ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣା: ତଦନ୍ତ କରିବ କ୍ରାଇମବ୍ରାଞ୍ଚ
ଭୁବନେଶ୍ୱର:ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ହେବ କ୍ରାଇମବ୍ରାଞ୍ଚ ତଦନ୍ତ। ତିନୋଟି ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦିଆ ଯାଇଛି। ବିଧାୟକଙ୍କୁ ଆକ୍ରମଣ, ରାସ୍ତା ରୋକ ଓ ଥାନା ଘେରାଉ ମାମଲାରେ ତଦନ୍ତ ହେବ।ଏ ନେଇ ତିନୋଟି ଟିମ୍ ଯାଜପୁର ଅଭିମୁଖେ ଯାଇଛନ୍ତି।ଏହି ଘଟଣା ସମ୍ବେଦନଶୀଳ ହୋଇଥିବାରୁ କ୍ରାଇମ୍ ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଯାଜପୁର ଟାଉନ ନିକଟବର୍ତ୍ତୀ ବୁଢ଼ାନଦୀ ପୋଲ ନିକଟରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ (ଲିକୁ)ଙ୍କୁ ମାଡମାରିବା ଘଟଣାରେ ରାଜ୍ୟ ରାଜନୀତିରେ ଉଷ୍ମତା […]

ଭୁବନେଶ୍ୱର:ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ହେବ କ୍ରାଇମବ୍ରାଞ୍ଚ ତଦନ୍ତ। ତିନୋଟି ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦିଆ ଯାଇଛି। ବିଧାୟକଙ୍କୁ ଆକ୍ରମଣ, ରାସ୍ତା ରୋକ ଓ ଥାନା ଘେରାଉ ମାମଲାରେ ତଦନ୍ତ ହେବ।ଏ ନେଇ ତିନୋଟି ଟିମ୍ ଯାଜପୁର ଅଭିମୁଖେ ଯାଇଛନ୍ତି।ଏହି ଘଟଣା ସମ୍ବେଦନଶୀଳ ହୋଇଥିବାରୁ କ୍ରାଇମ୍ ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଯାଜପୁର ଟାଉନ ନିକଟବର୍ତ୍ତୀ ବୁଢ଼ାନଦୀ ପୋଲ ନିକଟରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ (ଲିକୁ)ଙ୍କୁ ମାଡମାରିବା ଘଟଣାରେ ରାଜ୍ୟ ରାଜନୀତିରେ ଉଷ୍ମତା ଭରିଛି।ବିଧାୟକଙ୍କ ଗାଡିକୁ ଭଙ୍ଗାରୁଜା କରିବା ସହିତ ମାଡ ମରାଯାଇ ତାଙ୍କ ସୁନାଚେନ୍ ଛଡାଇ ନେଇଥିଲେ ବୋଲି ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୋଲିସ ପୂର୍ବତନ ବିଧାୟକ ବବି ଦାସଙ୍କ ଭାଇ ଭବପ୍ରକାଶଙ୍କୁ ଗିରଫ କରିଛି।