ଭାରତରେ ପ୍ରତିବର୍ଷ ଏକ କୋଟିରୁ ଅଧିକ ଲୋକ କରୁଛନ୍ତି ବିବାହ: ଖର୍ଚ୍ଚ ହେଉଛି ୧୧ ଲକ୍ଷ କୋଟିରୁ ବେଶୀ…
ନୂଆଦିଲ୍ଲୀ,୨୨।୧: ପରିସଂଖ୍ୟାନ ଦର୍ଶାଉଛି ପ୍ରତିବର୍ଷ ଭାରତରେ କୋଟିଏରୁ ଅଧିକ ଲୋକ ବିବାହ କରନ୍ତି, ଯାହା ଦେଶର ସାଂସ୍କୃତିକ ବିବିଧତା ଏବଂ ରୀତିନୀତିର ରଙ୍ଗୀନ ଚିତ୍ର ଉପସ୍ଥାପନ କରିଥାଏ। ପ୍ରତ୍ୟେକ ଜାତି, ଧର୍ମ ଏବଂ ଅଞ୍ଚଳର କାହାଣୀ ଅଲଗା ଅଲଗା ହୋଇଥାଏ। ପ୍ରତ୍ୟେକ ବିବାହ ସମାରୋହ ଏହାର ପରମ୍ପରାର ଅନନ୍ୟ ସଂଗୀତ ଗାଇଥାଏ। ପାରମ୍ପାରିକ ବିବାହ ସହିତ ପ୍ରେମ ବିବାହର ଧାରା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଯୁବ ପିଢ଼଼ି ନିଜ ଜୀବନ ସାଥୀକୁ ନିଜେ ବାଛୁଛନ୍ତି। […] The post ଭାରତରେ ପ୍ରତିବର୍ଷ ଏକ କୋଟିରୁ ଅଧିକ ଲୋକ କରୁଛନ୍ତି ବିବାହ: ଖର୍ଚ୍ଚ ହେଉଛି ୧୧ ଲକ୍ଷ କୋଟିରୁ ବେଶୀ… appeared first on Dharitri Odia News.
ନୂଆଦିଲ୍ଲୀ,୨୨।୧: ପରିସଂଖ୍ୟାନ ଦର୍ଶାଉଛି ପ୍ରତିବର୍ଷ ଭାରତରେ କୋଟିଏରୁ ଅଧିକ ଲୋକ ବିବାହ କରନ୍ତି, ଯାହା ଦେଶର ସାଂସ୍କୃତିକ ବିବିଧତା ଏବଂ ରୀତିନୀତିର ରଙ୍ଗୀନ ଚିତ୍ର ଉପସ୍ଥାପନ କରିଥାଏ। ପ୍ରତ୍ୟେକ ଜାତି, ଧର୍ମ ଏବଂ ଅଞ୍ଚଳର କାହାଣୀ ଅଲଗା ଅଲଗା ହୋଇଥାଏ। ପ୍ରତ୍ୟେକ ବିବାହ ସମାରୋହ ଏହାର ପରମ୍ପରାର ଅନନ୍ୟ ସଂଗୀତ ଗାଇଥାଏ।
ପାରମ୍ପାରିକ ବିବାହ ସହିତ ପ୍ରେମ ବିବାହର ଧାରା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଯୁବ ପିଢ଼଼ି ନିଜ ଜୀବନ ସାଥୀକୁ ନିଜେ ବାଛୁଛନ୍ତି। ଇଣ୍ଟରକାଷ୍ଟ ଏବଂ ଆନ୍ତଃଧର୍ମ ବିବାହ ମଧ୍ୟ ବୃଦ୍ଧି ପାଉଛି। ତଥାପି, ଏହି ପରିବର୍ତ୍ତନଗୁଡ଼ିକ ସହିତ କିଛି ଚ୍ୟାଲେଞ୍ଜ ମଧ୍ୟ ଭାରତୀୟ ସମାଜରେ ଦେଖିବାକୁ ମିଳୁଛି।
ସରକାରୀ ଆକଳନରୁ ଜଣାପଡିଛି ଭାରତରେ ପ୍ରତିବର୍ଷ କୋଟିଏରୁ ଅଧିକ ବିବାହ ହୁଏ, ଯାହା ବିଶ୍ୱରେ ସର୍ବାଧିକ। ତଥାପି, ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ମଧ୍ୟରେ ପରିସଂଖ୍ୟାନରେ ସାମାନ୍ୟ ପାର୍ଥକ୍ୟ ଅଛି। ଗ୍ରାମାଞ୍ଚଳରେ ବିବାହ କରୁଥିବା ଲୋକଙ୍କ ସଂଖ୍ୟା ଅପେକ୍ଷାକୃତ ଅଧିକ। ସହରରେ ଶିକ୍ଷାର ଗୁରୁତ୍ୱ ବଢ଼଼ିବା କାରଣରୁ ବିବାହର ବୟସ ବୃଦ୍ଧି ପାଇବାରେ ଲାଗିଛି ।
ପରିସଂଖ୍ୟାନ ଅନୁଯାୟୀ, ୨୦୨୦ ମସିହାରେ ବିବାହିତ ଭାରତୀୟଙ୍କ ସଂଖ୍ୟା ୪୫ ପ୍ରତିଶତରୁ ଅଧିକ ଥିଲା। ଏଥିରେ ଜନସଂଖ୍ୟାର ଅଧିକାଂଶ ଅଂଶ ୩୦ ରୁ ୩୪ ବର୍ଷ ବୟସ ମଧ୍ୟରେ ପୁରୁଷ ଏବଂ ମହିଳା ଥିଲେ। ଏହା ବ୍ୟତୀତ ୨୫ ରୁ ୨୯ ବର୍ଷ ମଧ୍ୟରେ ବିବାହିତ ଭାରତୀୟଙ୍କ ଜନସଂଖ୍ୟାର ଅଂଶ ପାଞ୍ଚ ପ୍ରତିଶତରୁ ଅଧିକ ଥିଲା।
ବିବାହ ଶିଳ୍ପ ହେଉଛି ଦେଶର ଚତୁର୍ଥ ବୃହତ୍ତମ ଶିଳ୍ପ। ଅନେକ ଲୋକ ସେମାନଙ୍କର ବିବାହକୁ ସ୍ମରଣୀୟ କରିବା ପାଇଁ ଅତ୍ୟଧିକ ଖର୍ଚ୍ଚ କରନ୍ତି। ପ୍ରତିବର୍ଷ ଭାରତରେ ବିବାହ ସମାରୋହରେ ପ୍ରାୟ ୧୧ ଲକ୍ଷ କୋଟି ଟଙ୍କାରୁ ବେଶୀ ଖର୍ଚ୍ଚ ହୋଇଥାଏ। ୨୦୨୨ ମସିହାରେ ନଭେମ୍ବରରୁ ଡିସେମ୍ବର ମଧ୍ୟରେ ବିବାହରେ ଭାରତୀୟମାନେ ଆନୁମାନିକ ୩.୭୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ୨୦୨୧ ବର୍ଷ ତୁଳନାରେ ଏହି ସଂଖ୍ୟା ୨୫ ପ୍ରତିଶତ ଅଧିକ ଥିଲା। ୨୦୨୧ ମସିହାରେ ଏହି ସମୟରେ ୩ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ।
ସିଏଆଇଟି ରିପୋର୍ଟ ଅନୁଯାୟୀ, ୨୦୨୩ ରେ ନଭେମ୍ବର ୨୩ ରୁ ଡିସେମ୍ବର ୧୫ ମଧ୍ୟରେ ଦେଶରେ ୩୮ ଲକ୍ଷ ବିବାହ ହୋଇଥିଲା। ଏଥିରେ ପ୍ରାୟ ୪.୭୪ ଲକ୍ଷ କୋଟି ଟଙ୍କାର କାରବାର ହୋଇଥିଲା।
The post ଭାରତରେ ପ୍ରତିବର୍ଷ ଏକ କୋଟିରୁ ଅଧିକ ଲୋକ କରୁଛନ୍ତି ବିବାହ: ଖର୍ଚ୍ଚ ହେଉଛି ୧୧ ଲକ୍ଷ କୋଟିରୁ ବେଶୀ… appeared first on Dharitri Odia News.