ଡିପସିକ୍‌କୁ ମିଳିବ ଟକ୍କର: ନୂଆ ଏଆଇ ଟୁଲ୍‌ ଲଞ୍ଚ କଲା OpenAI

ନୂଆଦିଲ୍ଲୀ: ଚୀନ୍‌ର ଏଆଇ ଚାଟ୍‌ବଟ୍‌ ଡିପ୍‌ସିକ୍‌ ମାର୍କେଟକୁ ଆସିବା ପରଠୁ ଏଆଇ ସେକ୍ଟରରେ ହଲଚଲ ଦେଖିବାକୁ ମିଳିଛି। ଡିପ୍‌ସିକ୍‌ର ଦ୍ରୁତ ପ୍ରୋସେସିଂ ଏବଂ ସୁଲଭତା ଆମେରିକୀୟ ଏଆଇ ଡେଭଲପର୍ସଙ୍କୁ ଏବେ ଚିନ୍ତାରେ ପକାଇଛି। ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏହି ନୂଆ ଏଆଇ ଟେକ୍ନୋଲୋଜି ଓପନଏଆଇ ଭଳି ବଡ଼ କମ୍ପିଟିଟରଙ୍କ ଟକ୍କର ଦେଉଛି।ତେବେ ଖାଲି ଯେ, ଡିପ୍‌ସିକ୍‌ ଅନ୍ୟ ଏଆଇ କମ୍ପାନିଙ୍କୁ ଚିନ୍ତାରେ ପକାଇଛି ତାହା ନୁହେଁ। ବରଂ ଏହା ଏବେ ଅନ୍ୟ କମ୍ପାନିଙ୍କୁ ସେମାନଙ୍କର ଏଆଇ ମଡେଲ ଉପରେ ନୂଆ ଇନୋଭେସନ ଆଣିବାକୁ ପ୍ରେରିତ କରିଛି।  ଏହି କ୍ରମରେ ଆମେରିକୀୟ ଟେକ୍ କମ୍ପାନି OpenAI ସୋମବାର ଏହାର ନୂଆ ChatGPT ଟୁଲ୍‌ Deep Research ଲଞ୍ଚ କରିଛି। ଓପନଏଆଇ ଦେଇଥିବା ବିବୃତ୍ତି ଅନୁଯାୟୀ, ଡିପ୍‌ ରିସର୍ଚ୍ଚ ଓପନଏଆଇର ନୂଆ ଏଜେଣ୍ଟ। ଯାହା ଆପଣଙ୍କ ଦ୍ବାରା ଦିଆଯାଇଥିବା ପ୍ରମ୍ପ୍ଟ ଉପରେ କାମ କରିବ। ଇଣ୍ଟରନେଟ୍‌ର ଅସଂଖ୍ୟ ଉତ୍ସରୁ ତଥ୍ୟ ସଂଗ୍ରହ କରି ତାକୁ ବିଶ୍ଲେଷଣ କରିବ ଆଉ ଏକ ଗବେଷଣାତ୍ମକ ରିପୋର୍ଟ ପ୍ରସ୍ତୁତ କରିବ। ଏହା ୟୁଜରଙ୍କ ଦ୍ବାରା ଦିଆଯାଇଥିବା ତଥ୍ୟର ଗଭୀର ରିସର୍ଚ୍ଚ କରି ସଠିକ୍‌ ତଥ୍ୟ ଦେବ। ସବୁ ଫର୍ମାଟ ଯେମିତିକି ଟେକ୍ସଟ, ଇମେଜ, ଅଡିଓ ଇତ୍ୟାଦିରୁ ମଧ୍ୟ ତଥ୍ୟ ସଂଗ୍ରହ କରିବ। ଯେପରି ସବୁ ଦୃଷ୍ଟିକୋଣରୁ ଭରଷାଯୋଗ୍ୟ ତଥ୍ୟ ମିଳିପାରିବ। କମ୍ପାନି ଅନୁଯାୟୀ, ମଣିଷକୁ ଯେଉଁ ରିସର୍ଚ୍ଚ କରିବା

ଡିପସିକ୍‌କୁ ମିଳିବ ଟକ୍କର: ନୂଆ ଏଆଇ ଟୁଲ୍‌ ଲଞ୍ଚ କଲା OpenAI

ନୂଆଦିଲ୍ଲୀ: ଚୀନ୍‌ର ଏଆଇ ଚାଟ୍‌ବଟ୍‌ ଡିପ୍‌ସିକ୍‌ ମାର୍କେଟକୁ ଆସିବା ପରଠୁ ଏଆଇ ସେକ୍ଟରରେ ହଲଚଲ ଦେଖିବାକୁ ମିଳିଛି। ଡିପ୍‌ସିକ୍‌ର ଦ୍ରୁତ ପ୍ରୋସେସିଂ ଏବଂ ସୁଲଭତା ଆମେରିକୀୟ ଏଆଇ ଡେଭଲପର୍ସଙ୍କୁ ଏବେ ଚିନ୍ତାରେ ପକାଇଛି। ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏହି ନୂଆ ଏଆଇ ଟେକ୍ନୋଲୋଜି ଓପନଏଆଇ ଭଳି ବଡ଼ କମ୍ପିଟିଟରଙ୍କ ଟକ୍କର ଦେଉଛି।

ତେବେ ଖାଲି ଯେ, ଡିପ୍‌ସିକ୍‌ ଅନ୍ୟ ଏଆଇ କମ୍ପାନିଙ୍କୁ ଚିନ୍ତାରେ ପକାଇଛି ତାହା ନୁହେଁ। ବରଂ ଏହା ଏବେ ଅନ୍ୟ କମ୍ପାନିଙ୍କୁ ସେମାନଙ୍କର ଏଆଇ ମଡେଲ ଉପରେ ନୂଆ ଇନୋଭେସନ ଆଣିବାକୁ ପ୍ରେରିତ କରିଛି।  ଏହି କ୍ରମରେ ଆମେରିକୀୟ ଟେକ୍ କମ୍ପାନି OpenAI ସୋମବାର ଏହାର ନୂଆ ChatGPT ଟୁଲ୍‌ Deep Research ଲଞ୍ଚ କରିଛି। 

ଓପନଏଆଇ ଦେଇଥିବା ବିବୃତ୍ତି ଅନୁଯାୟୀ, ଡିପ୍‌ ରିସର୍ଚ୍ଚ ଓପନଏଆଇର ନୂଆ ଏଜେଣ୍ଟ। ଯାହା ଆପଣଙ୍କ ଦ୍ବାରା ଦିଆଯାଇଥିବା ପ୍ରମ୍ପ୍ଟ ଉପରେ କାମ କରିବ। ଇଣ୍ଟରନେଟ୍‌ର ଅସଂଖ୍ୟ ଉତ୍ସରୁ ତଥ୍ୟ ସଂଗ୍ରହ କରି ତାକୁ ବିଶ୍ଲେଷଣ କରିବ ଆଉ ଏକ ଗବେଷଣାତ୍ମକ ରିପୋର୍ଟ ପ୍ରସ୍ତୁତ କରିବ। ଏହା ୟୁଜରଙ୍କ ଦ୍ବାରା ଦିଆଯାଇଥିବା ତଥ୍ୟର ଗଭୀର ରିସର୍ଚ୍ଚ କରି ସଠିକ୍‌ ତଥ୍ୟ ଦେବ। ସବୁ ଫର୍ମାଟ ଯେମିତିକି ଟେକ୍ସଟ, ଇମେଜ, ଅଡିଓ ଇତ୍ୟାଦିରୁ ମଧ୍ୟ ତଥ୍ୟ ସଂଗ୍ରହ କରିବ। ଯେପରି ସବୁ ଦୃଷ୍ଟିକୋଣରୁ ଭରଷାଯୋଗ୍ୟ ତଥ୍ୟ ମିଳିପାରିବ। 

କମ୍ପାନି ଅନୁଯାୟୀ, ମଣିଷକୁ ଯେଉଁ ରିସର୍ଚ୍ଚ କରିବା ପାଇଁ ଘଣ୍ଟା ଘଣ୍ଟା ସମୟ ଲାଗିଥାନ୍ତା, ତାକୁ ଡିପ୍‌ ରିସର୍ଚ୍ଚ କିଛି ମିନିଟ୍‌ରେ କରିପାରିବ। ଏହାର ବ୍ୟବହାର ଦ୍ବାରା ଜଟିଳ ବିଷୟ ଉପରେ ମଧ୍ୟ ସହଜରେ ରିପୋର୍ଟ ପ୍ରସ୍ତୁତ ହୋଇପାରିବ।

ଆହୁରି ମଧ୍ୟ କୁହାଯାଇଛି, ଏହି ଡିପ୍‌ ରିସର୍ଚ୍ଚ ଏଜେଣ୍ଟକୁ ଖାସ୍‌ କରି ଇଣ୍ଟରନେଟ୍‌ ବ୍ରାଉଜିଂ ଏବଂ ଡାଟା ଆନାଲିସିସ୍‌ ପାଇଁ ପ୍ରସ୍ତୁତ କରାଯାଇଛି। ରିସର୍ଚ୍ଚ କେତେ ଗୁରୁତ୍ବପୂର୍ଣ୍ଣ ସେହି ହିସାବରେ ତଥ୍ୟ ସଂଗ୍ରହ କରି ତାକୁ ବିଶ୍ଲେଷଣ କରିବା ପ୍ରକ୍ରିୟା ୫ରୁ ୩୦ ମିନିଟ ପର୍ଯ୍ୟନ୍ତ ହୋଇପାରେ। ତେବେ କମ୍ପାନିର କହିବା ଅନୁଯାୟୀ, ଏହା ଏବେବି ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି।ତେଣୁ ଏଥିରେ ସାମାନ୍ୟ ତ୍ରୁଟି ଦେଖିବାକୁ ମିଳିପାରେ, କିନ୍ତୁ ଏଥିରେ ଚାଟ୍‌ଜିପିଟି ମଡେଲ ତୁଳନାରେ କମ୍ ଭୁଲ୍‌ ଦେଖିବାକୁ ମିଳିବ। 

ସୂଚନାଥାଉକି, ଡିପ୍‌ ରିସର୍ଚ୍ଚ ଓପନଏଆଇ ପ୍ରଥମ ଏଆଇ ଏଜେଣ୍ଟ ନୁହେଁ। ଏହା ପୂର୍ବରୁ କମ୍ପାନି ‘ଅପରେଟର’ ଏଜେଣ୍ଟ ଲଞ୍ଚ କରିଥିଲା। ଯାହା ଫ୍ଲାଇଟ୍‌ ଟିକେଟ ବୁକିଂ, ଗ୍ରୋସରୀ ଅର୍ଡର ଭଳି କାମ କରୁଛି। ସେହିଭଳି ଗୁଗଲ ମଧ୍ୟ ଏହାର ଏଆ ଚାଟ୍‌ବଟ୍‌ ଜେମିନୀ ପାଇଁ ଏକ ଡିପ୍‌ ରିସର୍ଚ୍ଚ ଟୁଲ୍‌ ଦେଉଛି। ଯାହା ଗ୍ରାହକଙ୍କ ପାଇଁ ଇଣ୍ଟରନେଟକୁ ତଥ୍ୟ ସଂଗ୍ରହ କରି ବିଶ୍ଲେଷଣ କରୁଛି।