ଡିଭାଇଡରରେ ପିଟି ହୋଇ ଓଲଟିଲା ବୋଲେରୋ, ୧୦ ଆହତ

ଡିଭାଇଡରକୁ ପିଟି ଏକ ବୋଲେରୋ ଓଲଟିବାରୁ ୧୦ ଯୁବକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ଡିଭାଇଡରରେ ପିଟି ହୋଇ ଓଲଟିଲା ବୋଲେରୋ, ୧୦ ଆହତ

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅର୍ନ୍ତଗତ NH-16 କେଶପୁର ଛକ ନିକଟସ୍ଥ ଷିଙ୍ଗଡାପଲ୍ଲୀଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଡିଭାଇଡରକୁ ପିଟି ଏକ ବୋଲେରୋ ଓଲଟିବାରୁ ୧୦ ଯୁବକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଆଜି ଭୋରରୁ କୁହୁଡ଼ି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି।

ଏକ ବୋଲେରୋ ଯୋଗେ ମାଲକାନଗିରି ବାଲିମେଳାରୁ ୧୦ ଯୁବକ ପୁରୀ ବୁଲିବାକୁ ଯାଉଥିଲେ। ମାତ୍ର ଦ୍ରୁତ ଗତିରେ ଯାଉଥିବା ଗାଡ଼ିଟି ଷିଙ୍ଗଡାପଲ୍ଲୀ ଠାରେ ଏକ ଡିଭାଇଡରରେ ପିଟି ହୋଇଥିଲା। ଏହାପରେ ବୋଲେରୋଟି ରାସ୍ତା କଡକୁ ଓଲଟି ପଡ଼ିଲା ।

ବୋଲେରୋରେ ବସିଥିବା ୧୦ ଯୁବକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତୁରନ୍ତ ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରୁ ସେମାନଙ୍କୁ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।