ଡିଜେଲ ଚୋରକୁ ମାଡି ବସିଲେ ଗାଡ଼ି ଚାଳକ, ବାନ୍ଧିଲା ପୁଲିସ 

ପାଟଣା : ୨୦ ନଂ ଜାତୀୟ ରାଜପଥ ଅନ୍ତର୍ଗତ ଘଟଗାଁ ବ୍ଲକ ଖଣ୍ଟଘର ପଥକର ଫାଟକ ନିକଟରେ ରାତିରେ ଟ୍ରକ ରଖି ବିଶ୍ରାମ ନେଉଥିବା ଗାଡି ମାନଙ୍କରୁ ଲଗାତର ଡିଜେଲ ଚୋରି ହେଉଥିବା ଚୋରଙ୍କର ଟେର ମିଳୁନଥିଲା । ତେବେ ଗତ ରାତି ସେହି ପୁରୁଣା ଉପାୟରେ ପାଇପ ଲଗାଇ ଗାଡି ଟାଙ୍କିରୁ ଡିଜେଲ ଚୋରି ସମୟରେ ଜଣେ ଗାଡି ଚାଳକଙ୍କ ନିଦ ଭାଙ୍ଗି ଯିବାରୁ ସେ ପାଟି କରି ଅନ୍ୟ ମାନଙ୍କୁ ଡାକି ଦେବା ଫଳରେ […]

ଡିଜେଲ ଚୋରକୁ ମାଡି ବସିଲେ ଗାଡ଼ି ଚାଳକ, ବାନ୍ଧିଲା ପୁଲିସ 

ପାଟଣା : ୨୦ ନଂ ଜାତୀୟ ରାଜପଥ ଅନ୍ତର୍ଗତ ଘଟଗାଁ ବ୍ଲକ ଖଣ୍ଟଘର ପଥକର ଫାଟକ ନିକଟରେ ରାତିରେ ଟ୍ରକ ରଖି ବିଶ୍ରାମ ନେଉଥିବା ଗାଡି ମାନଙ୍କରୁ ଲଗାତର ଡିଜେଲ ଚୋରି ହେଉଥିବା ଚୋରଙ୍କର ଟେର ମିଳୁନଥିଲା । ତେବେ ଗତ ରାତି ସେହି ପୁରୁଣା ଉପାୟରେ ପାଇପ ଲଗାଇ ଗାଡି ଟାଙ୍କିରୁ ଡିଜେଲ ଚୋରି ସମୟରେ ଜଣେ ଗାଡି ଚାଳକଙ୍କ ନିଦ ଭାଙ୍ଗି ଯିବାରୁ ସେ ପାଟି କରି ଅନ୍ୟ ମାନଙ୍କୁ ଡାକି ଦେବା ଫଳରେ ଜଣେ ଡିଜେଲ ଚୋରଙ୍କୁ ଗାଡି ଚାଳକ ମାନେ କାବୁ କରିଛନ୍ତି । ଅନ୍ୟ ୩ ଜଣ ଡିଜେଲ ଚୋର ସେମାନେ ଆଣିଥିବା ସ୍କର୍ପିଓରେ କେନ୍ଦୁଝର ଆଡକୁ ଚମ୍ପଟ ମାରିଛନ୍ତି । ଖବର ପାଇ ଢେଙ୍କିକୋଟ ଫାଣ୍ଡି ଅଧିକାରୀ ତ୍ରିନାଥ ନାଏକ ଘଟଣାସ୍ଥଳରେ ପହଞ୍ଚି ଡିଜେଲ ଚୋର ଯୋଡା ବାଚୁ ହାଟିଂରୁ ନରେନ୍ଦ୍ର ତନ୍ତି ଙ୍କ ପୁଅ ଇସୁ ତନ୍ତି (୩୩) ଙ୍କୁ ଗିରଫ କରିବା ସହ ୩ ଟି ଜାରରେ ଥିବା ୧୫୦ ଲିଟର ଡିଜେଲ ଓ ୨ ଟି ଖାଲି ଜାର ଜବତ କରିଛନ୍ତି । ଘଟଗାଁ ଥାନା ମାମଲା ସଂଖ୍ୟା ୨୨/୨୦୨୫ ମୂଳେ ଗିରଫ ଇସୁକୁ ଆଜି କୋର୍ଟ ଚାଲାଣ କରାଯାଇଛି । ଅନ୍ୟ ୩ ଜଣଙ୍କୁ ଠାବ କରିବା ପାଇଁ ପୁଲିସ ଉଦ୍ୟମ ଚଳାଇଛି ।