ଡିଲ୍ ବେଳେ ୪୫ ଗ୍ରାମ୍ ବ୍ରାଉନ ସୁଗାର ଜବତ, ଜଣେ ଗିରଫ
ଯାଜପୁର ୧୭।୪: ଯାଜପୁର ହରିଣ ଛକ ନିକଟରୁ ୪୫ ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଛି । ଜଣେ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତ ଏସ୍କେପ୍ ଅସ୍ମତ୍ ବୋଲି ଜଣାପଡିଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଯାଜପୁର ଟାଉନ ଅବକାରୀ ବିଭାଗ କହିଛି ।ସୂଚନାଯୋଗ୍ୟ ଯେ, ଯାଜପୁର ହରିଣ ଛକ ନିକଟରେ ଜଣେ ଯୁବକ ବ୍ରାଉନ ସୁଗାର ବିକ୍ରି କରିବା ପାଇଁ ଆଣିଥିବା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ଯାଜପୁର ଟାଉନ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରିଥିଲେ ଘଟଣାସ୍ଥଳରୁ ୪୫ ଗ୍ରାମର ବ୍ରାଉନ ସୁଗାର ଜବଦ କରିବା ସହ ଜଣକୁ ଗିରଫ କରିଥିଲା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ଟାଉନ ଅଞ୍ଚଳ ନାହରାପୁର ଗ୍ରାମର ଏସକେପ୍ ଅସ୍ମତ୍ । ତାଙ୍କ ବୟସ ୨୬ ବର୍ଷ ବୋଲି ଜଣାପଡିଛି । ଜବତ ହୋଇଥିବା ବ୍ରାଉନ ସୁଗାରର ମୂଲ୍ୟ ୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି ଯାଜପୁର ଅବକାରୀ ବିଭାଗ ସବ ଇନ୍ସପେକ୍ଟର ପ୍ରଦୀପ କୁମାର ରଥ କହିଛନ୍ତି । You Can Read :ଆନ୍ତଃରାଜ୍ୟ ଗଞ୍ଜେଇ ଚାଷୀ ଗିରଫ, ରାଜ୍ୟ ବାହାରେ ରହି ଚଲାଇଥିଲେ କାରବାର
ଯାଜପୁର ୧୭।୪: ଯାଜପୁର ହରିଣ ଛକ ନିକଟରୁ ୪୫ ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଛି । ଜଣେ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତ ଏସ୍କେପ୍ ଅସ୍ମତ୍ ବୋଲି ଜଣାପଡିଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଯାଜପୁର ଟାଉନ ଅବକାରୀ ବିଭାଗ କହିଛି ।
ସୂଚନାଯୋଗ୍ୟ ଯେ, ଯାଜପୁର ହରିଣ ଛକ ନିକଟରେ ଜଣେ ଯୁବକ ବ୍ରାଉନ ସୁଗାର ବିକ୍ରି କରିବା ପାଇଁ ଆଣିଥିବା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ଯାଜପୁର ଟାଉନ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରିଥିଲେ ଘଟଣାସ୍ଥଳରୁ ୪୫ ଗ୍ରାମର ବ୍ରାଉନ ସୁଗାର ଜବଦ କରିବା ସହ ଜଣକୁ ଗିରଫ କରିଥିଲା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ଟାଉନ ଅଞ୍ଚଳ ନାହରାପୁର ଗ୍ରାମର ଏସକେପ୍ ଅସ୍ମତ୍ । ତାଙ୍କ ବୟସ ୨୬ ବର୍ଷ ବୋଲି ଜଣାପଡିଛି । ଜବତ ହୋଇଥିବା ବ୍ରାଉନ ସୁଗାରର ମୂଲ୍ୟ ୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି ଯାଜପୁର ଅବକାରୀ ବିଭାଗ ସବ ଇନ୍ସପେକ୍ଟର ପ୍ରଦୀପ କୁମାର ରଥ କହିଛନ୍ତି ।
You Can Read :
ଆନ୍ତଃରାଜ୍ୟ ଗଞ୍ଜେଇ ଚାଷୀ ଗିରଫ, ରାଜ୍ୟ ବାହାରେ ରହି ଚଲାଇଥିଲେ କାରବାର