ଡିଜେ ବଜାକୁ ନେଇ ମହାଭାରତ, ପୂଜାରୀଙ୍କୁ ପିଟି ପିଟି ମାରିଦେଲେ

ଜନ୍ମ ଦିନ ଉତ୍ସବରେ ଖୁବ୍‌ ଧୁମଧାମରେ ଚାଲିଥିବା ପାର୍ଟି। ଖୁବ୍‌ ଜୋରରେ ବାଜୁଥିଲା ଡିଜେ। ମାତ୍ର ଏହା ଅସହ୍ୟ ହେବାରୁ ବିରୋଧ କଲେ ପଡ଼ୋଶୀ। ଫଳରେ କଥା ଉଗ୍ର ରୂପ ଧାରଣ କରି ହାତାହାତିରେ ପହଞ୍ଚିଲା।

ଡିଜେ ବଜାକୁ ନେଇ ମହାଭାରତ, ପୂଜାରୀଙ୍କୁ ପିଟି ପିଟି ମାରିଦେଲେ

ଜନ୍ମ ଦିନ ଉତ୍ସବରେ ଖୁବ୍‌ ଧୁମଧାମରେ ଚାଲିଥିବା ପାର୍ଟି। ଖୁବ୍‌ ଜୋରରେ ବାଜୁଥିଲା ଡିଜେ। ମାତ୍ର ଏହା ଅସହ୍ୟ ହେବାରୁ ବିରୋଧ କଲେ ପଡ଼ୋଶୀ। ଫଳରେ କଥା ଉଗ୍ର ରୂପ ଧାରଣ କରି ହାତାହାତିରେ ପହଞ୍ଚିଲା। ଏହି ଘଟଣାକୁ କେନ୍ଦ୍ର କରି ଡିଜେ ବଜାକୁ ବିରୋଧ କରୁଥିବା ବୃଦ୍ଧଙ୍କୁ ଅଭିଯୁକ୍ତମାନେ ପିଟି ପିଟି ହତ୍ୟା କରିଛନ୍ତି ।

ଏପରି ଏକ ଅମାନବୀୟ କାଣ୍ଡ ଉତ୍ତରପ୍ରଦେଶର ଦେବରିୟାରେ ହୋଇଛି। ମୃତକଜଣକ ୬୦ ବର୍ଷୀୟ ଅଶୋକ ଚୌବେ ବୋଲି ଜଣାଯାଇଛି। ସେ ସ୍ଥାନୀୟ ବାରିପୁର ହନୁମାନ ମନ୍ଦିରର ସହାୟକ ପୂଜାରୀ ଭାବେ କାମ କରୁଥିଲେ। ଏହି ଘଟଣାରେ ପୁଲିସ୍‌ ୩ ଅଭିଯୁକ୍ତଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଦୁଇ ଦିନ ପୂର୍ବେ ଅଶୋକ ଚୌବେ ରାତିରେ ମନ୍ଦିରରୁ ଘରେ ପହଞ୍ଚିଥିବା ବେଳେ ପଡୋଶୀ ହୌସଲା ପାଶୱାନଙ୍କ ଘରେ ଏକ ବାର୍ଥଡେ ପାର୍ଟି ଆୟୋଜିତ ହୋଇଥିଲା।  ମାତ୍ର ଉକ୍ତ ପାର୍ଟିରେ ଜୋରସୋରରେ ଡିଜେ ବଜା ଯାଉଥିବାରୁ ଅଶୋକ ଏହାକୁ ବିରୋଧ କରିଥିଲେ। ଏହାକୁ ନେଇ ଉଭୟ ପରିବାର ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା।

ଏହାପରେ ଗତକାଲି ରାତିରେ କୌଣସି କାରଣକୁ ନେଇ ଉଭୟ ପରିବାର ପୁଣି ଥରେ ମୁହାଁମୁହିଁ ହୋଇଥିଲେ। ଏପରିକି ଅଭିଯୁକ୍ତ ହୌସଲା ପାଶୱାନଙ୍କ ପରିବାର ସଦସ୍ୟ ଅଶୋକ ଚୌବେଙ୍କ ପରିବାର ଲୋକଙ୍କ ଉପରକୁ ଇଟାପଥର ମାଡ଼ କରିଥିଲେ। ସେମାନେ ଅଶୋକଙ୍କୁ ବାଡ଼ିରେ ପ୍ରବଳ ପିଟିବାରୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇ ଯାଇଥିଲା।

ଏହି ମାମଲାରେ ପୁଲିସ୍‌ ୩ ଜଣଙ୍କୁ ଗିରଫ କରିଛି। କୌଣସି ଅଘଟଣ ଆଶଙ୍କାରେ ଗାଁରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି।