ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ; ମୁସଲିମ ଦେଶ ବିପକ୍ଷରେ ହେବ ବଡ଼ ଯୁଦ୍ଧ

ନୂଆଦିଲ୍ଲୀ ୨୭।୦୩: ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଭବିଷ୍ୟବାଣୀ । ସତ ପ୍ରମାଣିତ ହେଉଛି ଅନେକ ପୂର୍ବାନୁମାନ ।  ଏବେ ଧର୍ମକୁ ନେଇ ସାମ୍ନାକୁ ଆସିଛି ବାବା ଭେଙ୍ଗାଙ୍କ ଭବିଷ୍ଯବାଣୀ । ସାରା ବିଶ୍ବରେ ହେବ ମୁସଲିମ ଏବଂ ଖ୍ରୀଷ୍ଟିଆନ୍‌ଙ୍କ କବ୍ଜା । ଖାସ୍‌ କରି ଇରାନ ଏବଂ ଜର୍ମାନୀ ଏଥିରେ ସାଜିବ କର୍ଣ୍ଣଧାର ।   ଅର୍ଥାତ୍‌ ଏଠାରେ ମୁସଲିମ ଶାସନ ଆଧିପତ୍ୟ ବିସ୍ତାର କରିବ । ଏମିତିକି ବିଶ୍ବ ବଡ ଯୁଦ୍ଧ ଆଡକୁ ମୁହାଁଇବ । ଆମେରିକା, ଫ୍ରାନ୍ସ, ବ୍ରିଟେନ, ରୁଷ ଏବଂ ଭାରତ ଭଳି ଦେଶ ସାମିଲ ହେବେ । ଏହି ଦେଶ ବିପକ୍ଷରେ ଏକାଠି ହେବେ ମୁସଲିମ୍‌ ଦେଶ । ବାବା ଭେଙ୍ଗା କହିଛନ୍ତି କି ଏହା ୟୁରୋପରେ ଉତ୍ତେଜନା ବୃଦ୍ଧି କରିପାରେ । ବାବା ଭେଙ୍ଗାଙ୍କ ଅନୁସାରେ, ୩୮୭୮ ମସିହାରେ ଚର୍ଚ୍ଚ ପୁଣି ଥରେ ଭୁଲିଯାଇଥିବା ବୈଜ୍ଞାନିକ ନୀତିଗୁଡ଼ିକୁ ଶିକ୍ଷା ଦେବ । ବର୍ତ୍ତମାନ ଖ୍ରୀଷ୍ଟିଆନ ସମ୍ପ୍ରଦାୟରର ଅନୁଗାମୀମାନେ ଚର୍ଚ୍ଚକୁ ପ୍ରାର୍ଥନା ଓ ଧାର୍ମିକ ଶିକ୍ଷା ପାଇଁ ଯାଉଥିବା ସ୍ଥାନ ଭାବରେ ଦେଖନ୍ତି। କିନ୍ତୁ ଭବିଷ୍ୟତରେ ବିଜ୍ଞାନ ଓ ଧର୍ମ ମଧ୍ୟରେ ଥିବା ବ୍ୟବଧାନ ଶେଷ ହୋଇପାରେ । ଆଉ ଚର୍ଚ୍ଚ ବିଜ୍ଞାନର ଏକ ପ୍ରମୁଖ କେନ୍ଦ୍ର ହୋଇପାରେ।ଖ୍ରୀଷ୍ଟିଆନ ଧର୍ମରେ ବିଶ୍ୱାସ କରୁଥିବା ଲୋକଙ୍କ ଜନସଂଖ୍ୟା ୟୁରୋପରେ ଅଧିକ । ବର୍ତ୍ତମାନ ଜର୍ମାନୀରେ ପାଞ୍ଚ ପ୍ରତିଶତ ମୁସଲିମ ଜନସଂଖ୍ୟା ରହିଛନ୍ତି । କିନ୍ତୁ ଧୀରେ ଧୀରେ ଇସଲାମିକ ଲୋକଙ୍କ

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ; ମୁସଲିମ ଦେଶ ବିପକ୍ଷରେ ହେବ ବଡ଼ ଯୁଦ୍ଧ

ନୂଆଦିଲ୍ଲୀ ୨୭।୦୩: ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଭବିଷ୍ୟବାଣୀ । ସତ ପ୍ରମାଣିତ ହେଉଛି ଅନେକ ପୂର୍ବାନୁମାନ ।  ଏବେ ଧର୍ମକୁ ନେଇ ସାମ୍ନାକୁ ଆସିଛି ବାବା ଭେଙ୍ଗାଙ୍କ ଭବିଷ୍ଯବାଣୀ । ସାରା ବିଶ୍ବରେ ହେବ ମୁସଲିମ ଏବଂ ଖ୍ରୀଷ୍ଟିଆନ୍‌ଙ୍କ କବ୍ଜା । ଖାସ୍‌ କରି ଇରାନ ଏବଂ ଜର୍ମାନୀ ଏଥିରେ ସାଜିବ କର୍ଣ୍ଣଧାର ।   ଅର୍ଥାତ୍‌ ଏଠାରେ ମୁସଲିମ ଶାସନ ଆଧିପତ୍ୟ ବିସ୍ତାର କରିବ । ଏମିତିକି ବିଶ୍ବ ବଡ ଯୁଦ୍ଧ ଆଡକୁ ମୁହାଁଇବ । ଆମେରିକା, ଫ୍ରାନ୍ସ, ବ୍ରିଟେନ, ରୁଷ ଏବଂ ଭାରତ ଭଳି ଦେଶ ସାମିଲ ହେବେ । 

ଏହି ଦେଶ ବିପକ୍ଷରେ ଏକାଠି ହେବେ ମୁସଲିମ୍‌ ଦେଶ । ବାବା ଭେଙ୍ଗା କହିଛନ୍ତି କି ଏହା ୟୁରୋପରେ ଉତ୍ତେଜନା ବୃଦ୍ଧି କରିପାରେ । ବାବା ଭେଙ୍ଗାଙ୍କ ଅନୁସାରେ, ୩୮୭୮ ମସିହାରେ ଚର୍ଚ୍ଚ ପୁଣି ଥରେ ଭୁଲିଯାଇଥିବା ବୈଜ୍ଞାନିକ ନୀତିଗୁଡ଼ିକୁ ଶିକ୍ଷା ଦେବ । ବର୍ତ୍ତମାନ ଖ୍ରୀଷ୍ଟିଆନ ସମ୍ପ୍ରଦାୟରର ଅନୁଗାମୀମାନେ ଚର୍ଚ୍ଚକୁ ପ୍ରାର୍ଥନା ଓ ଧାର୍ମିକ ଶିକ୍ଷା ପାଇଁ ଯାଉଥିବା ସ୍ଥାନ ଭାବରେ ଦେଖନ୍ତି। କିନ୍ତୁ ଭବିଷ୍ୟତରେ ବିଜ୍ଞାନ ଓ ଧର୍ମ ମଧ୍ୟରେ ଥିବା ବ୍ୟବଧାନ ଶେଷ ହୋଇପାରେ । ଆଉ ଚର୍ଚ୍ଚ ବିଜ୍ଞାନର ଏକ ପ୍ରମୁଖ କେନ୍ଦ୍ର ହୋଇପାରେ।

ଖ୍ରୀଷ୍ଟିଆନ ଧର୍ମରେ ବିଶ୍ୱାସ କରୁଥିବା ଲୋକଙ୍କ ଜନସଂଖ୍ୟା ୟୁରୋପରେ ଅଧିକ । ବର୍ତ୍ତମାନ ଜର୍ମାନୀରେ ପାଞ୍ଚ ପ୍ରତିଶତ ମୁସଲିମ ଜନସଂଖ୍ୟା ରହିଛନ୍ତି । କିନ୍ତୁ ଧୀରେ ଧୀରେ ଇସଲାମିକ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏପରି ପରିସ୍ଥିତିରେ, ମୁସଲିମ ଶାସକ ଆୟାତୋଲ୍ଲା ଖାମେନିଙ୍କ ପ୍ରାଧାନ୍ୟ ଆରମ୍ଭ ହୋଇପାରେ।  ଏହି ନିୟମ କେବଳ ୟୁରୋପ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ ବରଂ ଆମେରିକାକୁ ମଧ୍ୟ ପ୍ରଭାବିତ କରିପାରିବ ।

ବାବା ଭେଙ୍ଗାଙ୍କ ଅନୁସାରେ ଯେତେବେଳେ ଏହି ମୁସଲିମ ଶାସନ ସମଗ୍ର ଜର୍ମାନୀ ଉପରେ ନିଜର ପ୍ରାଧାନ୍ୟ ବିସ୍ତାର କରିବ, ସେତେବେଳେ ପରିସ୍ଥିତି ଆହୁରି ଖରାପ ହୋଇପାରେ । ଏକ ବଡ଼ ଯୁଦ୍ଧ ହୋଇପାରେ । ବାବାଙ୍କ ଅନୁଯାୟୀ, ଏହି ଯୁଦ୍ଧରେ ହଜାର ହଜାର ଲୋକ ମୃତ୍ୟୁବରଣ କରିପାରନ୍ତି । କିନ୍ତୁ ଶେଷରେ ମୁସଲିମ ଦେଶ ଜିତିବ, ଯାହା ଆଗାମୀ ସମୟରେ ବିପଜ୍ଜନକ ପ୍ରମାଣିତ ହେବ।

ଏବେ ପ୍ରଶ୍ନ ଆସୁଛି କିଏ ଏହି ବାବା ଭେଙ୍ଗ ? ବାବା ଭେଙ୍ଗା ଜଣେ ପ୍ରସିଦ୍ଧ ବୁଲଗେରିଆନ୍ ରହସ୍ୟବାଦୀ ଓ ଭବିଷ୍ୟଦ୍ବକ୍ତା ଥିଲେ । ଯିଏ ଅନେକ ବିଶ୍ୱ ଘଟଣାବଳୀ ଭବିଷ୍ୟବାଣୀ କରିଥିଲେ । ବାବା ଭାଙ୍ଗା ୧୯୧୧ ଜାନୁଆରୀ ୩୧ ତାରିଖରେ ବୁଲଗେରିଆରେ ଜନ୍ମଗ୍ରହଣ କରିଥିଲେ ।  ୧୧ ଅଗଷ୍ଟ ୧୯୯୬ ମସିହାରେ ତାଙ୍କର ହୋଇଥିଲା ମୃତ୍ୟୁ । ସେ ପିଲାଦିନେ ଏକ ଦୁର୍ଘଟଣା ଯୋଗୁଁ ଦୃଷ୍ଟିଶକ୍ତି ହରାଇଥିଲେ । 

କିନ୍ତୁ ବାବା ଭେଙ୍ଗାଙ୍କ ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ ଶକ୍ତି ଯୋଗୁଁ ସେ ସାରା ବିଶ୍ୱରେ ହୋଇଗଲେ ପ୍ରସିଦ୍ଧ । ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ସତ ପ୍ରମାଣିତ ହୋଇଛି । ସେ ୧୯୯୧ରେ ସୋଭିଏତ୍ ୟୁନିଅନର ପତନ, ୯/୧୧ ବିଶ୍ୱ ବାଣିଜ୍ୟ କେନ୍ଦ୍ର ଆକ୍ରମଣ, ୨୦୦୪ରେ ଜାପାନରେ ସୁନାମି ଏବଂ ଭୂମିକମ୍ପ, ବାରାକ ଓବାମାଙ୍କ ଆମେରିକା ରାଷ୍ଟ୍ରପତି ହେବା ବିଷୟରେ କରିଥିଲେ ଭବିଷ୍ୟବାଣୀ । ଏମିତିକି ସେ ୨୦୨୦ର କରୋନା ମହାମାରୀ ବିଷୟରେ କରିଥିଲେ ଭବିଷ୍ୟବାଣୀ । ଯାହା ସତ ପ୍ରମାଣିତ ହୋଇଛି ।