ଡେଙ୍ଗୁକୁ ମହାମାରୀ ଘୋଷଣା କ‌ଲେ କର୍ଣ୍ଣାଟକ ସରକାର

ବେଙ୍ଗାଲୁରୁ: କର୍ଣ୍ଣାଟକ ସରକାର ଡେଙ୍ଗୁ ଜ୍ବରକୁ ମହାମାରୀ ଘୋଷଣା କରିଛନ୍ତି। ଗତ ଦଶନ୍ଧି ମଧ୍ୟରେ କର୍ଣ୍ଣାଟକରେ‌ ଡେଙ୍ଗୁ ସଂପ୍ରତି ଅତି ଭୟଙ୍କର ଭାବେ ବ୍ୟାପୁଥିବାରୁ ରାଜ୍ୟ ସରକାର ଏହାକୁ କର୍ଣ୍ଣାଟକ ମହାମାରୀ ରୋଗ ଆଇନ, ୨୦୨୦ ଅଧୀନରେ ମହାମାରୀ ଘୋଷଣା କରିଛନ୍ତି। ସେହିପରି ଡେଙ୍ଗୁକୁ ନିୟନ୍ତ୍ରଣ ପାଇଁ ସରକାର ଆରମ୍ଭ କରିଥିବା ବିଭିନ୍ନ ପଦକ୍ଷେପ ଯଦି କେହି ପାଳନ ନକରନ୍ତି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜ୍ୟ ସରକାର କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ […]

ଡେଙ୍ଗୁକୁ ମହାମାରୀ ଘୋଷଣା କ‌ଲେ କର୍ଣ୍ଣାଟକ ସରକାର

ବେଙ୍ଗାଲୁରୁ: କର୍ଣ୍ଣାଟକ ସରକାର ଡେଙ୍ଗୁ ଜ୍ବରକୁ ମହାମାରୀ ଘୋଷଣା କରିଛନ୍ତି। ଗତ ଦଶନ୍ଧି ମଧ୍ୟରେ କର୍ଣ୍ଣାଟକରେ‌ ଡେଙ୍ଗୁ ସଂପ୍ରତି ଅତି ଭୟଙ୍କର ଭାବେ ବ୍ୟାପୁଥିବାରୁ ରାଜ୍ୟ ସରକାର ଏହାକୁ କର୍ଣ୍ଣାଟକ ମହାମାରୀ ରୋଗ ଆଇନ, ୨୦୨୦ ଅଧୀନରେ ମହାମାରୀ ଘୋଷଣା କରିଛନ୍ତି। ସେହିପରି ଡେଙ୍ଗୁକୁ ନିୟନ୍ତ୍ରଣ ପାଇଁ ସରକାର ଆରମ୍ଭ କରିଥିବା ବିଭିନ୍ନ ପଦକ୍ଷେପ ଯଦି କେହି ପାଳନ ନକରନ୍ତି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜ୍ୟ ସରକାର କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ଚଳିତ ବର୍ଷ ଡେଙ୍ଗୁ ମାମଲା ୨୪,୫୦୦ ଅତିକ୍ରମ କରିଛି। ୨୦୨୩ରେ ମୋଟ୍‌ ଡେଙ୍ଗୁ ମାମଲାଠାରୁ ଏହା ପାଖାପାଖି ୫ ହଜାର ଅଧିକ। କର୍ଣ୍ଣାଟକରେ ଡେଙ୍ଗୁ ମୃତ୍ୟୁ ସେତେ ଚିନ୍ତାଜନକ ନଥିଲେ ମଧ୍ୟ ମୃତ୍ୟୁସଂଖ୍ୟା ବଢ଼ିବା ପୂର୍ବରୁ ରାଜ୍ୟ ସରକାର ଏକ ବିଜ୍ଞପ୍ତି ଜାରି କରି ଡେଙ୍ଗୁ ଜ୍ବରକୁ ମହାମାରୀ ଘୋଷଣା କରିଛନ୍ତି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଡେଙ୍ଗୁରେ ୧୨ ଜଣଙ୍କର ମୃତ୍ୟୁ ହେଲାଣି।