ଡୁମଡୁମା ଫ୍ଲାଏଓଭର ବ୍ରିଜ ଉପରେ ଦବିଲା ରାସ୍ତା, ଫସିଲା ମିନି ଟ୍ରକ୍‌

ଭୁବନେଶ୍ବର: ଡୁମଡୁମା ଫ୍ଲାୟଓଭର ବ୍ରିଜ ଉପରେ ଦାବିଲା ରାସ୍ତା । ଫସିଲା ମିନି ଟ୍ରକ୍‌ । ସୋମବାର, ଭୁବନେଶ୍ବର ଡୁମୁଡୁମା ସ୍ଥିତ ଫ୍ଲାଏ ଓଭର ବ୍ରିଜ୍‌ର ମଝିରେ ରାସ୍ତା ଦବିଯାଇଥିଲା। ଆଉ ଏହି ରାସ୍ତାରେ ଯାଉଥିବା ଏକ ମିନିଟ୍ରକ୍‌ ଉକ୍ତ ଖାଲରେ ଫସିଯାଇଥିଲା। ସୌଭାଗ୍ୟବସତଃ କୌଣସି ବଡ଼ ଦୁର୍ଘଟଣା ଘଟିନାହିଁ। ତେବେ ଏହି ଘଟଣା କାରଣରୁ ରାସ୍ତାରେ ଗାଡ଼ି ଚଳାଚଳ ସାମାନ୍ୟ ବାଧାପ୍ରାପ୍ତ ହୋଇଥିଲା। ଅବଶ୍ୟ କିଛି ସମୟ ପରେ ମିନି ଟ୍ରକଟିକୁ କ୍ରେନ ସାହାଯ୍ୟରେ ରାସ୍ତାରୁ ଉଠାଯାଇଥିଲା। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଗାଡି ଚଳାଚଳ ସ୍ବାଭାବିକ କରିବା ସହ ଦବିଥିବା ସ୍ଥାନରେ ବ୍ୟାରିକେଡ କରିଛି। ଖବର ପାଇ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିଛନ୍ତି।

ଡୁମଡୁମା ଫ୍ଲାଏଓଭର ବ୍ରିଜ ଉପରେ ଦବିଲା ରାସ୍ତା, ଫସିଲା ମିନି ଟ୍ରକ୍‌

ଭୁବନେଶ୍ବର: ଡୁମଡୁମା ଫ୍ଲାୟଓଭର ବ୍ରିଜ ଉପରେ ଦାବିଲା ରାସ୍ତା । ଫସିଲା ମିନି ଟ୍ରକ୍‌ । ସୋମବାର, ଭୁବନେଶ୍ବର ଡୁମୁଡୁମା ସ୍ଥିତ ଫ୍ଲାଏ ଓଭର ବ୍ରିଜ୍‌ର ମଝିରେ ରାସ୍ତା ଦବିଯାଇଥିଲା। ଆଉ ଏହି ରାସ୍ତାରେ ଯାଉଥିବା ଏକ ମିନିଟ୍ରକ୍‌ ଉକ୍ତ ଖାଲରେ ଫସିଯାଇଥିଲା। ସୌଭାଗ୍ୟବସତଃ କୌଣସି ବଡ଼ ଦୁର୍ଘଟଣା ଘଟିନାହିଁ। 

ତେବେ ଏହି ଘଟଣା କାରଣରୁ ରାସ୍ତାରେ ଗାଡ଼ି ଚଳାଚଳ ସାମାନ୍ୟ ବାଧାପ୍ରାପ୍ତ ହୋଇଥିଲା। ଅବଶ୍ୟ କିଛି ସମୟ ପରେ ମିନି ଟ୍ରକଟିକୁ କ୍ରେନ ସାହାଯ୍ୟରେ ରାସ୍ତାରୁ ଉଠାଯାଇଥିଲା। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଗାଡି ଚଳାଚଳ ସ୍ବାଭାବିକ କରିବା ସହ ଦବିଥିବା ସ୍ଥାନରେ ବ୍ୟାରିକେଡ କରିଛି। ଖବର ପାଇ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିଛନ୍ତି।