ପ୍ରଚାର ବେଳେ ବେଲଗାମ୍ ବୟାନ ଉପରେ ଲାଗିବ ଅଙ୍କୁଶ; ଜାରି ହେବ ନୂଆ ମାର୍ଗଦର୍ଶିକା
ନୂଆଦିଲ୍ଲୀ,୧୩ ।୪: ନିର୍ବାଚନରେ ଆପତ୍ତିଜନକ ବୟାନ ଓ ବ୍ୟକ୍ତିଗତ ଆକ୍ଷେପ ଉପରେ ଲାଗିବ ଅଙ୍କୁଶ । ନିର୍ବାଚନୀ ରାଲି କିମ୍ବାରେ କୌଣସି ପ୍ରାର୍ଥୀ ବିବାଦୀୟ ବୟାନ ଦେଇପାରିବେ ନାହିଁ । ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନର ସବୁ ରାଜନୈତିକ ଦଳକୁ ଆପତ୍ତିଜନକ ବୟାନ ଦେବାରୁ ନିବୃତ ରହିବାକୁ ପରାମର୍ଶ ଦେଇଛନ୍ତି । ମାତ୍ର ପ୍ରଚାର ବେଳେ ପ୍ରାର୍ଥୀମାନେ ଏହାକୁ ଅନୁପାଳନ କରାଯାଉନଥିବାରୁ ଉଦବେଗ୍ ପ୍ରକାଶ କରିଛନ୍ତି । ଏନେଇ ଭାରତର ନିର୍ବାଚନ ଆୟୋଗ ନୂଆ ମର୍ଗଦର୍ଶିକା ଆଣିବାରୁ ଯାଉଛନ୍ତି । ଏହି ଏସଓପି ଜାରି ହେଲେ ବେଲାଗାମ ବୟାନବାଜି ଉପରେ ଅଙ୍କୁଶ ଲଗାଯାଇପାରିବ ବୋଲି କୁହାଯାଉଛି ।ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସବୁ ରାଜନୈତିକ ଦଳ ପାଇଁ ନୂଆ ମାର୍ଗଦର୍ଶିକା ଜାରି କରାଯିବ । ଏହାକୁ ପାଳନ ନକଲେ ସେମାନଙ୍କୁ ମିଳୁଥିବା ସୁବିଧା ହ୍ରାସ କରାଯିବ । ଯେପରିକି ଷ୍ଟାର ପ୍ରଚାରକଙ୍କ ସଂଖ୍ୟା କମ୍ କରାଯିବା ସହ ନିର୍ବାଚନରେ ଦଳମାନେ ବ୍ୟବହାର କରୁଥିବା ଯାନବାହନ ସଂଖ୍ୟା ହ୍ରାସ କରାଯିବ । ଏପରିକି ନିର୍ବାଚନୀ ରାଲି ଓ ଜନସଭା ସଂଖ୍ୟା କମାଇବା ଭଳି କଠୋର ପଦକ୍ଷେପ ମଧ୍ୟ ନିଆଯିବ । କେବଳ ଏତିକି ନୁହେଁ ନେତାଙ୍କ ଆପତ୍ତିଜନକ ବୟାନ ଓ ବ୍ୟକ୍ତିଗତ ଆକ୍ରମଣ ପାଇଁ ସମ୍ପୃକ୍ତ ଦଳର ମୁଖ୍ୟଙ୍କୁ ନୋଟିସ୍ କରାଯିବ । ମାର୍ଗଦର୍ଶିକା କାହିଁକି ପାଳନ କରାଯାଉ ନାହିଁ ତାର କାରଣ ମଧ୍ୟ ସେମାନଙ୍କୁ ଦର୍ଶାଇବାକୁ ପଡିବ । ନିର୍ବାଚ
ନୂଆଦିଲ୍ଲୀ,୧୩ ।୪: ନିର୍ବାଚନରେ ଆପତ୍ତିଜନକ ବୟାନ ଓ ବ୍ୟକ୍ତିଗତ ଆକ୍ଷେପ ଉପରେ ଲାଗିବ ଅଙ୍କୁଶ । ନିର୍ବାଚନୀ ରାଲି କିମ୍ବାରେ କୌଣସି ପ୍ରାର୍ଥୀ ବିବାଦୀୟ ବୟାନ ଦେଇପାରିବେ ନାହିଁ । ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନର ସବୁ ରାଜନୈତିକ ଦଳକୁ ଆପତ୍ତିଜନକ ବୟାନ ଦେବାରୁ ନିବୃତ ରହିବାକୁ ପରାମର୍ଶ ଦେଇଛନ୍ତି । ମାତ୍ର ପ୍ରଚାର ବେଳେ ପ୍ରାର୍ଥୀମାନେ ଏହାକୁ ଅନୁପାଳନ କରାଯାଉନଥିବାରୁ ଉଦବେଗ୍ ପ୍ରକାଶ କରିଛନ୍ତି । ଏନେଇ ଭାରତର ନିର୍ବାଚନ ଆୟୋଗ ନୂଆ ମର୍ଗଦର୍ଶିକା ଆଣିବାରୁ ଯାଉଛନ୍ତି । ଏହି ଏସଓପି ଜାରି ହେଲେ ବେଲାଗାମ ବୟାନବାଜି ଉପରେ ଅଙ୍କୁଶ ଲଗାଯାଇପାରିବ ବୋଲି କୁହାଯାଉଛି ।
ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସବୁ ରାଜନୈତିକ ଦଳ ପାଇଁ ନୂଆ ମାର୍ଗଦର୍ଶିକା ଜାରି କରାଯିବ । ଏହାକୁ ପାଳନ ନକଲେ ସେମାନଙ୍କୁ ମିଳୁଥିବା ସୁବିଧା ହ୍ରାସ କରାଯିବ । ଯେପରିକି ଷ୍ଟାର ପ୍ରଚାରକଙ୍କ ସଂଖ୍ୟା କମ୍ କରାଯିବା ସହ ନିର୍ବାଚନରେ ଦଳମାନେ ବ୍ୟବହାର କରୁଥିବା ଯାନବାହନ ସଂଖ୍ୟା ହ୍ରାସ କରାଯିବ । ଏପରିକି ନିର୍ବାଚନୀ ରାଲି ଓ ଜନସଭା ସଂଖ୍ୟା କମାଇବା ଭଳି କଠୋର ପଦକ୍ଷେପ ମଧ୍ୟ ନିଆଯିବ । କେବଳ ଏତିକି ନୁହେଁ ନେତାଙ୍କ ଆପତ୍ତିଜନକ ବୟାନ ଓ ବ୍ୟକ୍ତିଗତ ଆକ୍ରମଣ ପାଇଁ ସମ୍ପୃକ୍ତ ଦଳର ମୁଖ୍ୟଙ୍କୁ ନୋଟିସ୍ କରାଯିବ । ମାର୍ଗଦର୍ଶିକା କାହିଁକି ପାଳନ କରାଯାଉ ନାହିଁ ତାର କାରଣ ମଧ୍ୟ ସେମାନଙ୍କୁ ଦର୍ଶାଇବାକୁ ପଡିବ । ନିର୍ବାଚନ ପ୍ରଚାର ସୁସ୍ଥ ପରମ୍ପରା ଓ ପ୍ରସଙ୍ଗ ଆଧାରିତ ହେବା ଆବଶ୍ୟକ ବୋଲି କମିଶନ ଚାହାନ୍ତି । ନିର୍ବାଚନ କମିଶନ ଏଭଳି ବେଲଗାମ ବୟାନବାଜି ଉପରେ ପୂର୍ବରୁ ମଧ୍ୟ କେତେକ ରାଜନୈତିକ ଦଳ ନେତାମାନଙ୍କୁ ନୋଟିସ ଜାରି କରି ଉତ୍ତର ମାଗିଛନ୍ତି ।