ଡେଟିଂର ୧୦ ବର୍ଷ ପରେ ପ୍ରେମିକଙ୍କ ହାତ ଧରିଲେ ସୁରଭି
ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ସୁରଭି ଚନ୍ଦନା। ପ୍ରେମିକ କରନ ଶର୍ମାଙ୍କ ହାତ ଧରିଛନ୍ତି ସେ। ଉଭୟ ପରସ୍ପରକୁ ଦୀର୍ଘ ୧୦ ବର୍ଷ ଧରି ଡେଟ୍ କରୁଥିଲେ। ଶେଷରେ ସେମାନେ ରାଜସ୍ଥାନର ଜୟପୁରରେ ବିବାହ କରିଛନ୍ତି। ଏହି ବିବାହର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦୁହିଁଙ୍କ କେମେଷ୍ଟ୍ରି ମନ ଜିଣୁଛି। ସାଥୀ କଳାକାର ସାଙ୍ଗକୁ ପ୍ରଶଂସକମାନେ ସୁରଭିଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। କହିରଖୁଛୁ, ସୁରଭି ଟେଲିଭିଜନ ଧାରାବାହିକ ‘ଇସ୍କବାଜ’ […] The post ଡେଟିଂର ୧୦ ବର୍ଷ ପରେ ପ୍ରେମିକଙ୍କ ହାତ ଧରିଲେ ସୁରଭି appeared first on Dharitri Odia News.
ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ସୁରଭି ଚନ୍ଦନା। ପ୍ରେମିକ କରନ ଶର୍ମାଙ୍କ ହାତ ଧରିଛନ୍ତି ସେ। ଉଭୟ ପରସ୍ପରକୁ ଦୀର୍ଘ ୧୦ ବର୍ଷ ଧରି ଡେଟ୍ କରୁଥିଲେ। ଶେଷରେ ସେମାନେ ରାଜସ୍ଥାନର ଜୟପୁରରେ ବିବାହ କରିଛନ୍ତି। ଏହି ବିବାହର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦୁହିଁଙ୍କ କେମେଷ୍ଟ୍ରି ମନ ଜିଣୁଛି। ସାଥୀ କଳାକାର ସାଙ୍ଗକୁ ପ୍ରଶଂସକମାନେ ସୁରଭିଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।
କହିରଖୁଛୁ, ସୁରଭି ଟେଲିଭିଜନ ଧାରାବାହିକ ‘ଇସ୍କବାଜ’ ଜରିଆରେ ବେଶ ଲୋକପ୍ରିୟ ହୋଇଥିଲେ। ଏଥିରେ ସେ ଶିବାୟ ଓବରୟଙ୍କ ପତ୍ନୀ ଅର୍ଥାତ ଅନିକା ଭୂମିକା ତୁଲାଇଥିଲେ। ତେବେ ସେ ‘ତାରକ ମେହତା କା ଉଲଟା ଚଷମା’ରୁ ୨୦୦୯ରେ ଅଭିନୟ ଆରମ୍ଭ କରିଥିଲେ। ଏହାଛଡ଼ା ସେ ‘ସଞ୍ଜିବନୀ’, ‘ନାଗିନ ୫’, ‘ଶେରଦିଲ ଶେରଗିଲ’ ଭଳି ଅନେକ ଧାରାବାହିକରେ ନଜର ଆସିଛନ୍ତି।
The post ଡେଟିଂର ୧୦ ବର୍ଷ ପରେ ପ୍ରେମିକଙ୍କ ହାତ ଧରିଲେ ସୁରଭି appeared first on Dharitri Odia News.


(@sukarlove_)