ଉତ୍ତର ପ୍ରଦେଶ ଏକ୍‌ଜିଟ୍ ପୋଲ୍: ଏନ୍‌ଡିଏ ୬୯ ଆସନ, ଇଣ୍ଡିଆ ମେଣ୍ଟକୁ କେତେ ଜାଣନ୍ତୁ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ୨୦୨୪ ଲୋକସଭା ନିର୍ବାଚନର ଏକ୍‌ଜିଟ୍ ପୋଲ ସାମ୍ନାକୁ ଆସିଛି। ୨୦୧୯  ନିର୍ବାଚନ ପରି ୟୁପିରେ ଏଥର ବି ଏନ୍‌ଡିଏ ଟପ୍‌ରେ ରହିଛି। ରିପବ୍ଲିକ-ପିଏମଆର୍କର ଏକ୍‌ଜିଟ ପୋଲ୍ ଅନୁସାରେ ଉତ୍ତର ପ୍ରଦେଶର ମୋଟ ୮୦ ଆସନରୁ ଏନ୍‌ଡିଏ ୬୯ ଆସନ ଜିତିପାରେ। ସେହିପରି ବିରୋଧୀ ଇଣ୍ଡିଆ ମେଣ୍ଟ ୮ ଆସନ ପାଇବ ବୋଲି ଅନୁମାନ କରାଯାଇଛି।ନ୍ୟୁଜ-ଡି ଡାଇନାମିକ୍ ସର୍ଭେ ଅନୁସାରେ, ଏନ୍‌ଡିଏ ୬୯, ଇଣ୍ଡିଆ-୧୧ ଆସି ଜିତିବ। ନ୍ୟୁଜ ନେସନ- ଏନ୍‌ଡିଏ ୬୭ ଓ ଇଣ୍ଡିଆ ୧୩ ଆସନ ଜିତିପାରେ। ସୂଚନା ଥାଉକି ୨୦୧୯ ଲୋକସଭା ନିର୍ବାଚନରେ ଉତ୍ତର ପ୍ରଦେଶରେ ବିଜେପି ଏନ୍‌ଡିଏ ୬୪ ଆସନ ଜିତିଥିଲା। ସେହିପରି ମେଣ୍ଟ କରି ବହୁଜନ ସମାଜପାର୍ଟି ୧୦, ଓ ସମାଜବାଦୀ ପାର୍ଟି ୫ଟି ଆସନ ଜିତିଥିଲା। ସେହିପରି କଂଗ୍ରେସକୁ ମାତ୍ର ଗୋଟିଏ ଆସନ ମିଳିଥିଲା। ଦେଶର ସବୁଠାରୁ ହାଇଭୋଲଟଜ୍‌ ନିର୍ବାଚନ ଉତ୍ତର ପ୍ରଦେଶରେ ଦେଖିବାକୁ ମିଳିଥିଲା। କାରଣ ଏହିଠାରୁ ପ୍ରମୁଖ ଧଳର ମୁଖ୍ୟ ନେତା ନିର୍ବାଚନ ଲଢ଼ିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରାଣସିରୁ ତୃତୀୟ ଥର ପାଇଁ ନିର୍ବାଚନ ଲଢ଼ିଥିବା ବେଳେ ରାଇବରେଲିରୁ ନିର୍ବାଚନ ଲଢ଼ିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସେହିପରି ସପା ମୁଖ୍ୟ ଅଖିଳେଶ ଯାଦବ କନ୍ନୌଜରୁ ନିର୍ବାଚନ ଲଢ଼ିଥିବା ବେଳେ ହେମା ମାଳିନି ମଥୁରାରୁ ନିର୍ବାଚନ ଲଢ଼ୁଛନ୍ତି।  

ଉତ୍ତର ପ୍ରଦେଶ ଏକ୍‌ଜିଟ୍ ପୋଲ୍: ଏନ୍‌ଡିଏ ୬୯ ଆସନ, ଇଣ୍ଡିଆ ମେଣ୍ଟକୁ କେତେ ଜାଣନ୍ତୁ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ୨୦୨୪ ଲୋକସଭା ନିର୍ବାଚନର ଏକ୍‌ଜିଟ୍ ପୋଲ ସାମ୍ନାକୁ ଆସିଛି। ୨୦୧୯  ନିର୍ବାଚନ ପରି ୟୁପିରେ ଏଥର ବି ଏନ୍‌ଡିଏ ଟପ୍‌ରେ ରହିଛି। ରିପବ୍ଲିକ-ପିଏମଆର୍କର ଏକ୍‌ଜିଟ ପୋଲ୍ ଅନୁସାରେ ଉତ୍ତର ପ୍ରଦେଶର ମୋଟ ୮୦ ଆସନରୁ ଏନ୍‌ଡିଏ ୬୯ ଆସନ ଜିତିପାରେ। ସେହିପରି ବିରୋଧୀ ଇଣ୍ଡିଆ ମେଣ୍ଟ ୮ ଆସନ ପାଇବ ବୋଲି ଅନୁମାନ କରାଯାଇଛି।

ନ୍ୟୁଜ-ଡି ଡାଇନାମିକ୍ ସର୍ଭେ ଅନୁସାରେ, ଏନ୍‌ଡିଏ ୬୯, ଇଣ୍ଡିଆ-୧୧ ଆସି ଜିତିବ।
 ନ୍ୟୁଜ ନେସନ- ଏନ୍‌ଡିଏ ୬୭ ଓ ଇଣ୍ଡିଆ ୧୩ ଆସନ ଜିତିପାରେ। 

ସୂଚନା ଥାଉକି ୨୦୧୯ ଲୋକସଭା ନିର୍ବାଚନରେ ଉତ୍ତର ପ୍ରଦେଶରେ ବିଜେପି ଏନ୍‌ଡିଏ ୬୪ ଆସନ ଜିତିଥିଲା। ସେହିପରି ମେଣ୍ଟ କରି ବହୁଜନ ସମାଜପାର୍ଟି ୧୦, ଓ ସମାଜବାଦୀ ପାର୍ଟି ୫ଟି ଆସନ ଜିତିଥିଲା। ସେହିପରି କଂଗ୍ରେସକୁ ମାତ୍ର ଗୋଟିଏ ଆସନ ମିଳିଥିଲା। 

ଦେଶର ସବୁଠାରୁ ହାଇଭୋଲଟଜ୍‌ ନିର୍ବାଚନ ଉତ୍ତର ପ୍ରଦେଶରେ ଦେଖିବାକୁ ମିଳିଥିଲା। କାରଣ ଏହିଠାରୁ ପ୍ରମୁଖ ଧଳର ମୁଖ୍ୟ ନେତା ନିର୍ବାଚନ ଲଢ଼ିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରାଣସିରୁ ତୃତୀୟ ଥର ପାଇଁ ନିର୍ବାଚନ ଲଢ଼ିଥିବା ବେଳେ ରାଇବରେଲିରୁ ନିର୍ବାଚନ ଲଢ଼ିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସେହିପରି ସପା ମୁଖ୍ୟ ଅଖିଳେଶ ଯାଦବ କନ୍ନୌଜରୁ ନିର୍ବାଚନ ଲଢ଼ିଥିବା ବେଳେ ହେମା ମାଳିନି ମଥୁରାରୁ ନିର୍ବାଚନ ଲଢ଼ୁଛନ୍ତି।