ଡାକ୍ତରଙ୍କୁ ମାଡ଼ମାରି କାର କାଚ ଭାଙ୍ଗିଲେ ଦୃର୍ବୃତ୍ତ
ଭୁବନେଶ୍ୱର: ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ। ଡାକ୍ତର ନିଶିତ ରଞ୍ଜନ ଶତପଥୀଙ୍କୁ ମରଣାନ୍ତକ ଆକ୍ରମଣ... The post ଡାକ୍ତରଙ୍କୁ ମାଡ଼ମାରି କାର କାଚ ଭାଙ୍ଗିଲେ ଦୃର୍ବୃତ୍ତ appeared first on .
ଭୁବନେଶ୍ୱର: ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ। ଡାକ୍ତର ନିଶିତ ରଞ୍ଜନ ଶତପଥୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ୩ ଦୁର୍ବୃତ୍ତ ଆକ୍ରମଣ କରିବା ସହ କାର୍ ଭଙ୍ଗାରୁଜା କରିଛନ୍ତି ।
ସୂଚନା ଅନୁଯାୟୀ, ନିମାପଡା ସରଦେଇପୁର ରାସ୍ତାରେ କାରରେ ଘରକୁ ଫେରୁଥିବା ବେଳେ ବାଳକାଟୀ ବଜାର ଅଟୋଷ୍ଟାଣ୍ଡ ନିକଟରେ ହୋଇଛି ଆକ୍ରମଣ। ଗୋଟିଏ ବାଇକରେ ୩ ଜଣ ନିଶାସକ୍ତ ଯୁବକ ଆସି କାରକୁ ପ୍ରଥମେ ସାଇଡ ମାରିଥିଲେ । ଡାକ୍ତର ନିଶିତ ତାଙ୍କୁ ଗାଡି ଧୀରେ ଚଳାଇବାକୁ କହି ସେଠାରୁ ଘର ଅଭିମୁଖେ ଯାଉଥିବାବେଳେ ଦୁର୍ବୃତ୍ତ ମାନେ ଡାକ୍ତରଙ୍କ କାର ଆଗରେ ବାଇକ ରଖି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ କାର କାଚକୁ ବାଡେଇ ଭାଙ୍ଗିଥିଲେ। ଘଟଣାସ୍ଥଳରେ ବାଳକାଟି ଫାଣ୍ଡି ପୋଲିସ ଓ ପିସିଆର୍ ପହଞ୍ଚି ୨ ଜଣକୁ ଅଟକ ରଖିଥିବା ବେଳେ ଜଣେ ଫେରାର ହୋଇଛି। ଏନେଇ ଡାକ୍ତର ବାଳକାଟୀ ଫାଣ୍ଡିରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
The post ଡାକ୍ତରଙ୍କୁ ମାଡ଼ମାରି କାର କାଚ ଭାଙ୍ଗିଲେ ଦୃର୍ବୃତ୍ତ appeared first on .