ପଶ୍ଚିମବଙ୍ଗ ଟ୍ରେନ୍ ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ନବୀନ, ସୋସିଆଲ ମିଡିଆରେ ଲେଖିଲେ…
ଭୁବନେଶ୍ୱର,୧୭ା୬: ସୋମବାର ସକାଳେ ପଶ୍ଚିମବଙ୍ଗରେ ଏକ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ଘଟିଛି। ଜଲପାଇଗୁଡ଼ିରେ କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ଏକ ମାଲ୍ବାହୀ ଟ୍ରେନ୍ ପଛରୁ ଧକ୍କା ଦେବାରୁ କାଞ୍ଚନଜଙ୍ଗା ଏକ୍ସପ୍ରେସ୍ର କିଛି ବଗି ଲାଇନ୍ଚ୍ୟୁତ ହୋଇଥିବା ବେଳେ ୫ ଜଣଙ୍କର ମୃତ୍ୟୁ ଘଟିଛି। ଅନେକ ଆହତ ହୋଇଛନ୍ତି। ଏହି ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଏନେଇ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ନବୀନ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ ‘ଏକ୍ସ’ରେ […] The post ପଶ୍ଚିମବଙ୍ଗ ଟ୍ରେନ୍ ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ନବୀନ, ସୋସିଆଲ ମିଡିଆରେ ଲେଖିଲେ… appeared first on Dharitri Odia News.
ଭୁବନେଶ୍ୱର,୧୭ା୬: ସୋମବାର ସକାଳେ ପଶ୍ଚିମବଙ୍ଗରେ ଏକ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ଘଟିଛି। ଜଲପାଇଗୁଡ଼ିରେ କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ଏକ ମାଲ୍ବାହୀ ଟ୍ରେନ୍ ପଛରୁ ଧକ୍କା ଦେବାରୁ କାଞ୍ଚନଜଙ୍ଗା ଏକ୍ସପ୍ରେସ୍ର କିଛି ବଗି ଲାଇନ୍ଚ୍ୟୁତ ହୋଇଥିବା ବେଳେ ୫ ଜଣଙ୍କର ମୃତ୍ୟୁ ଘଟିଛି। ଅନେକ ଆହତ ହୋଇଛନ୍ତି। ଏହି ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଏନେଇ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି।
ନବୀନ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ ‘ଏକ୍ସ’ରେ ଲେଖିଛନ୍ତି, ଓ୍ବେଷ୍ଟବେଙ୍ଗଲରେ କାଞ୍ଚନଜଙ୍ଗା ଏକ୍ସପ୍ରେସ ଦୁର୍ଘଟଣାରେ ୫ ଜଣ ଲୋକ ପ୍ରାଣ ହରାଇବା ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ। ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଇବା ସହ ଯେଉଁମାନେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ସେମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି।
The post ପଶ୍ଚିମବଙ୍ଗ ଟ୍ରେନ୍ ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ନବୀନ, ସୋସିଆଲ ମିଡିଆରେ ଲେଖିଲେ… appeared first on Dharitri Odia News.