ଡିଏମଏଫ ପାଣ୍ଠି ଖର୍ଚ୍ଚର ହେବ ଖୋଳତାଡ: ଖୋଲିବ କୋଟି କୋଟି ଟଙ୍କା ଦୁର୍ନୀତିର ପେଡି
କନକ ବ୍ୟୁରୋ: ସୁନ୍ଦରଗଡ ଜିଲ୍ଳାରେ ଡିଏମଏଫ ପାଣ୍ଠିରୁ କୋଟ କୋଟି ଟଙ୍କା ଚଳୁ ହୋଇଛି। ବିଭିନ୍ନ ପ୍ରକଳ୍ପ ନାଁରେ ଠିକାଦାର, ଅସାଧୁ ଅଧିକାରୀ ପାଣ୍ଠିକୁ ଲୁଟି ନେଇଛନ୍ତି। କନକ ନ୍ୟୁଜରେ ଏନେଇ ଅନୁସନ୍ଧାନ ମୂଳକ ରିପୋର୍ଟ ପ୍ରସାରଣ ପରେ ତତ୍ପର ହୋଇଛି ଜିଲ୍ଳା ପ୍ରଶାସନ। ସୁନ୍ଦରଗଡ ଜିଲ୍ଲାରେ ଡିଏମଏଫ ପାଣ୍ଠି ଟଙ୍କା ବାଟମାରଣା ହୋଇଥିବା ନେଇ ଲଗାତାର ଖବର ପ୍ରସାରଣ ପରେ, ଆକ୍ସନ ମୋଡକୁ ଆସିଛି ପ୍ରଶାସନ। ଖଣି ମନ୍ତ୍ରୀଙ୍କଠାରୁ ନିର୍ଦ୍ଦେଶ ପାଇବା ପରେ ଖର୍ଚ୍ଚର ଖୋଳତାଡ […] The post ଡିଏମଏଫ ପାଣ୍ଠି ଖର୍ଚ୍ଚର ହେବ ଖୋଳତାଡ: ଖୋଲିବ କୋଟି କୋଟି ଟଙ୍କା ଦୁର୍ନୀତିର ପେଡି first appeared on Kanak News.

କନକ ବ୍ୟୁରୋ: ସୁନ୍ଦରଗଡ ଜିଲ୍ଳାରେ ଡିଏମଏଫ ପାଣ୍ଠିରୁ କୋଟ କୋଟି ଟଙ୍କା ଚଳୁ ହୋଇଛି। ବିଭିନ୍ନ ପ୍ରକଳ୍ପ ନାଁରେ ଠିକାଦାର, ଅସାଧୁ ଅଧିକାରୀ ପାଣ୍ଠିକୁ ଲୁଟି ନେଇଛନ୍ତି। କନକ ନ୍ୟୁଜରେ ଏନେଇ ଅନୁସନ୍ଧାନ ମୂଳକ ରିପୋର୍ଟ ପ୍ରସାରଣ ପରେ ତତ୍ପର ହୋଇଛି ଜିଲ୍ଳା ପ୍ରଶାସନ।
ସୁନ୍ଦରଗଡ ଜିଲ୍ଲାରେ ଡିଏମଏଫ ପାଣ୍ଠି ଟଙ୍କା ବାଟମାରଣା ହୋଇଥିବା ନେଇ ଲଗାତାର ଖବର ପ୍ରସାରଣ ପରେ, ଆକ୍ସନ ମୋଡକୁ ଆସିଛି ପ୍ରଶାସନ। ଖଣି ମନ୍ତ୍ରୀଙ୍କଠାରୁ ନିର୍ଦ୍ଦେଶ ପାଇବା ପରେ ଖର୍ଚ୍ଚର ଖୋଳତାଡ କରିବାକୁ ବ୍ଲୁପ୍ରିଂଟ ପ୍ରସ୍ତୁତି କରିଛି ପ୍ରଶାସନ। ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ, ଯୋଗାଯୋଗ, ମହିଳା ଓ ଶିଶୁ ବିକାଶ, ଦକ୍ଷତା ବିକାଶ, ଭିତ୍ତିଭୂମି ବିକାଶ ନାଁରେ ହୋଇଥିବା ମହାଲୁଟର ହେବ ପର୍ଦାଫାଶ। ଏଥିସହ ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ସୁନ୍ଦରଗଡ ଜଲ୍ଲାପାଳ।
ସୁନ୍ଦରଗଡ ଜିଲ୍ଳା ଡିଏମଏଫ ଫଣ୍ଡ ଦୁର୍ନୀତିକୁ ନେଇ କନକ ନ୍ୟୁଜ ପକ୍ଷରୁ ଅନୁସନ୍ଧାନ କରାଯାଇଥିଲା। ଗତ ଦଶ ବର୍ଷ ଭିତରେ ବା ୨୦୧୫- ୧୬ ରୁ ୨୦୨୪ ମେ ମାସ ଭିତରେ ବିଭିନ୍ନ ଖଣିରୁ ସୁନ୍ଦରଗଡ ଡ଼ିଏମଏଫ ପାଣ୍ଠିକୁ ଆସିଛି ୭ ହଜାର ୬୫୦ କୋଟି ୩୮ ଲକ୍ଷ ଟଙ୍କା । ସେଥିରୁ ଖର୍ଚ୍ଚ ହୋଇଛି ୫ ହଜାର ୯୩୩ କୋଟି ୧୭ ଲକ୍ଷ ଟଙ୍କା । ଆପଣ ଆଶ୍ଚର୍ଯ୍ୟ ହେବେ ନିର୍ବାଚନ ଆଚରଣ ଵିଧି ଲାଗୁ ହୋଇ ନୂଆ ସରକାର ଦାୟିତ୍ୱ ନେବା ବେଳକୁ ଡ଼ିଏମଏଫ ପାଣ୍ଠିରେ ମାତ୍ର ୧ ହଜାର ୭୧୭ କୋଟି ୨୧ ଲକ୍ଷ ଟଙ୍କା ଜମା ଥିଲା । ଏପରିକି ପାଣ୍ଠି ଗଠନ ହେବାର ପ୍ରଥମ ୭ ବର୍ଷ ଭିତରେ ମାତ୍ର ୧ ହଜାର ୪୩୩ କୋଟି ଟଙ୍କା ଖର୍ଚ କରାଯାଇଥିଲା । ହେଲେ ଗତ ୩ ବର୍ଷ ଭିତରେ ଅର୍ଥାତ ୨୦୨୧- ୨୨ ରୁ ୨୦୨୩-୨୪ ପର୍ଯ୍ୟନ୍ତ ୩ ଟି ଆର୍ଥିକ ବର୍ଷରେ ସର୍ବାଧିକ ୪ ହଜାର ୯୪୦ କୋଟି ଟଙ୍କା ଖର୍ଚ ହୋଇଛି। ତେବେ ସିଏଜି କିମ୍ବା ସିବିଆଇ ଦ୍ବାରା ତଦନ୍ତ ହେଲେ ମହାଦୁର୍ନୀତିର ଗୁମର ଖୋଲିବ ବୋଲି କହିଛନ୍ତି ସୂଚନା ଅଧିକାର କର୍ମୀ।
The post ଡିଏମଏଫ ପାଣ୍ଠି ଖର୍ଚ୍ଚର ହେବ ଖୋଳତାଡ: ଖୋଲିବ କୋଟି କୋଟି ଟଙ୍କା ଦୁର୍ନୀତିର ପେଡି first appeared on Kanak News.