ଭିନେଶଙ୍କୁ ମିଳିବ କି ପଦକ? ଆସିଲା ବଡ଼ ଅପଡେଟ୍‌

ପ୍ୟାରିସ,୭।୮: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରୁ ଭିନେଶ ଫୋଗଟଙ୍କ ଅଯୋଗ୍ୟତା ପରେ ରେସଲିଂ ଫେଡେରେସନ ଅଫ ଇଣ୍ଡିଆ (ଡବ୍ଲୁଏଫଆଇ) ୟୁନାଇଟେଡ ୱାଲର୍‌ଡ ରେସଲିଂ (ୟୁଡବ୍ଲ୍ୟୁଡବ୍ଲ୍ୟୁ)କୁ ଦାବି କରିଥିଲା ଯେ, ଭିନେଶଙ୍କୁ କିଛି ସମୟ ଦିଆଯାଉ। କିନ୍ତୁ ବର୍ତ୍ତମାନ ୟୁଡବ୍ଲ୍ୟୁଡବ୍ଲ୍ୟୁ ଅଧ୍ୟକ୍ଷଙ୍କ ମତାମତ ସାମ୍ନାକୁ ଆସିଛି। ଆବେଦନ ସତ୍ତ୍ୱେ ଭିନେଶଙ୍କ ଅଯୋଗ୍ୟତା ପ୍ରତ୍ୟାହାର କରାଯିବ ନାହିଁ। ଏହା ଭିନେଶ ଏବଂ ୧୪୦ କୋଟି ଭାରତୀୟଙ୍କ ପାଇଁ ଆଉ ଏକ ବଡ଼ ଝଟକା। ଫାଇନାଲ ମ୍ୟାଚ ପୂର୍ବରୁ ଭିନେଶ ଫୋଗାଟଙ୍କ ଓଜନ […] The post ଭିନେଶଙ୍କୁ ମିଳିବ କି ପଦକ? ଆସିଲା ବଡ଼ ଅପଡେଟ୍‌ appeared first on Dharitri Odia News.

ଭିନେଶଙ୍କୁ ମିଳିବ କି ପଦକ? ଆସିଲା ବଡ଼ ଅପଡେଟ୍‌

ପ୍ୟାରିସ,୭।୮: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରୁ ଭିନେଶ ଫୋଗଟଙ୍କ ଅଯୋଗ୍ୟତା ପରେ ରେସଲିଂ ଫେଡେରେସନ ଅଫ ଇଣ୍ଡିଆ (ଡବ୍ଲୁଏଫଆଇ) ୟୁନାଇଟେଡ ୱାଲର୍‌ଡ ରେସଲିଂ (ୟୁଡବ୍ଲ୍ୟୁଡବ୍ଲ୍ୟୁ)କୁ ଦାବି କରିଥିଲା ଯେ, ଭିନେଶଙ୍କୁ କିଛି ସମୟ ଦିଆଯାଉ। କିନ୍ତୁ ବର୍ତ୍ତମାନ ୟୁଡବ୍ଲ୍ୟୁଡବ୍ଲ୍ୟୁ ଅଧ୍ୟକ୍ଷଙ୍କ ମତାମତ ସାମ୍ନାକୁ ଆସିଛି। ଆବେଦନ ସତ୍ତ୍ୱେ ଭିନେଶଙ୍କ ଅଯୋଗ୍ୟତା ପ୍ରତ୍ୟାହାର କରାଯିବ ନାହିଁ। ଏହା ଭିନେଶ ଏବଂ ୧୪୦ କୋଟି ଭାରତୀୟଙ୍କ ପାଇଁ ଆଉ ଏକ ବଡ଼ ଝଟକା।
ଫାଇନାଲ ମ୍ୟାଚ ପୂର୍ବରୁ ଭିନେଶ ଫୋଗାଟଙ୍କ ଓଜନ ୧୦୦ ଗ୍ରାମ ଅଧିକ ବୋଲି ଜଣାପଡିଛି, ଏହି କାରଣରୁ ତାଙ୍କୁ ପଦକ ଜିତିବାକୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଭାରତୀୟ ରେସଲିଂ ଆସୋସିଏସନ ପକ୍ଷରୁ ଏକ ଆବେଦନ କରାଯାଇଥିଲା,ଭିନେଶଙ୍କୁ ଆଉ କିଛି ସମୟ ଦିଆଯାଉ। ଭାରତୀୟ ଅଲିମ୍ପିକ ଆସୋସିଏସନ (ଆଇଓଆଇ) ବିବୃତ୍ତିରେ କୁହାଯାଇଛି ଯେ, ଭିନେଶ ରାତିସାରା ତାଙ୍କ ଓଜନକୁ ନିୟନ୍ତ୍ରଣ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରିଥିଲେ, କିନ୍ତୁ ସକାଳେ ତାଙ୍କ ଓଜନ ୧୦୦ ଗ୍ରାମ ଅଧିକ ବୋଲି ଜଣାପଡିଛି।
ୟୁନାଇଟେଡ ୱାଲର୍‌ଡ ରେସଲିଂ (ୟୁଡବ୍ଲ୍ୟୁଡବ୍ଲ୍ୟୁ) ଅଧ୍ୟକ୍ଷ ନେନାଡ ଲାଲୋଭିଚ ସ୍ପଷ୍ଟ କରିଛନ୍ତି ଯେ,ଭାରତର ଆବେଦନ ସହିତ ମୋର କୌଣସି ଅସୁବିଧା ନାହିଁ, କିନ୍ତୁ ମୁଁ ଜାଣେ ଏହାର ପରିଣାମ କ’ଣ ହେବ। ମୁଁ ଭାବୁନାହିଁ ଯେ ଏହି ପ୍ରସଙ୍ଗରେ କିଛି କରିବା ସମ୍ଭବ। ଏଗୁଡିକ ପ୍ରତିଯୋଗିତାର ନିୟମ ଏବଂ ମୁଁ ଭାବୁନାହିଁ କି ନିୟମଗୁଡିକ ପରିବର୍ତ୍ତନ କରାଯାଇପାରିବ।
ପ୍ୟାରିସରେ ଗଣମାଧ୍ୟମକୁ ସୂଚନା ଦେଇ ଲାଲୋଭିଚ ଆହୁରି ମଧ୍ୟ କହିଛନ୍ତି, ଏକ କାରଣ ପାଇଁ ଏହି ନିୟମ ପ୍ରସ୍ତୁତ କରାଯାଇଛି, ଯାହାକୁ ଆମେ ସମ୍ମାନ କରିବା ଉଚିତ୍‌। ମୁଁ ଭିନେଶଙ୍କ ପାଇଁ ବହୁତ ଖରାପ ଅନୁଭବ କରୁଛି କାରଣ ତାଙ୍କ ଓଜନ ବହୁତ କମ ମାର୍ଜିନରେ ଅଧିକ ବୋଲି ଜଣାପଡିଛି। ସମସ୍ତେ ଜାଣିଛନ୍ତି ପ୍ରଣାଳୀ ଏବଂ ବିଶ୍ୱର ଅନ୍ୟ ଆଥଲେଟମାନେ ମଧ୍ୟ ଏଠାରେ ଉପସ୍ଥିତ ଅଛନ୍ତି, ଏପରି ପରିସ୍ଥିତିରେ ଜଣେ ଆଥଲେଟଙ୍କ ସଠିକ ଓଜନ ନ ଥିଲେ ମଧ୍ୟ କୁସ୍ତି କରିବାକୁ ଅନୁମତି ଦିଆଯାଇପାରିବ ନାହିଁ।

ୟୁଡବ୍ଲ୍ୟୁଡବ୍ଲ୍ୟୁ ସଭାପତି ନେନାଡ ଲାଲୋଭିଚଙ୍କୁ ମଧ୍ୟ ଭିନେଶ ଫୋଗଟଙ୍କୁ ରୌପ୍ୟ ପଦକ ଦେବା ସମ୍ଭବ କି ବୋଲି ପଚରାଯାଇଥିଲା। ଏହା ଉପରେ ସେ କହିଛନ୍ତି, ସେମାନଙ୍କୁ ରୌପ୍ୟ ପଦକ ଦେବା ସମ୍ଭବ ନୁହେଁ। କାରଣ ଏହି ସବୁ ନିୟମ ଅନୁଯାୟୀ ଘଟୁଛି। ସମସ୍ତ ଆଥଲେଟ ଯେଉଁମାନେ ଆଗକୁ ଲଢିବାକୁ ଯାଉଛନ୍ତି, ସେମାନେ ସମସ୍ତେ ଜାଣନ୍ତି ଯେ ଏହା ପୂର୍ବରୁ ମ୍ୟାଚ ସେମାନଙ୍କୁ ଓଜନ ପ୍ରକ୍ରିୟା ଦେଇ ଗତି କରିବାକୁ ପଡିବ।

The post ଭିନେଶଙ୍କୁ ମିଳିବ କି ପଦକ? ଆସିଲା ବଡ଼ ଅପଡେଟ୍‌ appeared first on Dharitri Odia News.