟ ଧରଙ୍କ ଘରକୁ ଏବେ କୁନି ଅତିଥି ଆସିଛନ୍ତି ।ଏନେଇ ଅଭିନେତ୍ରୀ ସୂଚନା ଦେଇଥିଲେ କି ସେ ମାଆ ହେବାକୁ ଯାଉଛନ୍ତି। ତାଙ୍କ ପ୍ରଶଂସକମାନେ ତାଙ୍କର ଏହି ଖୁସି ଖବର ଶଣିବାକୁ ଅପେକ୍ଷା କରିଥିଲେ |ବର୍ତ୍ତମାନ ଅପେକ୍ଷା କରିବାର ସମୟ ସମାପ୍ତ ହୋଇଛି।ଅଭିନେତ୍ରୀ ଇନଷ୍ଟାଗ୍ରାମରେ କହିଛନ୍ତି ଯେ ସେ ଅକ୍ଷୟ ତୃତୀୟା ଦିନ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହା ସହିତ ତାଙ୍କ ପୁଅର ଏକ ସ୍ଵତନ୍ତ୍ର ନାମ ଦେଇଛନ୍ତି, ଯାହାର ଅର୍ଥ ମଧ୍ୟ ଅନନ୍ୟ।View this post on InstagramA post shared by Aditya Dhar (@adityadharfilms)ୟାମିଙ୍କ ସ୍ଵାମୀ ଆଦିତ୍ୟ ଧରଙ୍କ ସହିତ ତାଙ୍କର ପୂର୍ବ ଚଳଚ୍ଚିତ୍ର ଆର୍ଟିକିଲ୍ ୩୭୦ର ଟ୍ରେଲ ର ଲଞ୍ଚରେ ପ୍ରେଗନେନ୍ସି ଘୋଷଣା କରିଥିଲେ। ବର୍ତ୍ତମାନ ଆଦିତ୍ୟ ସୋସିଆଲ ମିଡିଆରେ ଏହି ଖୁସି ଖବର ଜଣାଇଥିଲେ। ଯାହା ପରେ ଦୁହିଁଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।ସୋସିଆଲ ମିଡିଆରେ ଆଦିତ୍ୟ ଲେଖିଛନ୍ତି ଯେ, ସୂର୍ଯ୍ୟ ହସ୍ପିଟାଲର ଉତ୍ସର୍ଗୀକୃତ ଡାକ୍ତର ବିଶେଷ କରି ଡାକ୍ତର ଭୁପେନ୍ଦ୍ର ଆୱସ୍ତି ଏବଂ ଡକ୍ଟର ରଂଜନ ଧନୁଙ୍କୁ ଆମେ ହୃଦୟରୁ କୃତଜ୍ଞତା ଜଣାଉଛୁ।ଆମେ ଆମ ପୁଅର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛୁ | ଏହା ବ୍ୟତୀତ ସେ ଏହି ପୋଷ୍ଟରେ କହିଛନ୍ତି ଯେ ପୁଅର ନାମ ହେଉଛି 'ବେଦାବିଦ୍'। ଯାହାର ଅର୍ଥ ହେଉଛି' ଯିଏ ବେଦକୁ ଜାଣିବା
ମୁମ୍ଵାଇ ୨୦।୦୫: ବଲିଉଡ୍ ଅଭିନେତ୍ରୀ ୟାମି ଗୌତମ। ତାଙ୍କ ସ୍ଵାମୀ ଆଦିତ୍ୟ ଧରଙ୍କ ଘରକୁ ଏବେ କୁନି ଅତିଥି ଆସିଛନ୍ତି ।ଏନେଇ ଅଭିନେତ୍ରୀ ସୂଚନା ଦେଇଥିଲେ କି ସେ ମାଆ ହେବାକୁ ଯାଉଛନ୍ତି। ତାଙ୍କ ପ୍ରଶଂସକମାନେ ତାଙ୍କର ଏହି ଖୁସି ଖବର ଶଣିବାକୁ ଅପେକ୍ଷା କରିଥିଲେ |ବର୍ତ୍ତମାନ ଅପେକ୍ଷା କରିବାର ସମୟ ସମାପ୍ତ ହୋଇଛି।ଅଭିନେତ୍ରୀ ଇନଷ୍ଟାଗ୍ରାମରେ କହିଛନ୍ତି ଯେ ସେ ଅକ୍ଷୟ ତୃତୀୟା ଦିନ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହା ସହିତ ତାଙ୍କ ପୁଅର ଏକ ସ୍ଵତନ୍ତ୍ର ନାମ ଦେଇଛନ୍ତି, ଯାହାର ଅର୍ଥ ମଧ୍ୟ ଅନନ୍ୟ।
ୟାମିଙ୍କ ସ୍ଵାମୀ ଆଦିତ୍ୟ ଧରଙ୍କ ସହିତ ତାଙ୍କର ପୂର୍ବ ଚଳଚ୍ଚିତ୍ର ଆର୍ଟିକିଲ୍ ୩୭୦ର ଟ୍ରେଲ ର ଲଞ୍ଚରେ ପ୍ରେଗନେନ୍ସି ଘୋଷଣା କରିଥିଲେ। ବର୍ତ୍ତମାନ ଆଦିତ୍ୟ ସୋସିଆଲ ମିଡିଆରେ ଏହି ଖୁସି ଖବର ଜଣାଇଥିଲେ। ଯାହା ପରେ ଦୁହିଁଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।ସୋସିଆଲ ମିଡିଆରେ ଆଦିତ୍ୟ ଲେଖିଛନ୍ତି ଯେ, ସୂର୍ଯ୍ୟ ହସ୍ପିଟାଲର ଉତ୍ସର୍ଗୀକୃତ ଡାକ୍ତର ବିଶେଷ କରି ଡାକ୍ତର ଭୁପେନ୍ଦ୍ର ଆୱସ୍ତି ଏବଂ ଡକ୍ଟର ରଂଜନ ଧନୁଙ୍କୁ ଆମେ ହୃଦୟରୁ କୃତଜ୍ଞତା ଜଣାଉଛୁ।ଆମେ ଆମ ପୁଅର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛୁ | ଏହା ବ୍ୟତୀତ ସେ ଏହି ପୋଷ୍ଟରେ କହିଛନ୍ତି ଯେ ପୁଅର ନାମ ହେଉଛି 'ବେଦାବିଦ୍'। ଯାହାର ଅର୍ଥ ହେଉଛି' ଯିଏ ବେଦକୁ ଜାଣିବା'।
କହିବାକୁ ଗଲେ ବେଦ ଏକ ସଂସ୍କୃତ ନାମ। ଯାହା ବେଦ ଏବଂ ବିଦକୁ ନେଇ ଗଠିତ। ବେଦାବିଦ୍ ମଧ୍ୟ ଭଗବାନ ବିଷ୍ଣୁଙ୍କ ନାମ। ଆଦିତ୍ୟ ଧରଙ୍କ ଏହି ପୋଷ୍ଟରେ ସେଲିବ୍ରେଟିମାନେ ବହୁତ ପ୍ରେମ କରୁଛନ୍ତି ଏବଂ ଉଭୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି |ୟାମି ଗୌତମ ଆଦିତ୍ୟ ଧରଙ୍କୁ ୪ ଜୁନ୍ ୨୦୨୧ରେ ବିବାହ କରିଥିଲେ। ଦୁହେଁ ଅତି ସରଳ ଶୈଳୀରେ ବିବାହ କରିଥିଲେ। ତାଙ୍କ ବିବାହରେ କେବଳ ପରିବାର ସଦସ୍ୟ ଯୋଗ ଦେଇଥିଲେ। ଏବେ ବିବାହର ତିନି ବର୍ଷ ପରେ ଦମ୍ପତିଙ୍କ ଘରେ ଖୁସି ଆସିଛି |