ଡାକ୍ତରୀ ପାଠ ପଢା ହେଲା ମହଙ୍ଗା! ୫% ବଢିଲା MBBS ଫି

ଚଣ୍ଡିଗଡ଼ : ଯଦି ଆପଣ ପଞ୍ଜାବରେ ମେଡିକାଲ ପଢୁଛନ୍ତି ବା ପଢିବା ପାଇଁ ଚିନ୍ତା କରୁଛନ୍ତି ତେବେ ଜାଣି ରଖନ୍ତୁ ପଞ୍ଜାବରେ ଏମବିବିଏସ କରିବା ମହଙ୍ଗା ହୋଇଛି। ପଞ୍ଜାବ ମେଡିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ ଡିପାର୍ଟମେଣ୍ଟ ଏକ ଅଧିକାରୀକ ନୋଟିଫିକେସନ ଜାରି କରି ଏହି ସୂଚନା ଦେଇଛନ୍ତି ଯେ ରାଜ୍ୟର ସବୁ ସରକାରୀ ଓ ପ୍ରାଇଭେଟ କଲେଜମାନଙ୍କରେ ଏମବିବିଏସ ଆଡମିସନକୁ ରେଗୁଲେଟ କରିବା ପାଇଁ ମେଡିକାଲ ଫି ବୃଦ୍ଧି କରାଯାଉଛି। ଏଥିରେ ଯଦି ଆପଣ ପଞ୍ଜାବର କୌଣସି ସରକାରୀ ଅଥବା ଘରୋଇ ମେଡିକାଲ କଲେଜରେ ଏମବିବିଏସ୍ ପଢୁଛନ୍ତି ତେବେ ଆପଣଙ୍କ ଫିରେ ୫ ପ୍ରତିଶତ ବୃଦ୍ଧି ହୋଇଛି। ଅଧିକାରୀକ ନୋଟିଫିକେସନରେ ଏହି ସୂଚନା ଦିଆଯାଇଛି ଯେ ବାବା ଫରିଦ ୟୁନିଭର୍ସିଟି ଅଫ ହେଲଥ୍ ସାଇନ୍ସ (ବିଏଫଏଚୟୁଏସ)ର ୧,୫୫୦ସିଟ୍‌ରେ ଆଡମିସନ କରାଯିବ। ଏଥିରୁ ୭୫୦ ସିଟ୍ ରାଜ୍ୟର ୪ ମେଡିକାଲ କଲେଜ ଏବଂ ୮୦୦ ସିଟ୍ ୪ ପ୍ରାଇଭେଟ ଓ ୨ମାଇନରିଟି ଷ୍ଟାଟସ୍ ମେଡିକାଲ ଇନିଷ୍ଟିଚ୍ୟୁଟର ରହିଛି। ଆପଣଙ୍କ ସୂଚନା ଲାଗି ନୋଟିଫିକେସନରେ ଏହା କୁହାଯାଇଛି ଯେ ଅମୃତସର, ଫରିଦକୋଟ, ପଟିୟାଲା ଓ ମୋହାଲୀର ୪ ସରକାରୀ ମେଡିକାଲ କଲେଜରେ ଏମବିବିଏସ୍ ଫି ୯.୦୫ ଲକ୍ଷରୁ ବଢି ୯.୫୦ଲକ୍ଷ ହୋଇଯାଇଛି। ସେହିପରି ପ୍ରାଇଭେଟ ମେଡିକାଲ କଲେଜମାନଙ୍କର ମ୍ୟାନେଜମେଣ୍ଟ କୋଟାର ସବୁ ସିଟ୍ ରେ ଏମବିବିଏସ୍ କୋର୍ସର ପୁରା ଫି୫୫.୨୮ ଲକ୍ଷରୁ ୫୮.୦୨ଲକ୍ଷ ଟଙ୍କା କରି ଦିଆଯାଇଛି। ରାଜ୍ୟର ସବୁ ପ୍ରା

ଡାକ୍ତରୀ ପାଠ ପଢା ହେଲା ମହଙ୍ଗା! ୫% ବଢିଲା MBBS ଫି

ଚଣ୍ଡିଗଡ଼ : ଯଦି ଆପଣ ପଞ୍ଜାବରେ ମେଡିକାଲ ପଢୁଛନ୍ତି ବା ପଢିବା ପାଇଁ ଚିନ୍ତା କରୁଛନ୍ତି ତେବେ ଜାଣି ରଖନ୍ତୁ ପଞ୍ଜାବରେ ଏମବିବିଏସ କରିବା ମହଙ୍ଗା ହୋଇଛି। ପଞ୍ଜାବ ମେଡିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ ଡିପାର୍ଟମେଣ୍ଟ ଏକ ଅଧିକାରୀକ ନୋଟିଫିକେସନ ଜାରି କରି ଏହି ସୂଚନା ଦେଇଛନ୍ତି ଯେ ରାଜ୍ୟର ସବୁ ସରକାରୀ ଓ ପ୍ରାଇଭେଟ କଲେଜମାନଙ୍କରେ ଏମବିବିଏସ ଆଡମିସନକୁ ରେଗୁଲେଟ କରିବା ପାଇଁ ମେଡିକାଲ ଫି ବୃଦ୍ଧି କରାଯାଉଛି। 

ଏଥିରେ ଯଦି ଆପଣ ପଞ୍ଜାବର କୌଣସି ସରକାରୀ ଅଥବା ଘରୋଇ ମେଡିକାଲ କଲେଜରେ ଏମବିବିଏସ୍ ପଢୁଛନ୍ତି ତେବେ ଆପଣଙ୍କ ଫିରେ ୫ ପ୍ରତିଶତ ବୃଦ୍ଧି ହୋଇଛି। ଅଧିକାରୀକ ନୋଟିଫିକେସନରେ ଏହି ସୂଚନା ଦିଆଯାଇଛି ଯେ ବାବା ଫରିଦ ୟୁନିଭର୍ସିଟି ଅଫ ହେଲଥ୍ ସାଇନ୍ସ (ବିଏଫଏଚୟୁଏସ)ର ୧,୫୫୦ସିଟ୍‌ରେ ଆଡମିସନ କରାଯିବ। ଏଥିରୁ ୭୫୦ ସିଟ୍ ରାଜ୍ୟର ୪ ମେଡିକାଲ କଲେଜ ଏବଂ ୮୦୦ ସିଟ୍ ୪ ପ୍ରାଇଭେଟ ଓ ୨ମାଇନରିଟି ଷ୍ଟାଟସ୍ ମେଡିକାଲ ଇନିଷ୍ଟିଚ୍ୟୁଟର ରହିଛି। 

ଆପଣଙ୍କ ସୂଚନା ଲାଗି ନୋଟିଫିକେସନରେ ଏହା କୁହାଯାଇଛି ଯେ ଅମୃତସର, ଫରିଦକୋଟ, ପଟିୟାଲା ଓ ମୋହାଲୀର ୪ ସରକାରୀ ମେଡିକାଲ କଲେଜରେ ଏମବିବିଏସ୍ ଫି ୯.୦୫ ଲକ୍ଷରୁ ବଢି ୯.୫୦ଲକ୍ଷ ହୋଇଯାଇଛି। ସେହିପରି ପ୍ରାଇଭେଟ ମେଡିକାଲ କଲେଜମାନଙ୍କର ମ୍ୟାନେଜମେଣ୍ଟ କୋଟାର ସବୁ ସିଟ୍ ରେ ଏମବିବିଏସ୍ କୋର୍ସର ପୁରା ଫି୫୫.୨୮ ଲକ୍ଷରୁ ୫୮.୦୨ଲକ୍ଷ ଟଙ୍କା କରି ଦିଆଯାଇଛି। ରାଜ୍ୟର ସବୁ ପ୍ରାଇଭେଟ ମେଡିକାଲ କଲେଜରେ ସରକାରୀ କୋଟାର ସବୁ ଏମବିବିଏସ ସିଟ ଫି୨୧.୪୮ ଲକ୍ଷ ଟଙ୍କାରୁ ବଢେଇ ୨୨.୫୪ଲକ୍ଷ ଟଙ୍କା କରିଦିଆଯାଇଛି। 

ପଞ୍ଜାବର ସବୁ ପ୍ରାଇଭେଟ ମେଡିକାଲ କଲେଜରେ ୫୦ ପ୍ରତିଶତ ଏମବିବିଏସ ସିଟ୍ ସରକାରୀ କୋଟା ନିମନ୍ତେ ସଂରକ୍ଷିତ। ଏହା ଛଡା ବଳକା ୫୦ ପ୍ରତିଶତ ସିଟ୍‌ ମଧ୍ୟରୁ ୩୫ ପ୍ରତିଶତ ଏମବିବିଏସ୍ ସିଟ୍ ମ୍ୟାନେଜମେଣ୍ଟ କୋଟା ଓ ୧୫ ପ୍ରତିଶତ ସିଟ୍ ଏନଆରଆଇ କୋଟା ନିମନ୍ତେ ସଂରକ୍ଷିତ ରହିଛି। ତେବେ ଏନଆରଆଇ କୋଟାର ଏମବିବିଏସ୍ ସିଟ୍ ଫିରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଏନଆରଆଇ କୋଟାର ଏମବିବିଏସ୍ ସିଟ୍ ଫି ପୂର୍ବ ଭଳି ୧.୧୦ଲକ୍ଷ ଡଲାର ରହିଛି। ତେବେ ସିଏମସି ଲୁଧିଆନା ମେଡିକାଲ କଲେଜ ତାଙ୍କ ଏମବିବିଏସ ସିଟ୍ ଫିରେ କୌଣସି ପରିବର୍ତ୍ତନ କରି ନାହାନ୍ତି।