ଡେବ୍ରିଗଡ଼ ଅଭୟାରଣ୍ୟରେ ବିରଳ ବଣୁଆ କୁକୁର
ସମ୍ବଲପୁର,୧୨ା୮(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଡେବ୍ରିଗଡ଼ ଅଭୟାରଣ୍ୟରେ ଦେଖିବାକୁ ମିଳିଛି ବିରଳ ବଣୁଆ କୁକୁର। ଏହି ବିରଳ ପ୍ରଜାତିର କୁକୁରକୁ ପ୍ରଥମ ଥର ପାଇଁ ଗତ ଅଗଷ୍ଟ ୧୦ ତାରିଖରେ କେତେଜଣ ପର୍ଯ୍ୟଟକ ଅଭୟାରଣ୍ୟର ସଫାରି ଜୋନରେ ଦେଖିବାକୁ ପାଇଥିଲେ। ଉକ୍ତ ବଣୁଆ କୁକୁରର ଗତିବିଧିକୁ ସେମାନେ ନିଜ ମୋବାଇଲରେ ଭିଡିଓ ରେକର୍ଡିଂ ମଧ୍ୟ କରିଥିଲେ। ପର୍ଯ୍ୟଟକଙ୍କୁ ନେଇ ଅଭୟାରଣ୍ୟ ମଧ୍ୟକୁ ଯାଇଥିବା ଗାଡ଼ି ଚାଳକ ତଥା ଗାଇଡ ସୁବୋଧ ଭୁଏ କହିଛନ୍ତି, ଏହି ବଣୁଆ କୁକୁର ବର୍ତ୍ତମାନ […] The post ଡେବ୍ରିଗଡ଼ ଅଭୟାରଣ୍ୟରେ ବିରଳ ବଣୁଆ କୁକୁର appeared first on Dharitri Odia News.
ସମ୍ବଲପୁର,୧୨ା୮(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଡେବ୍ରିଗଡ଼ ଅଭୟାରଣ୍ୟରେ ଦେଖିବାକୁ ମିଳିଛି ବିରଳ ବଣୁଆ କୁକୁର। ଏହି ବିରଳ ପ୍ରଜାତିର କୁକୁରକୁ ପ୍ରଥମ ଥର ପାଇଁ ଗତ ଅଗଷ୍ଟ ୧୦ ତାରିଖରେ କେତେଜଣ ପର୍ଯ୍ୟଟକ ଅଭୟାରଣ୍ୟର ସଫାରି ଜୋନରେ ଦେଖିବାକୁ ପାଇଥିଲେ। ଉକ୍ତ ବଣୁଆ କୁକୁରର ଗତିବିଧିକୁ ସେମାନେ ନିଜ ମୋବାଇଲରେ ଭିଡିଓ ରେକର୍ଡିଂ ମଧ୍ୟ କରିଥିଲେ। ପର୍ଯ୍ୟଟକଙ୍କୁ ନେଇ ଅଭୟାରଣ୍ୟ ମଧ୍ୟକୁ ଯାଇଥିବା ଗାଡ଼ି ଚାଳକ ତଥା ଗାଇଡ ସୁବୋଧ ଭୁଏ କହିଛନ୍ତି, ଏହି ବଣୁଆ କୁକୁର ବର୍ତ୍ତମାନ ବିଲୁପ୍ତପ୍ରାୟ। ମାତ୍ର ଡେବ୍ରିଗଡ଼ ଅଭୟାରଣ୍ୟରେ ଏହାର ଅବସ୍ଥିତି ଏକ ଶୁଭ ସଙ୍କେତ। ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଅଂଶୁପ୍ରଜ୍ଞା ଦାସ କହିଛନ୍ତି ଯେ, ବିଲୁପ୍ତପ୍ରାୟ ବଣୁଆ କୁକୁର ଓଡ଼ିଶା ଓ ଭାରତର କେତେକ ଅଞ୍ଚଳରେ କ୍ୱଚିତ୍ ଦେଖାଯାଆନ୍ତି। ପୂର୍ବରୁ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାର ଶିମିଳିପାଳର କୁଲଡିହା ଅଭୟାରଣ୍ୟରେ ବହୁଳ ଭାବେ ଏହି ପ୍ରଜାତିର କୁକୁରଙ୍କୁ ଦେଖିବାକୁ ମିଳୁଥିଲା। ସମ୍ବଲପୁର ଓ ବରଗଡ଼ ଜିଲାର ସୀମାରେ ଥିବା ଡେବ୍ରିଗଡ଼ ଅଭୟାରଣ୍ୟରେ ମଧ୍ୟ ବିଗତ ୭ରୁ ୮ ବର୍ଷ ତଳେ ଏହି ପ୍ରଜାତିର କୁକୁରଙ୍କୁ ଦେଖିବାକୁ ମିଳିଥିଲା। ଏହାର ଦୀର୍ଘଦିନ ପରେ ଗତ ୨୦୨୩ ମସିହାରେ ଡେବ୍ରିଗଡ଼ ଅଭୟାରଣ୍ୟରେ ଏହି ବିରଳ ପ୍ରଜାତିର କୁକୁର ଠାବ କରାଯାଇଥିଲା, ଯାହା ଅଭୟାରଣ୍ୟ ମଧ୍ୟରେ ଲାଗିଥିବା ସିସି କ୍ୟାମେରାରେ ରେକର୍ଡ଼ ହୋଇଥିଲା। ମାତ୍ର ସଫାରି ଜୋନରେ ବଣୁଆ କୁକୁର ଦେଖାଯିବା ପ୍ରଥମ ଘଟଣା ବୋଲି କହିଛନ୍ତି ଡିଏଫ୍ଓ ଦାସ।
The post ଡେବ୍ରିଗଡ଼ ଅଭୟାରଣ୍ୟରେ ବିରଳ ବଣୁଆ କୁକୁର appeared first on Dharitri Odia News.