ଡିପଫେକ୍‌ ରୋକିବାକୁ ବିଲ୍‌ ଗେଟସ୍‌ଙ୍କୁ ମୋଦିଙ୍କ ପ୍ରସ୍ତାବ; କହିଲେ, AI କଣ୍ଟେଣ୍ଟରେ ୱାଟରମାର୍କ ରହୁ..

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମାଇକ୍ରୋସଫ୍ଟ ସହପ୍ରତିଷ୍ଠାତା ବିଲ୍‌ ଗେଟସ୍‌ଙ୍କ ମଧ୍ୟରେ ଏକ ଆଲୋଚନା ହୋଇଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(AI)ର ବ୍ୟବହାରଠୁ ନେଇ ସ୍ୱାସ୍ଥ୍ୟ, ଜଳବାୟୁ ପରିବର୍ତ୍ତନ ଏବଂ ମହିଳା ସଶକ୍ତିକରଣ ଉପରେ ଚର୍ଚ୍ଚା କରିଛନ୍ତି ମୋଦି-ବିଲ୍‌ ଗେଟସ୍‌।

ଡିପଫେକ୍‌ ରୋକିବାକୁ ବିଲ୍‌ ଗେଟସ୍‌ଙ୍କୁ ମୋଦିଙ୍କ ପ୍ରସ୍ତାବ; କହିଲେ, AI କଣ୍ଟେଣ୍ଟରେ ୱାଟରମାର୍କ ରହୁ..

ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍ ଗେଟସ ମଧ୍ୟରେ ହେଉଛି ଆଲୋଚନା। ଭାରତର ଡିଜିଟାଲ୍ ବିପ୍ଲବ କଥା ବିଲ୍ ଗେଟସ୍‌ଙ୍କୁ ବୁଝାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଶ୍ୱର ପ୍ରଖ୍ୟାତ ବ୍ୟବସାୟୀ ବିଲ ଗେଟସ୍‌ଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ହୋଇଛି ଆଲୋଚନା।

ଦେଶର ପ୍ରଯୁକ୍ତିବିଦ୍ୟାର ଦକ୍ଷତା, କରୋନା ବେଳେ ସ୍ୱାସ୍ଥ୍ୟ ସେବାର ଉଲ୍ଲେଖନୀୟ ପ୍ରଦର୍ଶନ ଏବଂ ପରିବେଶ ସନ୍ତୁଳନ ସମ୍ପର୍କରେ ବିସ୍ତୁତ ଭାବେ ଆଲୋଚନା କରିଛନ୍ତି। ବିଶେଷ ଭାବେ, AIର ଫାଇଦା ବିଲ୍ ଗେଟସଙ୍କୁ ବୁଝାଇ ଥିଲେ ପ୍ରଧାନମନ୍ତ୍ରୀ। କିପରି ଭାବେ ଦକ୍ଷତା ବଢ଼ାଇବା ସହ ତୁରନ୍ତ କାମ ପାଇଁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନସର ପ୍ରୟୋଗର ଆବଶ୍ୟକତା ରହିଛି ସେ ସମ୍ପର୍କରେ ଆଲୋଚନା କରିଥିଲେ।

ପଢନ୍ତୁ ଏହି ଖବର: ଆପଣ କେତେ ଦିନ ବଞ୍ଚିବେ? AI କହିଦେବ ମୃତ୍ୟୁ ସମୟ

ତେବେ ଡିପ୍ ଫେକ୍ ଭଳି ଅପରାଧରୁ ବଞ୍ଚିବାର ଉପାୟ ଓ ଏହା ସମାଜ ଉପରେ କେତେ ଖରାପ ପ୍ରଭାବ ପଡ଼ିପାରେ ତାକୁ ବି ବିସ୍ତୁତ ଭାବେ ବୁଝାଇଥିଲେ ପ୍ରଧାନମନ୍ତ୍ରୀ। ଡିପଫେକ୍ ଭଳି ସମସ୍ୟାକୁ ରୋକିବା ପାଇଁ AI ଚାଳିତ କଣ୍ଟେଣ୍ଟରେ ୱାଟରମାର୍କର ବ୍ୟବହାର ଭଲ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

‘ସ୍ୱଚ୍ଛ ଗଙ୍ଗା’ର ଉଦାହରଣ ଦେଇ ପରିବେଶ ସନ୍ତୁଳନର ବାର୍ତ୍ତା ବି ପ୍ରଧାନମନ୍ତ୍ରୀ ଦେଇଛନ୍ତି। ରିସାଇକେଲ୍ ପ୍ରକ୍ରିୟା ପ୍ରକୃତି ପାଇଁ ବହୁ ଜରୁରୀ, ଏହାକୁ ବୁଝାଇବାକୁ ଯାଇ ନିଜେ ପିନ୍ଧିଥିବା ଏକ ଜ୍ୟାକେଟକୁ ଦର୍ଶାଇଥିଲେ ମୋଦି। କିପରି ସେ ସବୁବେଳେ ନିଜେ ରିସାଇକେଲିଂ ସାମଗ୍ରୀ ବ୍ୟବହାର କରନ୍ତି ବୋଲି କହିଛନ୍ତି।

ପଢନ୍ତୁ ଏହି ଖବର: ବିଶ୍ୱର ପ୍ରଥମ AI ସଫ୍ଟୱେୟାର୍ ଇଞ୍ଜିନିୟର ‘ଡେଭିନ୍’; ଚୁଟକିରେ କରିବ ୱେବ୍ ଡିଜାଇନ୍