‘ଡେଣା ଆପଣଙ୍କର, ଆକାଶ କାହାର ନୁହେଁ...’, ଖଡେଗଙ୍କ ବୟାନ ପରେ ଶଶି ଥରୁରଙ୍କ ଜବାବ !
ନୂଆଦିଲ୍ଲୀ: ସାଂସଦ ଶଶି ଥରୁର ଲଗାତାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରି କଂଗ୍ରେସ ଭିତରେ ହିଁ ବିରୋଧର ଶିକାର ହୋଇଛନ୍ତି । ବୁଧବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ପାର୍ଟି ନେତା ତଥା ଥିରୁଅନନ୍ତପୁରରୁ ସାଂସଦ ଶଶି ଥରୁରଙ୍କ ଉପରେ ପରୋକ୍ଷରେ ଟାର୍ଗେଟ୍ କରିଥିଲେ । ଏହାର କିଛି ଘଣ୍ଟା ପରେ ହିଁ ସୋସିଆଲ୍ ମିଡିଆରେ ଥରୁର ଏକ ପୋଷ୍ଟ କରିଛନ୍ତି । ସେ ସେୟାର କରିଥିବା ପୋଷ୍ଟର ଅର୍ଥ ହେଉଛି, 'ଉଡ଼ିବା ପାଇଁ ଅନୁମତି ମାଗ ନାହିଁ, ଡେଣା ଆପଣଙ୍କ ଓ ଆକାଶ କାହାର ନୁହେଁ ।'pic.twitter.com/dNkwZb721E— Shashi Tharoor (@ShashiTharoor) June 25, 2025ଶଶି ଥରୁରଙ୍କ ଏହି ପୋଷ୍ଟକୁ ପାର୍ଟି ପ୍ରତି ତାଙ୍କ ଅସନ୍ତୋଷ ରୂପେ ଦେଖାଯାଉଛି । ଶଶିଙ୍କ ଏହି ଟିପ୍ପଣୀ ଏପରି ସମୟରେ ଆସିଛି, ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଶଂସାକୁ ନେଇ ଦଳ ଭିତରେ ତାଙ୍କ ଉପରେ ପ୍ରଶ୍ନବାଣ କରାଯାଉଛି । ଉଲ୍ଲେଖଯୋଗ୍ୟ ଯେ ଅପରେସନ ସିନ୍ଦୂର ପରେ ଭାରତର ବିଦେଶ ନୀତିକୁ ନେଇ ଶଶି ଥରୁର ଲଗାତାର ମୋଦୀ ସରକାରଙ୍କୁ ପ୍ରଶଂସା କରିଆସିଛନ୍ତି । ଏପରି କି ନିଜ ଆଲେଖ୍ୟ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭାରତର ପ୍ରମୁଖ ସମ୍ପତ୍ତି (ପ୍ରାଇମ୍ ଆସେଟ୍) ଦର୍ଶାଇଥିଲେ ।କଂଗ୍ରେସ ଅଧ୍ୟକ୍ଷ କହିଥିଲେ, ଶଶି ଥରୁରଙ୍କ ଭାଷା ଦକ୍ଷତା ଭଲ, ତେଣୁ ତାଙ୍କୁ କଂଗ୍ରେସ ୱାର୍କିଂ କମିଟିରେ ରଖାଯାଇଛି । କିନ୍ତୁ ଯେତେବେଳେ ମ
ନୂଆଦିଲ୍ଲୀ: ସାଂସଦ ଶଶି ଥରୁର ଲଗାତାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରି କଂଗ୍ରେସ ଭିତରେ ହିଁ ବିରୋଧର ଶିକାର ହୋଇଛନ୍ତି । ବୁଧବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ପାର୍ଟି ନେତା ତଥା ଥିରୁଅନନ୍ତପୁରରୁ ସାଂସଦ ଶଶି ଥରୁରଙ୍କ ଉପରେ ପରୋକ୍ଷରେ ଟାର୍ଗେଟ୍ କରିଥିଲେ । ଏହାର କିଛି ଘଣ୍ଟା ପରେ ହିଁ ସୋସିଆଲ୍ ମିଡିଆରେ ଥରୁର ଏକ ପୋଷ୍ଟ କରିଛନ୍ତି । ସେ ସେୟାର କରିଥିବା ପୋଷ୍ଟର ଅର୍ଥ ହେଉଛି, 'ଉଡ଼ିବା ପାଇଁ ଅନୁମତି ମାଗ ନାହିଁ, ଡେଣା ଆପଣଙ୍କ ଓ ଆକାଶ କାହାର ନୁହେଁ ।'
pic.twitter.com/dNkwZb721E— Shashi Tharoor (@ShashiTharoor) June 25, 2025
ଶଶି ଥରୁରଙ୍କ ଏହି ପୋଷ୍ଟକୁ ପାର୍ଟି ପ୍ରତି ତାଙ୍କ ଅସନ୍ତୋଷ ରୂପେ ଦେଖାଯାଉଛି । ଶଶିଙ୍କ ଏହି ଟିପ୍ପଣୀ ଏପରି ସମୟରେ ଆସିଛି, ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଶଂସାକୁ ନେଇ ଦଳ ଭିତରେ ତାଙ୍କ ଉପରେ ପ୍ରଶ୍ନବାଣ କରାଯାଉଛି । ଉଲ୍ଲେଖଯୋଗ୍ୟ ଯେ ଅପରେସନ ସିନ୍ଦୂର ପରେ ଭାରତର ବିଦେଶ ନୀତିକୁ ନେଇ ଶଶି ଥରୁର ଲଗାତାର ମୋଦୀ ସରକାରଙ୍କୁ ପ୍ରଶଂସା କରିଆସିଛନ୍ତି । ଏପରି କି ନିଜ ଆଲେଖ୍ୟ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭାରତର ପ୍ରମୁଖ ସମ୍ପତ୍ତି (ପ୍ରାଇମ୍ ଆସେଟ୍) ଦର୍ଶାଇଥିଲେ ।
କଂଗ୍ରେସ ଅଧ୍ୟକ୍ଷ କହିଥିଲେ, ଶଶି ଥରୁରଙ୍କ ଭାଷା ଦକ୍ଷତା ଭଲ, ତେଣୁ ତାଙ୍କୁ କଂଗ୍ରେସ ୱାର୍କିଂ କମିଟିରେ ରଖାଯାଇଛି । କିନ୍ତୁ ଯେତେବେଳେ ମୁଁ ଗୁଲବର୍ଗାରେ କହିଥିଲି ଯେ ଆମେ ଏକ ସ୍ୱରରେ କହୁଛୁ, ଦେଶ ପାଇଁ ଠିଆ ହେଉଛୁ, ଅପରେସନ ସିନ୍ଦୁରରେ ସମସ୍ତେ ଏକ, ସେତେବେଳେ କିଛି ଲୋକ କହୁଛନ୍ତି ଯେ ପ୍ରଥମେ ମୋଦି, ପରେ ଦେଶ । ଏବେ ଆମେ କଣ କରିବୁ ? ଶଶି ଥରୁରଙ୍କ ପୋଷ୍ଟ ମଲ୍ଲିକାର୍ଜୁନ ଖଡ଼ଗେ ଓ କଂଗ୍ରେସ ନେତୃତ୍ୱଙ୍କୁ ଜବାବ ରୂପେ ଦେଖାଯାଉଛି । ସେ ତାଙ୍କ ମତ ରଖିବା ପାଇଁ କାହାର ଅନୁମତିକୁ ଚାହୁଁନାହାନ୍ତି । କୌଣସି ବି ଚାପରେ ନଇଁବାକୁ ପ୍ରସ୍ତୁତ ନଥିବା ସନ୍ଦେଶ ଦେଇଛନ୍ତି ।