୧୦ ‘କିର୍ତ୍ତି ଚକ୍ର’ ଓ ୨୭ ‘ସୌର୍ୟ ଚକ୍ର’ରେ ସଶସ୍ତ୍ରବଳ କର୍ମୀଙ୍କୁ ସମ୍ବର୍ଦ୍ଧିତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ ୫।୭: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ରାଷ୍ଟ୍ର ଲାଗି ସର୍ବସ୍ୱ ବଳିଦାନ ନିମନ୍ତେ ୩୭ ସୈନିକଙ୍କୁ ବୀରତା ପୁରସ୍କାରରେ ସମ୍ବର୍ଦ୍ଧିତ କରିଛନ୍ତି। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ‘ରକ୍ଷା ଅଳଙ୍କରଣ ସମାରୋହ-୨୦୨୪’ ପ୍ରଥମ ପର୍ଯ୍ୟାୟରେ ରାଷ୍ଟ୍ରପତି ୧୦ କିର୍ତ୍ତି ଚକ୍ର ଓ ୨୭ ସୌର୍ଯ୍ୟ ଚକ୍ର ସମ୍ମାନ ପ୍ରଦାନ କରିଛନ୍ତି। ୧୦ରୁ ୭ କିର୍ତ୍ତି ଚକ୍ର ଓ ୨୭ ମଧ୍ୟରୁ ୭ ସୌର୍ଯ୍ୟ ଚକ୍ର ମରଣୋପରାନ୍ତ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଜଗଦ୍ଦୀପ ଧନଖଡ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଉପସ୍ଥିତ ଥିଲେ। ଇନିସପେକ୍ଟର ଦିଲୀପ କୁମାର ଦାସ, ହେଡ କନଷ୍ଟେବଲ ରାଜକୁମାର ୟାଦବ, କନଷ୍ଟେବଲ ବବଲୁ ରାଭା, କନଷ୍ଟେବଲ ଶମ୍ଭୁ ରାୟ, ସିପାହୀ ପବନ କୁମାର, କ୍ୟାପ୍ଟେନ ଅଂଶୁମାନ ସିଂହ ଓ ହାବିଲଦାର ଅବଦୁଲ ମାଜିଦଙ୍କୁ ମରଣୋପରାନ୍ତ କିର୍ତ୍ତି ଚକ୍ରରେ ସମ୍ବର୍ଦ୍ଧିତ କରାଯାଇଛି। ସେହିପରି କନଷ୍ଟେବଲ ସଫିଉଲ୍ଲାହ କାଦରୀ, ମେଜର ବିକାଶ ଭାଙ୍ଗଭୁ, ମେଜର ମୁସ୍ତଫା ବୋହରା, ରାଇଫଲମ୍ୟାନ କୁଲ ଭୂଷଣ ମନ୍ତା, ହାବିଲଦାର ବିବେକ ସିଂହ ତୋମର, ରାଇଫଲ ମ୍ୟାନ ଆଲୋକ ରାଓ ଏବଂ କ୍ୟାପ୍ଟେନ ଏମଭି ପ୍ରଞ୍ଜଲଙ୍କୁ ମରଣୋପରାନ୍ତ ସୌର୍ଯ୍ୟ ଚକ୍ରରେ ସମ୍ବର୍ଦ୍ଧିତ କରାଯାଇଛି। 

୧୦ ‘କିର୍ତ୍ତି ଚକ୍ର’ ଓ ୨୭ ‘ସୌର୍ୟ ଚକ୍ର’ରେ ସଶସ୍ତ୍ରବଳ କର୍ମୀଙ୍କୁ ସମ୍ବର୍ଦ୍ଧିତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ ୫।୭: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ରାଷ୍ଟ୍ର ଲାଗି ସର୍ବସ୍ୱ ବଳିଦାନ ନିମନ୍ତେ ୩୭ ସୈନିକଙ୍କୁ ବୀରତା ପୁରସ୍କାରରେ ସମ୍ବର୍ଦ୍ଧିତ କରିଛନ୍ତି। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ‘ରକ୍ଷା ଅଳଙ୍କରଣ ସମାରୋହ-୨୦୨୪’ ପ୍ରଥମ ପର୍ଯ୍ୟାୟରେ ରାଷ୍ଟ୍ରପତି ୧୦ କିର୍ତ୍ତି ଚକ୍ର ଓ ୨୭ ସୌର୍ଯ୍ୟ ଚକ୍ର ସମ୍ମାନ ପ୍ରଦାନ କରିଛନ୍ତି। ୧୦ରୁ ୭ କିର୍ତ୍ତି ଚକ୍ର ଓ ୨୭ ମଧ୍ୟରୁ ୭ ସୌର୍ଯ୍ୟ ଚକ୍ର ମରଣୋପରାନ୍ତ ପ୍ରଦାନ କରାଯାଇଛି। 

ଏହି କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଜଗଦ୍ଦୀପ ଧନଖଡ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଉପସ୍ଥିତ ଥିଲେ। ଇନିସପେକ୍ଟର ଦିଲୀପ କୁମାର ଦାସ, ହେଡ କନଷ୍ଟେବଲ ରାଜକୁମାର ୟାଦବ, କନଷ୍ଟେବଲ ବବଲୁ ରାଭା, କନଷ୍ଟେବଲ ଶମ୍ଭୁ ରାୟ, ସିପାହୀ ପବନ କୁମାର, କ୍ୟାପ୍ଟେନ ଅଂଶୁମାନ ସିଂହ ଓ ହାବିଲଦାର ଅବଦୁଲ ମାଜିଦଙ୍କୁ ମରଣୋପରାନ୍ତ କିର୍ତ୍ତି ଚକ୍ରରେ ସମ୍ବର୍ଦ୍ଧିତ କରାଯାଇଛି। 

ସେହିପରି କନଷ୍ଟେବଲ ସଫିଉଲ୍ଲାହ କାଦରୀ, ମେଜର ବିକାଶ ଭାଙ୍ଗଭୁ, ମେଜର ମୁସ୍ତଫା ବୋହରା, ରାଇଫଲମ୍ୟାନ କୁଲ ଭୂଷଣ ମନ୍ତା, ହାବିଲଦାର ବିବେକ ସିଂହ ତୋମର, ରାଇଫଲ ମ୍ୟାନ ଆଲୋକ ରାଓ ଏବଂ କ୍ୟାପ୍ଟେନ ଏମଭି ପ୍ରଞ୍ଜଲଙ୍କୁ ମରଣୋପରାନ୍ତ ସୌର୍ଯ୍ୟ ଚକ୍ରରେ ସମ୍ବର୍ଦ୍ଧିତ କରାଯାଇଛି।