ଡାଟା ସେୟାରିଂ ପଲିସିରେ ଟେଲିଗ୍ରାମ ଆଣିଛି ବଡ ପରିର୍ବତ୍ତନ, ୟୁଜର୍ସ ଜାଣିବା ଜରୁରୀ

ଲୋକପ୍ରିୟ ଏନକ୍ରିପ୍ଟ ମେସେଜିଂ ପ୍ଲାଟଫର୍ମ ଟେଲିଗ୍ରାମ ଗତ ସୋମବାର ଏହାର ପ୍ରାଇଭେସି ପଲିସିରେ ପ୍ରମୁଖ ପରିବର୍ତ୍ତନ ଘୋଷଣା କରିଛି । ଏହି ପରିବର୍ତ୍ତନ ପରେ, ଆପ୍‌କୁ ବର୍ତ୍ତମାନ ଅପରାଧିକ ଯାଞ୍ଚରେ ନ୍ୟାୟିକ ଅଧିକାରୀଙ୍କ ସହ ଆଇପି ଆଡେ୍ରସ୍‌ ଏବଂ ଫୋନ୍‌ ନମ୍ଭର ଦେବାକୁ ଅନୁମତି ଦିଆଯାଇଛି । ତୁର୍କୀଟୋଡେ’ ଖବର ଅନୁଯାୟୀ ଟେଲିଗ୍ରାମର ସିଇଓ ପାଭେଲ ଡୁରାଭେଙ୍କୁ ଗତ ମାସରେ ଫ୍ରାନ୍ସରେ ଗିରଫ କରାଯିବା ପରେ ଏହି ପରିବର୍ତ୍ତନ କରାଯାଇଛି । ନିଶା ଦ୍ରବ୍ୟ କାରବାର ତଥା […] The post ଡାଟା ସେୟାରିଂ ପଲିସିରେ ଟେଲିଗ୍ରାମ ଆଣିଛି ବଡ ପରିର୍ବତ୍ତନ, ୟୁଜର୍ସ ଜାଣିବା ଜରୁରୀ appeared first on KNews Odisha.

ଡାଟା ସେୟାରିଂ ପଲିସିରେ ଟେଲିଗ୍ରାମ ଆଣିଛି ବଡ ପରିର୍ବତ୍ତନ, ୟୁଜର୍ସ ଜାଣିବା ଜରୁରୀ
telegram-

ଲୋକପ୍ରିୟ ଏନକ୍ରିପ୍ଟ ମେସେଜିଂ ପ୍ଲାଟଫର୍ମ ଟେଲିଗ୍ରାମ ଗତ ସୋମବାର ଏହାର ପ୍ରାଇଭେସି ପଲିସିରେ ପ୍ରମୁଖ ପରିବର୍ତ୍ତନ ଘୋଷଣା କରିଛି । ଏହି ପରିବର୍ତ୍ତନ ପରେ, ଆପ୍‌କୁ ବର୍ତ୍ତମାନ ଅପରାଧିକ ଯାଞ୍ଚରେ ନ୍ୟାୟିକ ଅଧିକାରୀଙ୍କ ସହ ଆଇପି ଆଡେ୍ରସ୍‌ ଏବଂ ଫୋନ୍‌ ନମ୍ଭର ଦେବାକୁ ଅନୁମତି ଦିଆଯାଇଛି । ତୁର୍କୀଟୋଡେ’ ଖବର ଅନୁଯାୟୀ ଟେଲିଗ୍ରାମର ସିଇଓ ପାଭେଲ ଡୁରାଭେଙ୍କୁ ଗତ ମାସରେ ଫ୍ରାନ୍ସରେ ଗିରଫ କରାଯିବା ପରେ ଏହି ପରିବର୍ତ୍ତନ କରାଯାଇଛି । ନିଶା ଦ୍ରବ୍ୟ କାରବାର ତଥା ଶିଶୁ ଯୌନ ଶୋଷଣ ସାମଗ୍ରୀ ଡିଷ୍ଟ୍ରିବୁସନ୍‌ ସହିତ ବେଆଇନ୍‌ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରୁଥିବା ସିଇଓ ଅଭିଯୋଗ କରିଛନ୍ତି ।

ପୂର୍ବରୁ ନୀତି କ’ଣ ଥିଲା :

ଖବର ଅନୁଯାୟୀ, ଟେଲିଗ୍ରାମରେ ପଲିସି ଅପଡେଟ୍‌ ଖବର ପୋଷ୍ଟ କରିଥିବା ଡୁରୋଭ କହିଛନ୍ତି ଯେ ଗୋପନୀୟତା ଏବଂ ସୁରକ୍ଷା ମଧ୍ୟରେ ସଠିକ୍‌ ନିୟନ୍ତ୍ରଣ ରକ୍ଷା କରିବା ପାଇଁ ଏହି ପଦକ୍ଷେପ ଆବଶ୍ୟକ । ଏହା ଛଡା ଡୁରୋଭ କହିଛନ୍ତି ଯେ, ଗୋପନୀୟତା ଏବଂ ସୁରକ୍ଷା ମଧ୍ୟରେ ସଠିକ୍‌ ନିୟନ୍ତ୍ରଣ କରିବା ସହଜ ନୁହେଁ । ଏହା ପୂର୍ବରୁ ଟେଲିଗ୍ରାମ କେବଳ ରେ ଆତଙ୍କବାଦ ମାମଲାରେ ୟୁଜର୍ସଙ୍କ ଡାଟା ବାଣ୍ଟିକୁ ରାଜି ହୋଇଥିଲା ।

ଅପରାଧୀମାନଙ୍କ ଦ୍ୱାରା ଟେଲିଗ୍ରାମର ଅପବ୍ୟବହାରକୁ ରୋକିବାରେ ତାଙ୍କ କମ୍ପାନୀ ଅଭିଯୋଗ କରି ଫ୍ରାନ୍ସ କର୍ତ୍ତୃପକ୍ଷ ଅଗଷ୍ଟରେ ଡୁରୋଭଙ୍କୁ ଅଟକ ରଖିଥିଲେ । ଦୀର୍ଘ ସମୟ ଧରି ଟେଲିଗ୍ରାମ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ୍‌ ଏବଂ ସର୍ବନିମ୍ନ ଡାଟା ସଂଗ୍ରହ କାରଣରୁ ଅନୈତିକ କାର୍ଯ୍ୟର ଆଶ୍ରୟସ୍ଥଳୀ ହେବା ନେଇ ଆଲୋଚନା ହେଉଥିଲା ।

ଟେଲିଗ୍ରାମ ସିଇଓ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି :

ଡୁରୋଭ ରୁଷର ଜଣେ ଧନୀ ଉଦ୍ୟୋଗପତି, ଯାହାଙ୍କ ପାଖରେ ଫରାସୀ ନାଗରିକତା ରହିଛି । ତାଙ୍କୁ ୫ ମିଲିୟନ ଡଲାରରେ ଜାମିନ ଦିଆଯାଇଛି । ହେଲେ ତଦନ୍ତ ପୁରା ହେବା ଯାଏ ତାଙ୍କୁ ଫ୍ରାନ୍ସର ରହିବାକୁ ପଡିବ । ଯଦିଓ ଟେଲିଗ୍ରାମରେ ସିଇଓ ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି, ସେ ଫ୍ରାନ୍ସରେ ଆଇନଗତ କାର୍ଯ୍ୟକୁ ପୁରୁଣା ଆଇନର ଅପବ୍ୟବହାର ବୋଲି କହିଛନ୍ତି । ସେପ୍ଟେମ୍ବର ୫ ପୋଷ୍ଟରେ ଡୁରୋଭ ଯୁକ୍ତି କରିଥିଲେ ଯେ, ପ୍ଳାଟଫର୍ମରେ ତୃତୀୟ ପକ୍ଷ ଦ୍ୱାରା କରାଯାଇଥିବା ଅପରାଧରେ ସିଇଓମାନଙ୍କୁ ଚାର୍ଜ କରିବା ପାଇଁ ସ୍ମାର୍ଟଫୋନ୍‌ ନିୟମ ବ୍ୟବହାର କରିବା ଏକ ଭୁଲ ଯୁକ୍ତି ଅଟେ ।

The post ଡାଟା ସେୟାରିଂ ପଲିସିରେ ଟେଲିଗ୍ରାମ ଆଣିଛି ବଡ ପରିର୍ବତ୍ତନ, ୟୁଜର୍ସ ଜାଣିବା ଜରୁରୀ appeared first on KNews Odisha.