ବିମାନରୁ ବାହାରିଲା ଧୂଆଁ, ଅଟକିଗଲା ୧୪୮ ଯାତ୍ରୀଙ୍କ ନିଶ୍ୱାସ

ଥିରୁଭାନନ୍ତପୁରମ,୪।୧୦: ଶୁକ୍ରବାର ଥିରୁଭାନନ୍ତପୁରମ ବିମାନବନ୍ଦରରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ (IX- 549) ର ଜରୁରୀକାଳୀନ ଅବତରଣ କରାଯାଇଥିଲା। ଉଡ଼ାଣ ପରେ ବିମାନରୁ ଧୂଆଁ ବାହାରିବା ଆରମ୍ଭ କଲା। ଏହି ବିମାନଟି ମସ୍କଟକୁ ଯାଉଥିଲା। ବିମାନରେ ୧୪୮ଜଣ ଯାତ୍ରୀ ଥିଲେ। ସୂଚନା ଅନୁଯାୟୀ, ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି। ସୂଚନା ପ୍ରଦାନ କରି ଏୟାର ଇଣ୍ଡିଆ ଏକ୍ସପ୍ରେସ ମୁଖପାତ୍ର କହିଛନ୍ତି ଯେ ଯାତ୍ରୀଙ୍କ ଆଗାମୀ ଯାତ୍ରା ପାଇଁ ଏକ ବିକଳ୍ପ ବିମାନର ବ୍ୟବସ୍ଥା […] The post ବିମାନରୁ ବାହାରିଲା ଧୂଆଁ, ଅଟକିଗଲା ୧୪୮ ଯାତ୍ରୀଙ୍କ ନିଶ୍ୱାସ appeared first on Dharitri Odia News.

ବିମାନରୁ ବାହାରିଲା ଧୂଆଁ, ଅଟକିଗଲା ୧୪୮ ଯାତ୍ରୀଙ୍କ ନିଶ୍ୱାସ

ଥିରୁଭାନନ୍ତପୁରମ,୪।୧୦: ଶୁକ୍ରବାର ଥିରୁଭାନନ୍ତପୁରମ ବିମାନବନ୍ଦରରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ (IX- 549) ର ଜରୁରୀକାଳୀନ ଅବତରଣ କରାଯାଇଥିଲା। ଉଡ଼ାଣ ପରେ ବିମାନରୁ ଧୂଆଁ ବାହାରିବା ଆରମ୍ଭ କଲା। ଏହି ବିମାନଟି ମସ୍କଟକୁ ଯାଉଥିଲା। ବିମାନରେ ୧୪୮ଜଣ ଯାତ୍ରୀ ଥିଲେ।

ସୂଚନା ଅନୁଯାୟୀ, ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି। ସୂଚନା ପ୍ରଦାନ କରି ଏୟାର ଇଣ୍ଡିଆ ଏକ୍ସପ୍ରେସ ମୁଖପାତ୍ର କହିଛନ୍ତି ଯେ ଯାତ୍ରୀଙ୍କ ଆଗାମୀ ଯାତ୍ରା ପାଇଁ ଏକ ବିକଳ୍ପ ବିମାନର ବ୍ୟବସ୍ଥା କରାଯାଇଛି।

ଏକ୍ସପ୍ରେସ ବିମାନ IX 549 ଥିରୁଭାନନ୍ତପୁରମରୁ ମସ୍କଟ ଅଭିମୁଖେ ଯାତ୍ରା ସମୟରେ ରିପୋର୍ଟ କରାଯାଇଥିଲା। ଶୁକ୍ରବାର ସକାଳ ୮ଟା ୩୯ରେ ଥିରୁଭାନନ୍ତପୁରମ ବିମାନବନ୍ଦରରେ ଏହି ଘଟଣା ଘଟିଛି। ରନୱେରେ ଧୂଆଁ ବାହାରିବା ପରେ ଯାତ୍ରୀମାନଙ୍କୁ ଅଣାଯାଇଥିଲା। ସେମାନେ ନିରାପଦରେ ଫେରିଥିବା ବିମାନବନ୍ଦରର ଅଧିକାରୀମାନେ ନିଶ୍ଚିତ କରିଛନ୍ତି। ଆହୁରି ମଧ୍ୟ ବିମାନରେ ଅଗ୍ନିକାଣ୍ଡ ଘଟି ନାହିଁ କିନ୍ତୁ କିଛି ତ୍ରୁଟି କାରଣରୁ ବିମାନଟି ବିଳମ୍ବ ହୋଇଛି।
ସେ ଆହୁରି ମଧ୍ୟ ତାଙ୍କ ବିବୃତ୍ତିରେ କହିଛନ୍ତି, ଆମର ଯାତ୍ରୀଙ୍କ ଆଗାମୀ ଯାତ୍ରା ପାଇଁ ଏକ ବିକଳ୍ପ ବିମାନର ବ୍ୟବସ୍ଥା କରାଯାଇଛି। ଏହି ଘଟଣାର ଅନୁସନ୍ଧାନ କରାଯିବ। ଆମେ ଆମର ଯାତ୍ରୀଙ୍କ ସୁରକ୍ଷା ପ୍ରତି ସମ୍ପୂର୍ଣ୍ଣ ଯତ୍ନ ନେଉଛୁ। ଯାତ୍ରୀମାନଙ୍କ ପାଇଁ ହୋଇଥିବା ଅସୁବିଧା ପାଇଁ ଆମେ କ୍ଷମା ପ୍ରାର୍ଥନା କରୁଛୁ।

The post ବିମାନରୁ ବାହାରିଲା ଧୂଆଁ, ଅଟକିଗଲା ୧୪୮ ଯାତ୍ରୀଙ୍କ ନିଶ୍ୱାସ appeared first on Dharitri Odia News.