କଳା ବ୍ୟାଜ୍‌ ପରିଧାନ କରି ଆନ୍ଦୋଳନକୁ ବ୍ଲକ କର୍ମଚାରୀ-ଅଧିକାରୀ

ଦାରିଙ୍ଗବାଡି, ୧।୭ (ଅରୁଣ ସାହୁ):ଭୁବନେଶରର ବିଏମସିରେ ଅତିରିକ୍ତ କମିଶନର ତଥା ତତ୍କାଳ କନ୍ଧମାଳ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ରତ୍ନାକର ସାହୁଙ୍କୁ ମରଣାତ୍ମକ ଆକ୍ରମଣର ପ୍ରତିବାଦରେ ମଙ୍ଗଳବାର କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟ ଅଚଳ ହୋଇପଡିଛି। ବ୍ଲକର ବିଭିନ୍ନ ବିଭାଗର ଅଧିକାରୀଙ୍କ ସମେତ କିରାଣୀ, ଯନ୍ତ୍ରୀ, ବିପିଏମ, ଯୋଗାଣ ବିଭାଗର କର୍ମଚାରୀ ଉନ୍ନୟନ ବିଭାଗ ଡେସ୍କର କର୍ମଚାରୀ ସମସ୍ତେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି କଳା ବ୍ୟାଜ ପରିଧାନ କରି ବିକ୍ଷୋଭ ପ୍ରଦର୍ଶନ […] The post କଳା ବ୍ୟାଜ୍‌ ପରିଧାନ କରି ଆନ୍ଦୋଳନକୁ ବ୍ଲକ କର୍ମଚାରୀ-ଅଧିକାରୀ appeared first on Dharitri Odia News.

କଳା ବ୍ୟାଜ୍‌ ପରିଧାନ କରି ଆନ୍ଦୋଳନକୁ ବ୍ଲକ କର୍ମଚାରୀ-ଅଧିକାରୀ

ଦାରିଙ୍ଗବାଡି, ୧।୭ (ଅରୁଣ ସାହୁ):ଭୁବନେଶରର ବିଏମସିରେ ଅତିରିକ୍ତ କମିଶନର ତଥା ତତ୍କାଳ କନ୍ଧମାଳ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ରତ୍ନାକର ସାହୁଙ୍କୁ ମରଣାତ୍ମକ ଆକ୍ରମଣର ପ୍ରତିବାଦରେ ମଙ୍ଗଳବାର କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟ ଅଚଳ ହୋଇପଡିଛି। ବ୍ଲକର ବିଭିନ୍ନ ବିଭାଗର ଅଧିକାରୀଙ୍କ ସମେତ କିରାଣୀ, ଯନ୍ତ୍ରୀ, ବିପିଏମ, ଯୋଗାଣ ବିଭାଗର କର୍ମଚାରୀ ଉନ୍ନୟନ ବିଭାଗ ଡେସ୍କର କର୍ମଚାରୀ ସମସ୍ତେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି କଳା ବ୍ୟାଜ ପରିଧାନ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବ୍ଲକ କାର୍ଯ୍ୟାଳୟର ମୁଖ୍ୟ ଫାଟକ ସମ୍ମୁଖରେ ସମସ୍ତେ ବିକ୍ଷୋଭ କରିଛନ୍ତି।

ଏହି ଆନ୍ଦୋଳନରେ ସହକାରୀ ନିର୍ବାହୀ ଯନ୍ତ୍ରୀ ସଞ୍ଜୟ ରଥଙ୍କ ସମେତ ପଞ୍ଚାୟତ ଉନ୍ନୟନ ଅଧିକାରୀ ସୁରେଶ ପଣ୍ଡା, ଓଡିଶା ଜୀବିକା ମିଶନର ବିପିଏମ ପିଣ୍ଟୁ ନାୟକ,ଯୋଗାଣ ନିରୀକ୍ଷକ ନିହାର ବେହେରା,ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଖେତୀଶ ପ୍ରିୟଦର୍ଶି ସାହୁ,ମମତା ବେହେରାଙ୍କ ସମେତ ୨୫ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ସମସ୍ତ କର୍ମଚାରୀ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ସେହିପରି ବିଡ଼ିଓ ପ୍ରୀତିରଞ୍ଜନ ରଥ ମଧ୍ୟ ଅତିରିକ୍ତ ଜିଲାପାଳ ରମେଶ ଜେନାଙ୍କ ଡାକରାରେ ଫୁଲବାଣୀ ଯାଇଛନ୍ତି। ସେଠାରେ ଜିଲା ଓଏଏସର ଜିଲା ସଭାପତି ଅତିରିକ୍ତ ଜିଲାପାଳ ଦାୟିତ୍ୱରେ ରହିଥିବାରୁ ଜିଲାର ୧୨ଟି ବ୍ଲକର ସମସ୍ତ ଓଏଏସ ଅଧିକାରୀମାନେ ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ସେଠାରେ ନିଷ୍ପତି ପ୍ରକାରେ ଆନ୍ଦୋଳନ କରିବେ ବୋଲି ଦାରିଙ୍ଗବାଡି ବିଡ଼ିଓ ରଥ କହିଛନ୍ତି।

 

 

The post କଳା ବ୍ୟାଜ୍‌ ପରିଧାନ କରି ଆନ୍ଦୋଳନକୁ ବ୍ଲକ କର୍ମଚାରୀ-ଅଧିକାରୀ appeared first on Dharitri Odia News.