ଡିପ୍ରେସନ୍‌ରେ ଲାଞ୍ଚୁଆ ଆଇଏଏସ୍ ! ଜେଲ୍‌ରେ ବିଗିଡ଼ିଲା ଧର୍ମଗଡ଼ ଉପ ଜିଲ୍ଲାପାଳଙ୍କ ସ୍ବାସ୍ଥ୍ୟାବସ୍ଥା

କଳାହାଣ୍ଡି ୧୦।୬: ଚକମାଙ୍କୁ ସଦ୍‌ମା । ୨୦୨୧ ବ୍ୟାଚ୍‌ର ଲାଞ୍ଚୁଆ ଆଇଏଏସ୍‌ ଅଫିସର ଧୀମାନ ଚକମାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଲା । କୁହାଯାଉଛି ଗିରଫ ପରେ ଚକମା ଏବେ ଡିପ୍ ଡିପ୍ରେସନ୍‌ରେ ଅଛନ୍ତି । ମାତ୍ର ୪ ବର୍ଷ କାର୍ଯ୍ୟକାଳରେ ଲାଞ୍ଚ ନେଇ ଧରାପଡିଲେ । ଜାମିନ ନାମଞ୍ଜୁର ହେବା ପରେ ଆଇଏଏସ୍ ବାବୁଙ୍କୁ ଜେଲ୍‌ ପଠାଇ ଦିଆଯାଇଥିଲା । ଜେଲ୍‌ରେ ବିଗିଡ଼ିଗଲା ଧୀମାନ ଚକମାଙ୍କ ସ୍ବାସ୍ଥ୍ୟାବସ୍ଥା । ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଗିରଫ ହୋଇଥିବା କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପ ଜିଲ୍ଲାପାଳ ଧୀମାନ ଚକମାଙ୍କୁ ସୋମବାର ଭବାନୀପାଟଣା ଜିଲ୍ଲା ଜେଲ୍ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା । ଜେଲ୍‌ ହାଜତକୁ ଯିବା ପରେ ଆଇଏଏସ୍‌ ଧୀମାନ ଚକମା ଡିପ୍ ଡିପ୍ରେସନ୍ ଦ୍ବାରା ପୀଡ଼ିତ ଥିବା ଜେଲ୍ ସୂତ୍ରରୁ ଜଣାପଡିଛି । ତାଙ୍କ ସ୍ଵାସ୍ଥ୍ୟ ଓ ସୁରକ୍ଷା ଦୃଷ୍ଟିରୁ ଜେଲ୍ ସ୍ଥିତ ମେଡ଼ିକାଲରେ ଅବଜରଭେସନରେ ରଖାଯାଇଥିବା ଜଣାପଡିଛି । ଭବାନୀପାଟଣା ଜେଲ୍‌ ଭିତରେ ବିଚାରାଧୀନ କଏଦୀ ଭାବରେ ପ୍ରଥମ ରାତି ମେଡ଼ିକାଲ ଶଯ୍ୟାରେ ଅନ୍ୟ କଏଦୀ ମାନଙ୍କ ଠାରୁ ଅଲଗା ରଖାଯାଇଥିଲା । ତେବେ ଜାମିନ ନମିଳିବା ପର୍ଯ୍ୟନ୍ତ ଚକମା ଏମିତି ଆଇନକୁ ଚକମା ଦେଖାଇ କେତେ ଦିନ ଜେଲ୍ ମେଡ଼ିକାଲରେ ରହିବେ ତାହା ଦେଖିବା ବାକି ରହିଲା ।ସୂଚନାଯୋଗ୍ୟ ଯେ, ଜଣେ ବ୍ୟବସାୟୀଙ୍କ ଠାରୁ ରବିବାର ୧୦ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ  ଉପ ଜିଲ୍ଲାପାଳ ଧୀମାନ ଚକମା

ଡିପ୍ରେସନ୍‌ରେ ଲାଞ୍ଚୁଆ ଆଇଏଏସ୍ ! ଜେଲ୍‌ରେ ବିଗିଡ଼ିଲା ଧର୍ମଗଡ଼ ଉପ ଜିଲ୍ଲାପାଳଙ୍କ ସ୍ବାସ୍ଥ୍ୟାବସ୍ଥା

କଳାହାଣ୍ଡି ୧୦ଚକମାଙ୍କୁ ସଦ୍‌ମା । ୨୦୨୧ ବ୍ୟାଚ୍‌ର ଲାଞ୍ଚୁଆ ଆଇଏଏସ୍‌ ଅଫିସର ଧୀମାନ ଚକମାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଲା । କୁହାଯାଉଛି ଗିରଫ ପରେ ଚକମା ଏବେ ଡିପ୍ ଡିପ୍ରେସନ୍‌ରେ ଅଛନ୍ତି । ମାତ୍ର ୪ ବର୍ଷ କାର୍ଯ୍ୟକାଳରେ ଲାଞ୍ଚ ନେଇ ଧରାପଡିଲେ । ଜାମିନ ନାମଞ୍ଜୁର ହେବା ପରେ ଆଇଏଏସ୍ ବାବୁଙ୍କୁ ଜେଲ୍‌ ପଠାଇ ଦିଆଯାଇଥିଲା । ଜେଲ୍‌ରେ ବିଗିଡ଼ିଗଲା ଧୀମାନ ଚକମାଙ୍କ ସ୍ବାସ୍ଥ୍ୟାବସ୍ଥା । 

୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଗିରଫ ହୋଇଥିବା କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପ ଜିଲ୍ଲାପାଳ ଧୀମାନ ଚକମାଙ୍କୁ ସୋମବାର ଭବାନୀପାଟଣା ଜିଲ୍ଲା ଜେଲ୍ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା । ଜେଲ୍‌ ହାଜତକୁ ଯିବା ପରେ ଆଇଏଏସ୍‌ ଧୀମାନ ଚକମା ଡିପ୍ ଡିପ୍ରେସନ୍ ଦ୍ବାରା ପୀଡ଼ିତ ଥିବା ଜେଲ୍ ସୂତ୍ରରୁ ଜଣାପଡିଛି । ତାଙ୍କ ସ୍ଵାସ୍ଥ୍ୟ ଓ ସୁରକ୍ଷା ଦୃଷ୍ଟିରୁ ଜେଲ୍ ସ୍ଥିତ ମେଡ଼ିକାଲରେ ଅବଜରଭେସନରେ ରଖାଯାଇଥିବା ଜଣାପଡିଛି । 

ଭବାନୀପାଟଣା ଜେଲ୍‌ ଭିତରେ ବିଚାରାଧୀନ କଏଦୀ ଭାବରେ ପ୍ରଥମ ରାତି ମେଡ଼ିକାଲ ଶଯ୍ୟାରେ ଅନ୍ୟ କଏଦୀ ମାନଙ୍କ ଠାରୁ ଅଲଗା ରଖାଯାଇଥିଲା । ତେବେ ଜାମିନ ନମିଳିବା ପର୍ଯ୍ୟନ୍ତ ଚକମା ଏମିତି ଆଇନକୁ ଚକମା ଦେଖାଇ କେତେ ଦିନ ଜେଲ୍ ମେଡ଼ିକାଲରେ ରହିବେ ତାହା ଦେଖିବା ବାକି ରହିଲା ।

ସୂଚନାଯୋଗ୍ୟ ଯେ, ଜଣେ ବ୍ୟବସାୟୀଙ୍କ ଠାରୁ ରବିବାର ୧୦ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ  ଉପ ଜିଲ୍ଲାପାଳ ଧୀମାନ ଚକମା । ଉପ ଜିଲ୍ଲାପାଳଙ୍କ  ସରକାରୀ ବାସଭବନରେ ଲାଞ୍ଚ ଟଙ୍କା ଗ୍ରହଣ  କରୁଥିବା ବେଳେ ମାଡ଼ି ବସିଥିଲା ଭିଜିଲାନ୍ସ ।  ଯାଞ୍ଚ ବେଳେ ତାଙ୍କ ବାସଭବନରୁ ଆହୁରି ୪୭ଲକ୍ଷ ୪୭ହଜାର ୬୦୦ ଟଙ୍କା ଜବତ  କରାଯାଇଥିଲା ।

You Can Read:

ବିଧବା ମହିଳାଙ୍କ ହାତ-ଗୋଡ଼ ବାନ୍ଧି ଲୁଟ୍, ସୁନା ଓ ରୁପା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ