'ନୋ ଏଣ୍ଟ୍ରି-୨'ରେ ତମନ୍ନାଙ୍କ ଏଣ୍ଟ୍ରି, ବରୁଣ-ଅର୍ଜୁନଙ୍କ ସହ କରିବେ ଧମାଲ
ମୁମ୍ଵାଇ ୧୭।୦୪; ବଲିଉଡର ପପୁଲାର କମେଡି ଫିଲ୍ମ ମଧ୍ୟରୁ ଗୋଟିଏ, 'ନୋ ଏଣ୍ଟ୍ରି-୨' ପୁଣି ଥରେ ଚର୍ଚ୍ଚାରେ ଅଛି। ଦୀର୍ଘ ଦିନ ଧରି ଅଟକି ରହିଥିବା ଏହି ସିକ୍ୱେଲ୍ ଫିଲ୍ମଟି ଆଗକୁ ବଢିଛି । ଏହାର ନିର୍ମାତା ଏବେ ଅଭିନେତାଙ୍କ ଚୂଡ଼ାନ୍ତ ତାଲିକାରେ ବ୍ୟସ୍ତ ଅଛନ୍ତି। ଏହି ଦୌଡ଼ରେ ପ୍ରଥମ ନାମ ହେଉଛି ଗ୍ଲାମରସ୍ ଅଭିନେତ୍ରୀ ତମନ୍ନା ଭାଟିଆ। ଯିଏ ଏବେ ଏହି ମଜାଦାର ସିକ୍ୱେଲର ଏକ ଅଂଶ ପାଲଟିଛନ୍ତି।'ନୋ ଏଣ୍ଟ୍ରି ୨'ରେ ତମନ୍ନାଙ୍କ ଏଣ୍ଟ୍ରିତମନ୍ନାଙ୍କ ବିଷୟରେ କହିବାକୁ ଗଲେ, ସେ ତାଙ୍କର ଆଇଟମ୍ ନମ୍ବର 'ନଶା' ଏବଂ ଦମ୍ଦାର ଚରିତ୍ର ପାଇଁ ଚର୍ଚ୍ଚାରେ ଅଛନ୍ତି। ଏବେ ନୋ ଏଣ୍ଟ୍ରି ୨ ରେ ତାଙ୍କର ଉପସ୍ଥିତି ପ୍ରଶଂସକମାନଙ୍କ ପାଇଁ ଖୁସି ଖବର । କୁହାଯାଉଛି ଯେ ସେ ଏହି ଫିଲ୍ମରେ ଏପରି ଏକ ଚରିତ୍ରରେ ଅଭିନୟ କରିବେ, ଯାହା କାହାଣୀରେ ନୂଆ ମୋଡ଼ ଆଣିବ। ତାଙ୍କର ଭୂମିକା ପ୍ରଥମ ଭାଗରେ ବିପାଶା ବସୁଙ୍କ ଭୂମିକା ଦ୍ୱାରା ଅନୁପ୍ରାଣିତ, କିନ୍ତୁ ଏଥର କାହାଣୀ ସମ୍ପୂର୍ଣ୍ଣ ନୂଆ ହେବ।EXCLUSIVE!! #NoEntry2 LOCKS #TamannaahBhatia as a FEMALE LEAD... #AditiRaoHydari ALSO IN TALKS!The @BazmeeAnees comedy entertainer starring #VarunDhawan, #DiljitDosanjh and #ArjunKapoor goes on floors in August 2025! https://t.co/CcZwsnre5s— Rahul Raut (@Rahulrautwrites) April 16, 2025
ମୁମ୍ଵାଇ ୧୭।୦୪; ବଲିଉଡର ପପୁଲାର କମେଡି ଫିଲ୍ମ ମଧ୍ୟରୁ ଗୋଟିଏ, 'ନୋ ଏଣ୍ଟ୍ରି-୨' ପୁଣି ଥରେ ଚର୍ଚ୍ଚାରେ ଅଛି। ଦୀର୍ଘ ଦିନ ଧରି ଅଟକି ରହିଥିବା ଏହି ସିକ୍ୱେଲ୍ ଫିଲ୍ମଟି ଆଗକୁ ବଢିଛି । ଏହାର ନିର୍ମାତା ଏବେ ଅଭିନେତାଙ୍କ ଚୂଡ଼ାନ୍ତ ତାଲିକାରେ ବ୍ୟସ୍ତ ଅଛନ୍ତି। ଏହି ଦୌଡ଼ରେ ପ୍ରଥମ ନାମ ହେଉଛି ଗ୍ଲାମରସ୍ ଅଭିନେତ୍ରୀ ତମନ୍ନା ଭାଟିଆ। ଯିଏ ଏବେ ଏହି ମଜାଦାର ସିକ୍ୱେଲର ଏକ ଅଂଶ ପାଲଟିଛନ୍ତି।
'ନୋ ଏଣ୍ଟ୍ରି ୨'ରେ ତମନ୍ନାଙ୍କ ଏଣ୍ଟ୍ରି
ତମନ୍ନାଙ୍କ ବିଷୟରେ କହିବାକୁ ଗଲେ, ସେ ତାଙ୍କର ଆଇଟମ୍ ନମ୍ବର 'ନଶା' ଏବଂ ଦମ୍ଦାର ଚରିତ୍ର ପାଇଁ ଚର୍ଚ୍ଚାରେ ଅଛନ୍ତି। ଏବେ ନୋ ଏଣ୍ଟ୍ରି ୨ ରେ ତାଙ୍କର ଉପସ୍ଥିତି ପ୍ରଶଂସକମାନଙ୍କ ପାଇଁ ଖୁସି ଖବର । କୁହାଯାଉଛି ଯେ ସେ ଏହି ଫିଲ୍ମରେ ଏପରି ଏକ ଚରିତ୍ରରେ ଅଭିନୟ କରିବେ, ଯାହା କାହାଣୀରେ ନୂଆ ମୋଡ଼ ଆଣିବ। ତାଙ୍କର ଭୂମିକା ପ୍ରଥମ ଭାଗରେ ବିପାଶା ବସୁଙ୍କ ଭୂମିକା ଦ୍ୱାରା ଅନୁପ୍ରାଣିତ, କିନ୍ତୁ ଏଥର କାହାଣୀ ସମ୍ପୂର୍ଣ୍ଣ ନୂଆ ହେବ।
EXCLUSIVE!! #NoEntry2 LOCKS #TamannaahBhatia as a FEMALE LEAD... #AditiRaoHydari ALSO IN TALKS!
The @BazmeeAnees comedy entertainer starring #VarunDhawan, #DiljitDosanjh and #ArjunKapoor goes on floors in August 2025! https://t.co/CcZwsnre5s— Rahul Raut (@Rahulrautwrites) April 16, 2025
ଏବେ ଫିଲ୍ମର ଦ୍ୱିତୀୟ ଲିଡ୍ ନାୟିକାଙ୍କୁ ନେଇ ମଧ୍ୟ ଆଲୋଚନା ଜୋର ଧରିଛି। ନିର୍ମାତାମାନେ ହୀରାମଣ୍ଡି ଫେମ୍ ଅଦିତି ରାଓ ହାଇଦରୀଙ୍କ ସହ ବହୁତ ଆଲୋଚନା କରୁଛନ୍ତି ଏବଂ ଯଦି ସବୁକିଛି ଠିକ୍ ରହେ, ତେବେ ଅଦିତି ଏହି ମଜାଦାର ଫିଲ୍ମରେ ତମନ୍ନାଙ୍କ ସହିତ ଯୋଗ ଦେଇପାରନ୍ତି। ଏହା ବ୍ୟତୀତ ଏହି ଫିଲ୍ମ ପାଇଁ ଶ୍ରଦ୍ଧା କପୁର ଏବଂ ମାନୁଷୀ ଚିଲ୍ଲରଙ୍କ ନାମ ମଧ୍ୟ ଆସିଛି। ହେଲେ ଏପର୍ଯ୍ୟନ୍ତ ଏହାକୁ ନେଇ କୌଣସି କନଫର୍ମ କରାଯାଇ ନାହିଁ। ନିର୍ମାତାମାନେ ଏଥରର ନୋ ଏଣ୍ଟ୍ରିରେ ଏପରି ଷ୍ଟାରକାଷ୍ଟ ରଖିବାକୁ ଚେଷ୍ଟା କରୁଛନ୍ତି ଯାହା କେବଳ ପୁରୁଣା ସ୍ମୃତିକୁ ପୁନର୍ଜୀବିତ କରିବ ନାହିଁ ବରଂ ନୂତନ ପିଢ଼ିକୁ ମଧ୍ୟ ଯୋଡ଼ିବ।
ପ୍ରଥମ ଭାଗ ୨୦୦୫ ମସିହାରେ ଆସିଥିଲା
୨୦୦୫ ମସିହାରେ ମୁକ୍ତିଲାଭ କରିଥିବା 'ନୋ ଏଣ୍ଟ୍ରି' ଦର୍ଶକଙ୍କୁ ଭରପୂର ଏଣ୍ଟରଟେନ୍ କରିଥିଲା । ସଲମାନ ଖାନ, ଅନିଲ କପୁର ଏବଂ ଫରଦିନ ଖାନଙ୍କ ସହ ଧମାଲ କରିଥିଲୋ । ଏବେ ୨୦ ବର୍ଷ ପରେ, ଏହି ଫିଲ୍ମର ସିକ୍ୱେଲରେ ବରୁଣ ଧାୱନ, ଦିଲଜିତ ଦୋସାଞ୍ଜ ଏବଂ ଅର୍ଜୁନ କପୁର ଟ୍ରିପଲ୍ ଧମାଲ ପାଇଁ ଆସୁଛନ୍ତି। ବିଶେଷ କଥା ହେଉଛି ଏହି ତିନିଜଣ ଅଭିନେତା ଫିଲ୍ମରେ ଡବଲ୍ ରୋଲ୍ କରିବେ, ଯାହାର ଅର୍ଥ ହେଉଛି ହସର ଡବଲ୍ ଡୋଜ୍ ନିଶ୍ଚିତ।