ଡିନର୍‌ ବେଳେ ନିର୍ମମ ହତ୍ୟା, ଗୁଳି ମାଡ଼ ପରେ ଖଣ୍ଡାରେ ହାଣିଲେ

ଡିନର କରୁଥିବା ୪ ଜଣ ସାଙ୍ଗଙ୍କ ମଧ୍ୟରୁ ଜଣକୁ ଟାର୍ଗେଟ କରି କରିଥିଲେ ଆଖିବୁଜା ଗୁଳିମାଡ। କେବଳ ସେତିକି ନୁହେଁ ଧାରୁଆ ଅସ୍ତ୍ରରେ ବାରମ୍ବାର ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ହୋଇଛି।

ଡିନର୍‌ ବେଳେ ନିର୍ମମ ହତ୍ୟା, ଗୁଳି ମାଡ଼ ପରେ ଖଣ୍ଡାରେ ହାଣିଲେ

ହୋଟେଲରେ ଡିନର୍‌ କରୁଥିବା ବେଳେ ଫୁଟିଲା ଗୁଳି। ଖାଦ୍ୟ ଖାଉଥିବା ବେଳେ ସର୍ବସମ୍ମୁଖରେ ଗୁଳି ମାଡ କଲେ ଦୁର୍ବୃତ୍ତ। କେବଳ ସେତିକି ନୁହେଁ ଧାରୁଆ ଅସ୍ତ୍ରରେ ହାଣି ନିର୍ମତ ହତ୍ୟା କଲେ। ଏଭଳି କିଛି ହତ୍ୟାକାଣ୍ଡ ଘଟିଛି ମହାରାଷ୍ଟ୍ର ପୁଣେର ଏକ ହୋଟେଲରେ। ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଶନିବାର ରାତି ପ୍ରାୟ ୮ଟା। ପୁଣେର ସୋଲାପୁର ଏକ୍ସପ୍ରେସ ଓ୍ୱରେ ଥିବା ଏକ ହୋଟେଲରେ ୪ ଜଣ ସାଙ୍ଗ ବସି ଡିନର୍‌ କରୁଥିଲେ। ଠିକ୍‌ ଏତିକି ବେଳେ ଦୁଇ ଜଣ ଦୁର୍ବୃତ୍ତ ଆସି ଡିନର କରୁଥିବା ୪ ଜଣ ସାଙ୍ଗଙ୍କ ମଧ୍ୟରୁ ଜଣକୁ ଟାର୍ଗେଟ କରି କରିଥିଲେ ଆଖିବୁଜା ଗୁଳିମାଡ। କେବଳ ସେତିକି ନୁହେଁ ଧାରୁଆ ଅସ୍ତ୍ରରେ ବାରମ୍ବାର ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣା ପରେ ଦୁବର୍ବତ୍ତମାନେ ଫେରାର ହୋଇଯାଇଥିଲେ। ପୂରା ଘଟଣା ହୋଟେଲ ସିସିଟିଭି ଫୁଟେଜରେ କଏଦ ହୋଇଛି।  

ମୃତକ ହେଲେ ଅବିନାଶ ବାଲୁ ଧନବେ। ତାଙ୍କ ବୟସ ୩୪ ବର୍ଷ। ସେ ପେଶାରେ ଜଣେ ପ୍ରପର୍ଟି ଡିଲର୍‌ ଥିଲେ। ପୁଲିସ କହିବା ମୁତାବକ, ଦୁଇ ଗୋଷ୍ଠୀ ମଧ୍ୟରେ ଗ୍ୟାଙ୍ଗଓ୍ୱାର ଯୋଗୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ମାମଲାର ତଦନ୍ତ ପାଇଁ ୫ ଜଣିଆ ସଦସ୍ୟ ବିଶିଷ୍ଟ ଏକ ଟିମ୍‌ ଗଠନ କରିଛି ପୁଲିସ। ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ଚେଷ୍ଟା ଜାରି ରହିଛି।