ସମ୍ପତ୍ତି ପାଇଁ ବାପାକୁ ମୁଥା ମାରି ହତ୍ୟା କଲା ପୁଅ
ଚେନ୍ନାଇ: ସମ୍ପତ୍ତି ପାଇଁ ବାପାକୁ ହତ୍ୟା କଲା ପୁଅ। ବାପା ମୁହଁକୁ ଗୋଟିଏ ପରେ ଗୋଟିଏ ମୁଥା ମାରି ରକ୍ତାକ୍ତ କରିଦେଲା। ଶେଷରେ ୬୫ ବର୍ଷୀୟ ବାପା ନିଷ୍ଠୁର ଆଘାତରେ ଆଖିବୁଜିଲା। ଏଭଳି ଘଟଣା ଘଟିଛି ତାମିଲନାଡୁର ପାରାମ୍ବଲୁରଠାରେ।ସମ୍ପତ୍ତି ଭାଗବଣ୍ଟାକୁ ନେଇ ଅସନ୍ତୁଷ୍ଟ ଥିବା ପୁଅ ବାପ ମୁହଁକୁ ମୁଥା ମାରିଥିଲା। ଯାହାର ଭିଡିଓ ସିସିଟିଭି ଫୁଟେଜ୍ରେ କଏଦ ହୋଇଛି। ଭିଡିଓ ଦେଖିଲେ ପୁଅର ଏଭଳି ନିଷ୍ଠୁରପଣ ପାଇଁ ଆପଣ ବି ଉଚିତ ଧଣ୍ଡ ଦାବି କରିବେ। ହିଂସାତ୍ମକ ଦୃଶ୍ୟ ଦେଖାଇବାରେ ଥିବା ପ୍ରତିବନ୍ଧକ ଯୋଗୁ ଆମେ ସେ ଭିଡିଓ ଦେଖାଇପାରୁ ନାହୁଁ।ପଢ଼ନ୍ତୁ- ରଫା ସହରକୁ ପୁଣି ଟାର୍ଗେଟ୍ କଲା ଇସ୍ରାଏଲ୍; ଏୟାରଷ୍ଟ୍ରାଇକରେ ୯ ଶିଶୁଙ୍କ ସମେତ ୧୩ ମୃତମିଡିଆ ରିପୋର୍ଟ ଅନୁସାରେ, ଏପ୍ରିଲ ୧୮ ତାରିଖରେ ଏଭଳି ଘଟଣା ଘଟିଥିଲା। ପୁଅ ସନ୍ତୋଷର ମୁଥା ମାଡ଼ରେ ବାପା କୁଲାନ୍ଧାଇଭେଲୁଙ୍କର ମୃତ୍ୟୁ ହୋଇଥିଲା। ପୁଲିସ ଅଭିଯୁକ୍ତ ସନ୍ତୋଷକୁ ଗିରଫ କରିଛି। ସିସିଟିଭିରେ ଥିବା ଦଶ୍ୟ ଅନୁସାରେ କୁଲାନ୍ଧାଇଭେଲୁ ଏକ ଚେୟାର ଉପରେ ବସିଥିବା ବେଳେ ପୁଅ ସନ୍ତୋଷ ତାଙ୍କ ମୁହଁ ମୁଥା ପରେ ମୁଥା ମାରି ଚାଲିଛି। ଶେଷରେ ୬୫ ବର୍ଷୀୟ କୁଲାନ୍ଧାଇଭେଲୁଙ୍କ ମୁହଁ ରକ୍ତାକ୍ତ ହୋଇଯାଉଛି। ଆଉ ସେ ତଳେ ପଡ଼ିଯାଉଛନ୍ତି।ଘରୋଇ କମ୍ପାନୀର ମାଲିକ କୁଲାନ୍ଧାଇଭେଲୁଙ୍କ ମୃତ୍ୟୁ ହେବା ପରେ ତାଙ୍କ ପରିବାର ପକ୍ଷରୁ ଥାନାରେ ମାମଲା ରୁଜୁ କରାଯାଇଥିଲା। କୁଲାନ୍ଧାଇଭେଲ
ଚେନ୍ନାଇ: ସମ୍ପତ୍ତି ପାଇଁ ବାପାକୁ ହତ୍ୟା କଲା ପୁଅ। ବାପା ମୁହଁକୁ ଗୋଟିଏ ପରେ ଗୋଟିଏ ମୁଥା ମାରି ରକ୍ତାକ୍ତ କରିଦେଲା। ଶେଷରେ ୬୫ ବର୍ଷୀୟ ବାପା ନିଷ୍ଠୁର ଆଘାତରେ ଆଖିବୁଜିଲା। ଏଭଳି ଘଟଣା ଘଟିଛି ତାମିଲନାଡୁର ପାରାମ୍ବଲୁରଠାରେ।
ସମ୍ପତ୍ତି ଭାଗବଣ୍ଟାକୁ ନେଇ ଅସନ୍ତୁଷ୍ଟ ଥିବା ପୁଅ ବାପ ମୁହଁକୁ ମୁଥା ମାରିଥିଲା। ଯାହାର ଭିଡିଓ ସିସିଟିଭି ଫୁଟେଜ୍ରେ କଏଦ ହୋଇଛି। ଭିଡିଓ ଦେଖିଲେ ପୁଅର ଏଭଳି ନିଷ୍ଠୁରପଣ ପାଇଁ ଆପଣ ବି ଉଚିତ ଧଣ୍ଡ ଦାବି କରିବେ। ହିଂସାତ୍ମକ ଦୃଶ୍ୟ ଦେଖାଇବାରେ ଥିବା ପ୍ରତିବନ୍ଧକ ଯୋଗୁ ଆମେ ସେ ଭିଡିଓ ଦେଖାଇପାରୁ ନାହୁଁ।
ପଢ଼ନ୍ତୁ- ରଫା ସହରକୁ ପୁଣି ଟାର୍ଗେଟ୍ କଲା ଇସ୍ରାଏଲ୍; ଏୟାରଷ୍ଟ୍ରାଇକରେ ୯ ଶିଶୁଙ୍କ ସମେତ ୧୩ ମୃତ
ମିଡିଆ ରିପୋର୍ଟ ଅନୁସାରେ, ଏପ୍ରିଲ ୧୮ ତାରିଖରେ ଏଭଳି ଘଟଣା ଘଟିଥିଲା। ପୁଅ ସନ୍ତୋଷର ମୁଥା ମାଡ଼ରେ ବାପା କୁଲାନ୍ଧାଇଭେଲୁଙ୍କର ମୃତ୍ୟୁ ହୋଇଥିଲା। ପୁଲିସ ଅଭିଯୁକ୍ତ ସନ୍ତୋଷକୁ ଗିରଫ କରିଛି। ସିସିଟିଭିରେ ଥିବା ଦଶ୍ୟ ଅନୁସାରେ କୁଲାନ୍ଧାଇଭେଲୁ ଏକ ଚେୟାର ଉପରେ ବସିଥିବା ବେଳେ ପୁଅ ସନ୍ତୋଷ ତାଙ୍କ ମୁହଁ ମୁଥା ପରେ ମୁଥା ମାରି ଚାଲିଛି। ଶେଷରେ ୬୫ ବର୍ଷୀୟ କୁଲାନ୍ଧାଇଭେଲୁଙ୍କ ମୁହଁ ରକ୍ତାକ୍ତ ହୋଇଯାଉଛି। ଆଉ ସେ ତଳେ ପଡ଼ିଯାଉଛନ୍ତି।
ଘରୋଇ କମ୍ପାନୀର ମାଲିକ କୁଲାନ୍ଧାଇଭେଲୁଙ୍କ ମୃତ୍ୟୁ ହେବା ପରେ ତାଙ୍କ ପରିବାର ପକ୍ଷରୁ ଥାନାରେ ମାମଲା ରୁଜୁ କରାଯାଇଥିଲା। କୁଲାନ୍ଧାଇଭେଲୁ ଡାକ୍ତରଖାନାରେ ଆଡ୍ମିଟ୍ ହେବା ପରେ ପରିବାର ଲୋକେ ଥାନାରେ ମାମଲା କରିଥିଲେ। ହେଲେ ପରେ ମାମଲା ଉଠାଇ ନିଆଯାଇଥିଲା। ହେଲେ ପୁଲିସ ଏହି ମାମଲାର ତଦନ୍ତ କରି ଧାରା ୩୨୩,୩୨୪, ୫୦୬ରେ ମାମଲା ରୁଜୁ କରି ସନ୍ତୋଷକୁ ଗିରଫ କରିଛି।