ଶାମିଙ୍କ ସଙ୍କଟ ବଢିଲା: ସ୍ତ୍ରୀ ଆଣିଲେ ଗମ୍ଭୀର ଅଭିଯୋଗ
ନୂଆଦିଲ୍ଲୀ,୨୨।୩: ଭାରତୀୟ କ୍ରିକେଟର ମହମ୍ମଦ ଶାମି ଏବଂ ତାଙ୍କ ସ୍ତ୍ରୀ ହସିନ ଜାହାଁଙ୍କ ମାମଲା ଦୀର୍ଘ ବର୍ଷ ଧରି ଚାଲିଆସୁଛି। ନିକଟରେ ଭାରତୀୟ ଜନତା ପାର୍ଟିରେ ଭାଜପା ତାଙ୍କୁ ଟିକେଟ ଦେଇପାରିବ ବୋଲି ଶାମି ମୁଖ୍ୟ ପ୍ରସଙ୍ଗରେ ପ୍ରକାଶ କରିଥିଲେ। ଯଦିଓ ଏପର୍ଯ୍ୟନ୍ତ ଏ ସମ୍ପର୍କରେ କୌଣସି ନିଶ୍ଚିତତା ହୋଇନାହିଁ, ତଥାପି ଶାମିଙ୍କ ସ୍ତ୍ରୀ ତାଙ୍କ ବିରୋଧରେ ପୁଣି ଥରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଏମହମ୍ମଦ ଶାମି ତାଙ୍କୁ ହତ୍ୟା କରିବାର ଷଡଯନ୍ତ୍ର ରଚୁଥିବା ସେ ଅଭିଯୋଗ […] The post ଶାମିଙ୍କ ସଙ୍କଟ ବଢିଲା: ସ୍ତ୍ରୀ ଆଣିଲେ ଗମ୍ଭୀର ଅଭିଯୋଗ appeared first on Dharitri Odia News.
ନୂଆଦିଲ୍ଲୀ,୨୨।୩: ଭାରତୀୟ କ୍ରିକେଟର ମହମ୍ମଦ ଶାମି ଏବଂ ତାଙ୍କ ସ୍ତ୍ରୀ ହସିନ ଜାହାଁଙ୍କ ମାମଲା ଦୀର୍ଘ ବର୍ଷ ଧରି ଚାଲିଆସୁଛି। ନିକଟରେ ଭାରତୀୟ ଜନତା ପାର୍ଟିରେ ଭାଜପା ତାଙ୍କୁ ଟିକେଟ ଦେଇପାରିବ ବୋଲି ଶାମି ମୁଖ୍ୟ ପ୍ରସଙ୍ଗରେ ପ୍ରକାଶ କରିଥିଲେ। ଯଦିଓ ଏପର୍ଯ୍ୟନ୍ତ ଏ ସମ୍ପର୍କରେ କୌଣସି ନିଶ୍ଚିତତା ହୋଇନାହିଁ, ତଥାପି ଶାମିଙ୍କ ସ୍ତ୍ରୀ ତାଙ୍କ ବିରୋଧରେ ପୁଣି ଥରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଏମହମ୍ମଦ ଶାମି ତାଙ୍କୁ ହତ୍ୟା କରିବାର ଷଡଯନ୍ତ୍ର ରଚୁଥିବା ସେ ଅଭିଯୋଗ ଆଣିଛନ୍ତି।
ହସିନ ଜାହାଁ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରିଛନ୍ତି। ଏଥିରେ ସେ ମହମ୍ମଦ ଶାମିଙ୍କୁ ଦୋଷାରୋପ କରିଛନ୍ତି ଏବଂ କହିଛନ୍ତି, ମୋର ଷ୍ଟାର ସ୍ବାମୀ ଏବଂ ତାଙ୍କ ପରିବାର ମୋ ସହ ଅସଦାଚରଣ କରିଥିଲେ। ମୁଁ କୋର୍ଟର ସାହାଯ୍ୟ ନେବାକୁ ବାଧ୍ୟ ହେଲି, କିନ୍ତୁ ମୋର ସହାୟତା ଯେପରି ଦିଆଗଲା ନାହିଁ ଆମରୋହା ପୋଲିସ ମୋତେ ଏବଂ ମୋର ୩ ବର୍ଷର ଝିଅକୁ ନିର୍ଯାତନା ଦେଇଛି। ସରକାର ମୋତେ ଅପମାନିତ କରିଛନ୍ତି।ସତ୍ୟ ଏପର୍ଯ୍ୟନ୍ତ ଲୋକଙ୍କ ନିକଟରେ ପହଞ୍ଚି ନାହିଁ। କୋଲକାତାର ନିମ୍ନ ଅଦାଲତ ମୋ ପ୍ରତି ଅନ୍ୟାୟ କରୁଛନ୍ତି।
ହାସିନ ଆହୁରି ମଧ୍ୟ କହିଛନ୍ତି, ଏହି ସବୁ ମୋ ପାଇଁ କରାଯାଉଛି କାରଣ ମୁଁ ମୁସଲମାନ ସମ୍ପ୍ରଦାୟରୁ ଆସିଛି। ଯଦି ମୁଁ ଜଣେ ହିନ୍ଦୁ ହୋଇଥା’ନ୍ତି ଏବଂ ଏହି ସବୁ ଘଟଣା ମୋ ସହିତ ହୋଇଥାନ୍ତା ତେବେ ବୋଧହୁଏ ମୁଁ ବର୍ତ୍ତମାନ ସୁଦ୍ଧା ନ୍ୟାୟ ପାଇଥାନ୍ତେ। ମହମ୍ମଦ ଶାମି, ଭାଜପା ସରକାର ଏବଂ ୟୁପି ପୋଲିସ ମୋତେ ହତ୍ୟା କରିବାକୁ ଯୋଜନା କରୁଛି।
The post ଶାମିଙ୍କ ସଙ୍କଟ ବଢିଲା: ସ୍ତ୍ରୀ ଆଣିଲେ ଗମ୍ଭୀର ଅଭିଯୋଗ appeared first on Dharitri Odia News.