ଡିସିଜିଆଇର ବଡ଼ ନିଷ୍ପତ୍ତି: ରକ୍ତ ପାଇଁ ଅଧିକ ଚାର୍ଜ କରିପାରିବେନି ହସ୍ପିଟାଲ୍ ଓ ରକ୍ତଭଣ୍ଡାର
ନୂଆଦିଲ୍ଲୀ: ଏଣିକି ଆଉ ଗରିବ ଲୋକଙ୍କୁ ଆଉ ରକ୍ତ ପାଇଁ ଅତ୍ୟଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡିବନାହିଁ। କାରଣ ରକ୍ତ ପାଇଁ ଲୋକଙ୍କଠାରୁ ଅଧିକ ଚାର୍ଜ କରିପାରିବେନି ହସ୍ପିଟାଲ୍ ଓ ରକ୍ତଭଣ୍ଡାର। ଭାରତୀୟ ଔଷଧ ନିୟନ୍ତ୍ରଣ ମହାନିର୍ଦ୍ଦେଶାଳୟ (ଡିସିଜିଆଇ) ପ୍ରକ୍ରିୟାକରଣ ଶୁଳ୍କ ଏବଂ ରକ୍ତ ଯୋଗାଣ ବ୍ୟତୀତ ସମସ୍ତ ପ୍ରକାରର ଶୁଳ୍କ ଉପରେ ପ୍ରତିବନ୍ଧକ ଲଗାଇଛି। ସମ୍ପ୍ରତି ହସ୍ପିଟାଲ୍ଗୁଡ଼ିକରେ ରକ୍ତ ଦେବା ପାଇଁ ଲୋକଙ୍କଠାରୁ ଅଧିକ ଟଙ୍କା ଚାର୍ଜ କରୁଥିବାରୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଭାରତୀୟ […]

ନୂଆଦିଲ୍ଲୀ: ଏଣିକି ଆଉ ଗରିବ ଲୋକଙ୍କୁ ଆଉ ରକ୍ତ ପାଇଁ ଅତ୍ୟଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡିବନାହିଁ। କାରଣ ରକ୍ତ ପାଇଁ ଲୋକଙ୍କଠାରୁ ଅଧିକ ଚାର୍ଜ କରିପାରିବେନି ହସ୍ପିଟାଲ୍ ଓ ରକ୍ତଭଣ୍ଡାର। ଭାରତୀୟ ଔଷଧ ନିୟନ୍ତ୍ରଣ ମହାନିର୍ଦ୍ଦେଶାଳୟ (ଡିସିଜିଆଇ) ପ୍ରକ୍ରିୟାକରଣ ଶୁଳ୍କ ଏବଂ ରକ୍ତ ଯୋଗାଣ ବ୍ୟତୀତ ସମସ୍ତ ପ୍ରକାରର ଶୁଳ୍କ ଉପରେ ପ୍ରତିବନ୍ଧକ ଲଗାଇଛି। ସମ୍ପ୍ରତି ହସ୍ପିଟାଲ୍ଗୁଡ଼ିକରେ ରକ୍ତ ଦେବା ପାଇଁ ଲୋକଙ୍କଠାରୁ ଅଧିକ ଟଙ୍କା ଚାର୍ଜ କରୁଥିବାରୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଭାରତୀୟ ଔଷଧ ନିୟନ୍ତ୍ରଣ ମହାନିର୍ଦ୍ଦେଶାଳୟ (ଡିସିଜିଆଇ) ଏଭଳି ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଡିସିଜିଆଇ ଦେଶର ସମସ୍ତ ହସ୍ପିଟାଲ୍ ଓ ରକ୍ତଭଣ୍ଡାର ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ନିର୍ଦ୍ଦେଶ ସମ୍ପର୍କରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଔଷଧ ନିୟନ୍ତ୍ରକ ଓ ଲାଇସେନ୍ସପ୍ରାପ୍ତ ସଂସ୍ଥାକୁ ସୂଚିତ କରିଦିଆଯାଇଛି। ଏଥିରେ କୁହାଯାଇଛି ଯେ ରକ୍ତ ବିକ୍ରୟ ପାଇଁ ନୁହେଁ। ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଡ୍ରଗ୍ କଣ୍ଟ୍ରୋଲର୍ କମ ଲାଇସେନ୍ସ କର୍ତ୍ତୃପକ୍ଷଙ୍କୁ ପଠାଯାଇଥିବା ବାର୍ତ୍ତାରେ ଡିସିଜିଆଇ କହିଛନ୍ତି ଯେ ରକ୍ତ ପାଇଁ ମନଇଚ୍ଛା ଶୁଳ୍କ ଆଦାୟ କରାଯାଇପାରିବନାହିଁ। ପ୍ରକ୍ରିୟାକରଣ ଶୁଳ୍କ ଏବଂ ଯୋଗାଣ ଦେୟ ବ୍ୟତୀତ ଅନ୍ୟ ସମସ୍ତ ଦେୟ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି। ହସ୍ପିଟାଲ୍ଗୁଡ଼ିକରେ ରକ୍ତ ଆବଶ୍ୟକ କରୁଥିବା ପରିବାରଗୁଡିକ କିଭଳି ବିପଦ ସମୟରେ ଶୋଷଣର ଶିକାର ହେଉଛନ୍ତି ସେ ନେଇ ଅଭିଯୋଗ ଆସିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଗତବର୍ଷ ୨୬ ସେପ୍ଟେମ୍ବରରେ ଔଷଧ ପରାମର୍ଶଦାତା କମିଟି ୬୨ ତମ ବୈଠକରେ ରକ୍ତ ପାଇଁ ଅଧିକ ମୂଲ୍ୟ ନିଆଯାଉଥିବା ସମସ୍ୟା ବିଷୟରେ ଆଲୋଚନା କରାଯାଇଥିଲା। ବୈଠକରେ କୁହାଯାଇଥିଲା ଯେ ରକ୍ତ ବିକ୍ରି ପାଇଁ ନୁହେଁ ବରଂ ଲୋକଙ୍କୁ ଯୋଗାଇବା ପାଇଁ ହୋଇଛି। ତେଣୁ ବ୍ଲଡ୍ ସେଣ୍ଟରମାନେ କେବଳ ପ୍ରୋସେସିଂ ଫି ଚାର୍ଜ କରିବା ଉଚିତ। ସଂଶୋଧିତ ମାର୍ଗଦର୍ଶିକା ଅନୁସାରେ ରକ୍ତଯୋଗାଣ କେନ୍ଦ୍ରଗୁଡ଼ିକ ରକ୍ତ ଓ ରକ୍ତସାମଗ୍ରୀ ପାଇଁ କେବଳ ପ୍ରକ୍ରିୟାକରଣ ଫି ୨୫୦ରୁ ୧୫୫୦ ଟଙ୍କା ମଧ୍ୟରେ ନେବା ଉଚିତ୍। ନୂଆ ମାର୍ଗଦର୍ଶିକାକୁ ଯେଭଳି ପାଳନ କରାଯାଏ ସେଥÒପାଇଁ ଡିସିଜିଆଇ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଔଷଦ ନିୟନ୍ତ୍ରକକୁ ନିର୍ଦ୍ଦେଶ ଦେଇଛନ୍ତି। ରକ୍ତଦାନର ଅଭାବ ଯୋଗୁ ଘରୋଇ ଡାକ୍ତରଖାନାଗୁଡ଼ିକ ରୋଗୀଙ୍କ ସମ୍ପର୍କୀୟଙ୍କଠାରୁ ରକ୍ତ ୟୁନିଟ୍ ପିଛା ୩ ହଜାର ଓ ୮ ହଜାର ଟଙ୍କା ଚାର୍ଜ କରୁଥିଲେ। ଆଉ ଯଦି ରକ୍ତ ଅଭାବ ପଡ଼ିଲା ଓ ବିରଳ ବ୍ଲଡ୍ ଗ୍ରୁପ୍ର ରକ୍ତ ଦରକାର ପଡ଼ିଲା ତେବେ ମୂଲ୍ୟ ଆକାଶ ଛୁଅଆଁ ହେଉଥିଲା।