ବ୍ରହ୍ମପୁରରେ ଓ ସମ୍ବଲପୁରରେ ‘ମୋ ବସ’ ସେବା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ବ୍ରହ୍ମପୁର : ରାଜ୍ୟର ଦୁଇଟି ପ୍ରମୁଖ ସହର ସମ୍ବଲପୁ ଓ ବ୍ରହ୍ମପୁରରେ ମୋ ବସ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ I ସମ୍ବଲପୁର ଅଇଁଠାପାଲି ବସ ଟର୍ମିନାଲ ଏବଂ ବ୍ରହ୍ମପୁର ହଳଦିଆପଦର ବସ୍ ଷ୍ଟାଣ୍ଡରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେସିଂ ମାଧ୍ୟମରେ ଏହି ସେବାର ଶୁଭାରମ୍ଭ କରିଛନ୍ତି । ବ୍ରହ୍ମପୁରରେ ପ୍ରଥମ ପର୍ଯ୍ୟାୟରେ ୪ଟି ରୁଟରେ ୧୫ଟି ବସ୍ ଚଳାଚଳ କରିବ । ଏହାଭିତରେ ୫ଟି ଏସି ବସ୍ ଏବଂ ୧୦ଟି ନନ୍-ଏସି […]

ବ୍ରହ୍ମପୁର : ରାଜ୍ୟର ଦୁଇଟି ପ୍ରମୁଖ ସହର ସମ୍ବଲପୁ ଓ ବ୍ରହ୍ମପୁରରେ ମୋ ବସ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ I ସମ୍ବଲପୁର ଅଇଁଠାପାଲି ବସ ଟର୍ମିନାଲ ଏବଂ ବ୍ରହ୍ମପୁର ହଳଦିଆପଦର ବସ୍ ଷ୍ଟାଣ୍ଡରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେସିଂ ମାଧ୍ୟମରେ ଏହି ସେବାର ଶୁଭାରମ୍ଭ କରିଛନ୍ତି । ବ୍ରହ୍ମପୁରରେ ପ୍ରଥମ ପର୍ଯ୍ୟାୟରେ ୪ଟି ରୁଟରେ ୧୫ଟି ବସ୍ ଚଳାଚଳ କରିବ । ଏହାଭିତରେ ୫ଟି ଏସି ବସ୍ ଏବଂ ୧୦ଟି ନନ୍-ଏସି ବସ୍ ଚଳାଚଳ କରିବ । ପରବର୍ତୀ ଅବସ୍ଥାରେ ସମସ୍ତ ବସ୍ ଏସି ହେବ ବୋଲି ଜଣାପଡ଼ିଛି । ସେହିପରି ସମ୍ବଲପୁର ଅଇଁଠାପାଲି ବସ ଟର୍ମିନାଲରୁ ଚଳାଚଳ କରିଛି ମୋ ବସ । ଏହି ସେବା ପାଇବା ପରେ ସମ୍ବଲପୁର ବାସୀ ଖୁସିବ୍ୟକ୍ତ କରିଛନ୍ତି ।