ଡିସଚାର୍ଜ ହୋଇ ଘରକୁ ଫେରିଲେ ବିଜେଡି ନେତା, ବବିଙ୍କୁ ଦେଖି ହଠାତ୍ ଲୋକେ…
ଭୁବନେଶ୍ୱର,୨୦।୭: ଯାଜପୁର ଫେରିଲେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ। ମେଡିକାଲରୁ ଡିସଚାର୍ଜ ହୋଇ ବବି ଦାସ ଘରକୁ ଫେରିଛନ୍ତି। କାଳୀମେଘା ବାସଭବନରେ ପହଞ୍ଚିବା ପରେ ବିଜେଡି କର୍ମୀ ଏବଂ ଲୋକଙ୍କର ଅସମ୍ଭାଳ ଭିଡ ଦେଖିବାକୁ ମିଳିଥିଲା। ଏପରିକି ବବିଙ୍କୁ ଦେଖିବାକୁ ଲୋକେ ଗଛ ଉପରକୁ ଚଢି ଯାଇଥିଲେ। ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ସାରା ରାଜ୍ୟରେ ଚହଳ ସୃଷ୍ଟି ହୋଇଛି। ବୁଧବାର ଭୁବନେଶ୍ୱରରେ ବିଜେଡି ବଡ଼ ଆନ୍ଦୋଳନ କରିଥିଲା। ଏହି […] The post ଡିସଚାର୍ଜ ହୋଇ ଘରକୁ ଫେରିଲେ ବିଜେଡି ନେତା, ବବିଙ୍କୁ ଦେଖି ହଠାତ୍ ଲୋକେ… appeared first on Dharitri Odia News.
ଭୁବନେଶ୍ୱର,୨୦।୭: ଯାଜପୁର ଫେରିଲେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ। ମେଡିକାଲରୁ ଡିସଚାର୍ଜ ହୋଇ ବବି ଦାସ ଘରକୁ ଫେରିଛନ୍ତି। କାଳୀମେଘା ବାସଭବନରେ ପହଞ୍ଚିବା ପରେ ବିଜେଡି କର୍ମୀ ଏବଂ ଲୋକଙ୍କର ଅସମ୍ଭାଳ ଭିଡ ଦେଖିବାକୁ ମିଳିଥିଲା। ଏପରିକି ବବିଙ୍କୁ ଦେଖିବାକୁ ଲୋକେ ଗଛ ଉପରକୁ ଚଢି ଯାଇଥିଲେ।
ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ସାରା ରାଜ୍ୟରେ ଚହଳ ସୃଷ୍ଟି ହୋଇଛି। ବୁଧବାର ଭୁବନେଶ୍ୱରରେ ବିଜେଡି ବଡ଼ ଆନ୍ଦୋଳନ କରିଥିଲା। ଏହି ସମୟରେ ପୋଲିସ-ବିଜେଡି ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ବିଜେଡିର ଲୋକସେବା ଭବନ ଘେରାଉ ଉଦ୍ୟମ ବେଳେ ଏଭଳି ପରିସ୍ଥିତି ଉପୁଜିଥିଲା । ବିଜେଡି କର୍ମୀଙ୍କ ଉପରୁକୁ ପାଣି ମାଡ ସହ ଲୁହାବୁହା ଗ୍ୟାସ ପ୍ରୟୋଗ କରିଥିଲା ପୋଲିସ । ଏହି ଲୁହାବୁହା ଗ୍ୟାସ ମାଡରେ ବିଜେଡି ନେତା ବବି ଦାସ ଆହତ ହୋଇଥିବା ବେଳେ ପ୍ରୀତିରଞ୍ଜନ ଘଡେଇ ଆହତ ହୋଇଥିବା ସୂଚନା ମିଳିଥିଲା। ବବିଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା।
The post ଡିସଚାର୍ଜ ହୋଇ ଘରକୁ ଫେରିଲେ ବିଜେଡି ନେତା, ବବିଙ୍କୁ ଦେଖି ହଠାତ୍ ଲୋକେ… appeared first on Dharitri Odia News.