ଡିମାଣ୍ଡରେ ପ୍ରମୋଦଙ୍କ ‘କଫି ଘର’: ବ୍ୟବସାୟ ସାଙ୍ଗକୁ ସେବା ଓ ଶିକ୍ଷାର ମାଧ୍ୟମ

କଟକ ୨୦/୦୫: ଚର୍ଚ୍ଚାରେ ବାଉନ ବଜାର ତେପନ ଗଳି କଟକର ଏକ ନିଆରା ଦୋକାନ କଫି ଘର । ଏଠି ଲୋକଙ୍କୁ ଫ୍ରିରେ ମିଳୁଛି ଗରମାଗରମ ଚା, କଫି ସହ ବହି ପଢିବାର ସୁଯୋଗ । ହେଲେ ସମସ୍ତଙ୍କ ପାଇଁ ନୁହେଁ କେବଳ ଆମ୍ବୁଲାନ୍ସ ସେବାରେ ନିୟୋଜିତ ଲୋକଙ୍କ ପାଇଁ ମାଗଣା ବ୍ୟବସ୍ଥା। ଯିଏ ଥରେ ଏଠାରୁ ଚା ପିଇଚି ସେ ତାର ପ୍ରେମରେ ପଡିଛି । ସହରର ବଣ ବିଦ୍ୟାଧରପୁର ଓ ଏମପି କନ୍ଦରପୁର ମୁଖ୍ୟ ରାସ୍ତା କଡରେ ଥିବା ‘କଫି ଘର’ର ଏବେ ଡିମାଣ୍ଡ ଢେର । କଫି ଘରର ମାଲିକ ହେଉଛନ୍ତି ବିଦ୍ୟାଧରପୁରର ପ୍ରମୋଦ ଦଳେଇ । ଅନ୍ୟ ଚା ଦୋକାନ ପରି ଏଠି କଫି ଚା ଓ ବିସ୍କୁଟ ତ ମିଳେ । ହେଲେ ଏଠି ଆମ୍ବୁଲାନ୍ସ ସେବାରେ ରହୁଥିବା କର୍ମଚାରୀ ଓ ଲୋକଙ୍କୁ ମାଗଣାରେ ଚା ଓ କଫି ଦିଆଯାଇଥାଏ । ଏଥି ସହ ଲୋକଙ୍କ ପାଇଁ ଦୋକାନ ସାଇଡରେ ଥିବା ଗଛ ତଳେ ଛୋଟିଆ ଲାଇବ୍ରେରି କରିଛନ୍ତି ପ୍ରମୋଦ । ପିଲାଟି ବେଳୁ ସମାଜ ସେବା ପ୍ରତି ପ୍ରମୋଦଙ୍କ ବେଶ ଦୁର୍ବଳତା ଥିଲା । ପେଟପାଟଣା ପାଇଁ ବ୍ୟବସାୟ ସିନା କଲେ ହେଲେ ତା ସାଙ୍ଗକୁ ସେବା ଓ ଶିକ୍ଷାର ମାଧ୍ୟମ ବି କରିଦେଲେ । ଚା ସହ ଖୋଲା ପରିବେଶରେ ବହି ପଢା କର୍ମକ୍ଲାନ୍ତ ଜୀବନରେ ଆଣିଦେଇଥାଏ ତାଜା ପଣ । ଯେଉଁଥିପାଇଁ  କଫି ଘର ଆଗରେ ସବୁବେଳେ ଗ୍ରାହକଙ୍କ ଭିଡ ଲାଗିଥାଏ ।  କଫି ଘରର ଆଉ ଗୋଟିଏ ନିଆରା କଥାଟି ହେଲା ସବୁ ଦୋକାନରେ ଦେବୀ ଦେବତାଙ୍କ ଫଟୋ ପୂଜା ପାଏ । ହେଲେ କଫି ଘରକୁ ଆସିଲେ ସ୍ବାଧୀନତା ସଂଗ୍ରାମୀଙ୍କ ସହ  ସାଧୁ ସ

ଡିମାଣ୍ଡରେ ପ୍ରମୋଦଙ୍କ ‘କଫି ଘର’: ବ୍ୟବସାୟ ସାଙ୍ଗକୁ ସେବା ଓ ଶିକ୍ଷାର ମାଧ୍ୟମ

କଟକ ୨୦/୦୫: ଚର୍ଚ୍ଚାରେ ବାଉନ ବଜାର ତେପନ ଗଳି କଟକର ଏକ ନିଆରା ଦୋକାନ କଫି ଘର । ଏଠି ଲୋକଙ୍କୁ ଫ୍ରିରେ ମିଳୁଛି ଗରମାଗରମ ଚା, କଫି ସହ ବହି ପଢିବାର ସୁଯୋଗ । ହେଲେ ସମସ୍ତଙ୍କ ପାଇଁ ନୁହେଁ କେବଳ ଆମ୍ବୁଲାନ୍ସ ସେବାରେ ନିୟୋଜିତ ଲୋକଙ୍କ ପାଇଁ ମାଗଣା ବ୍ୟବସ୍ଥା। ଯିଏ ଥରେ ଏଠାରୁ ଚା ପିଇଚି ସେ ତାର ପ୍ରେମରେ ପଡିଛି । ସହରର ବଣ ବିଦ୍ୟାଧରପୁର ଓ ଏମପି କନ୍ଦରପୁର ମୁଖ୍ୟ ରାସ୍ତା କଡରେ ଥିବା ‘କଫି ଘର’ର ଏବେ ଡିମାଣ୍ଡ ଢେର । କଫି ଘରର ମାଲିକ ହେଉଛନ୍ତି ବିଦ୍ୟାଧରପୁରର ପ୍ରମୋଦ ଦଳେଇ । 


ଅନ୍ୟ ଚା ଦୋକାନ ପରି ଏଠି କଫି ଚା ଓ ବିସ୍କୁଟ ତ ମିଳେ । ହେଲେ ଏଠି ଆମ୍ବୁଲାନ୍ସ ସେବାରେ ରହୁଥିବା କର୍ମଚାରୀ ଓ ଲୋକଙ୍କୁ ମାଗଣାରେ ଚା ଓ କଫି ଦିଆଯାଇଥାଏ । ଏଥି ସହ ଲୋକଙ୍କ ପାଇଁ ଦୋକାନ ସାଇଡରେ ଥିବା ଗଛ ତଳେ ଛୋଟିଆ ଲାଇବ୍ରେରି କରିଛନ୍ତି ପ୍ରମୋଦ । ପିଲାଟି ବେଳୁ ସମାଜ ସେବା ପ୍ରତି ପ୍ରମୋଦଙ୍କ ବେଶ ଦୁର୍ବଳତା ଥିଲା । ପେଟପାଟଣା ପାଇଁ ବ୍ୟବସାୟ ସିନା କଲେ ହେଲେ ତା ସାଙ୍ଗକୁ ସେବା ଓ ଶିକ୍ଷାର ମାଧ୍ୟମ ବି କରିଦେଲେ । ଚା ସହ ଖୋଲା ପରିବେଶରେ ବହି ପଢା କର୍ମକ୍ଲାନ୍ତ ଜୀବନରେ ଆଣିଦେଇଥାଏ ତାଜା ପଣ । ଯେଉଁଥିପାଇଁ  କଫି ଘର ଆଗରେ ସବୁବେଳେ ଗ୍ରାହକଙ୍କ ଭିଡ ଲାଗିଥାଏ ।

  

କଫି ଘରର ଆଉ ଗୋଟିଏ ନିଆରା କଥାଟି ହେଲା ସବୁ ଦୋକାନରେ ଦେବୀ ଦେବତାଙ୍କ ଫଟୋ ପୂଜା ପାଏ । ହେଲେ କଫି ଘରକୁ ଆସିଲେ ସ୍ବାଧୀନତା ସଂଗ୍ରାମୀଙ୍କ ସହ  ସାଧୁ ସନ୍ଥଙ୍କ ଫଟୋ ଦେଖିବାକୁ ପାଇବେ ।ପ୍ରମୋଦଙ୍କ କଫି ଘର କରିବାର ମହତ୍‌ ଉଦ୍ଦେଶ୍ୟ ଯିଏ ଶୁଣୁଛି  ପ୍ରଶଂସା ନକରି ରହିପାରୁନି ।