ଆରମ୍ଭ ହେବ ସାହିତ୍ୟ ପକ୍ଷ: ଯୁବପୀଢିଙ୍କୁ ସାହିତ୍ୟ ସହ ଯୋଡିବା ଉଦ୍ଦେଶ୍ୟରେ ହେବ ଏହି କାର୍ଯ୍ୟକ୍ରମ
କନକ ବ୍ୟୁରୋ: ଯୁବପୀଢ଼ିଙ୍କୁ ସାହିତ୍ୟ ସହ ଯୋଡିବା ଉଦ୍ଦେଶ୍ୟରେ ଆରମ୍ଭ ହେବ ସାହିତ୍ୟ ପକ୍ଷ। ଆମ ଓଡ଼ିଶା କାର୍ଯ୍ୟାଳୟରେ ସମ୍ବାଦ ପକ୍ଷରୁ ସାହିତ୍ୟ ପକ୍ଷର ଲୋଗୋ ଉନ୍ମୋଚନ କରିଛନ୍ତି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ଼ ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ। ଆଗାମୀ ଦିନରେ ସାହିତ୍ୟିକ ସୃଷ୍ଟି କରିବା ସହ ସାହିତ୍ୟକୁ ଶିଖରରେ ପହଞ୍ଚାଇବା ଲକ୍ଷ୍ୟରେ ସାହିତ୍ୟ ପକ୍ଷ ଆୟୋଜନ କରାଯିବ। ଏହା ମାଧ୍ୟମରେ ଲୋକ ସାହିତ୍ୟ, ରସ ସାହିତ୍ୟ, ରହସ୍ୟ ସାହିତ୍ୟ ଆଦିକୁ ସ୍ଥାନ ଦିଆଯିବ। ୧ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ପକ୍ଷ ଆମ ଓଡ଼ିଶା କାର୍ଯ୍ୟାଳୟରେ ହେବ ଓ ପ୍ରତ୍ୟେକ ଦିନ ଦୁଇଘଣ୍ଟାର କାର୍ଯ୍ୟକ୍ରମ ରହିବ। ଓଡ଼ିଶାର ସମସ୍ତ ସାହିତ୍ୟିକ ମାନଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଡିବାକୁ ଲକ୍ଷ୍ୟ ରଖାଯାଇଥିବା ସମ୍ବାଦ ପକ୍ଷରୁ କୁହାଯାଇଛି। ସମ୍ବାଦ ଗ୍ରୁପ ସମ୍ପାଦିକ ତନୟା ପଟ୍ଟନାୟକ, ମ୍ୟାନେଜିଂ ଡ଼ାଇରେକ୍ଟର ମୋନିକା ନାୟର ପଟ୍ଟନାୟକ, ମାନବ ସମ୍ବଳ ମୁଖ୍ୟ ବୈଜୟନ୍ତୀ କର, ବିଶିଷ୍ଟ ସାହିତ୍ୟିକ ଗୌରହରି ଦାସ, ସମ୍ବାଦ ଗ୍ରୁପ ବାର୍ତ୍ତା ସମ୍ପାଦକ ଭବାନୀ ଶଙ୍କର ତ୍ରିପାଠୀ, ଆମ ଓଡ଼ିଶା ପ୍ରକାଶନର ସମ୍ପାଦକ ଅସିତ ମହାନ୍ତି ପ୍ରମୁଖ ସାମିଲ ହୋଇଥିଲେ।