ଡେଭିଡ ଓ୍ବାର୍ନରଙ୍କ ବଡ଼ ଘୋଷଣା : ଭାରତକୁ ହରାଇବାକୁ କରିପାରନ୍ତି ୟୁଟର୍ନ

ନୂଆଦିଲ୍ଲୀ : ଆଗକୁ ଅଛି ବର୍ଡର-ଗାଭାସ୍କର ଟ୍ରଫି ମହାଲଢେଇ। ଏଥର ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ... The post ଡେଭିଡ ଓ୍ବାର୍ନରଙ୍କ ବଡ଼ ଘୋଷଣା : ଭାରତକୁ ହରାଇବାକୁ କରିପାରନ୍ତି ୟୁଟର୍ନ appeared first on .

ଡେଭିଡ ଓ୍ବାର୍ନରଙ୍କ ବଡ଼ ଘୋଷଣା : ଭାରତକୁ ହରାଇବାକୁ କରିପାରନ୍ତି ୟୁଟର୍ନ

ନୂଆଦିଲ୍ଲୀ : ଆଗକୁ ଅଛି ବର୍ଡର-ଗାଭାସ୍କର ଟ୍ରଫି ମହାଲଢେଇ। ଏଥର ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ହେବ କଡ଼ା ଟକ୍କର । ମ୍ୟାଚ୍ ପୂର୍ବରୁ ବଡ଼ ଘୋଷଣା କରିଛନ୍ତି ଅଷ୍ଟ୍ରେଲିଆର ଅବସରରେ ଥିବା ଖେଳାଳି ଡେଭିଡ ଓ୍ବାର୍ନର । ସେ କହିଛନ୍ତି ଭାରତକୁ ହରାଇବା ପାଇଁ ସେ ସନ୍ନ୍ୟାସରୁ ନେଇପାରନ୍ତି ୟୁ-ଟର୍ନ ।

୧୦ ବର୍ଷ ଧରି ପରାଜିତ ହୋଇ ଆସୁଥିବାରୁ ଏହି ସିରିଜରେ ଅଷ୍ଟ୍ରେଲିଆ ଜିତିବା ଲାଗି ଆଶା ବାନ୍ଧିଛି। ଏହାକୁ ନେଇ ପ୍ୟାଟ କମିନ୍ସଙ୍କ ସମେତ ଟିମର ଅନ୍ୟ ଖେଳାଳିମାନେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏସବୁ ମଧ୍ୟରେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିବା ଡେଭିଡ ଓ୍ବାର୍ନର ଭାରତକୁ ହରାଇବା ନିମନ୍ତେ ବଡ଼ ଘୋଷଣା କରିଛନ୍ତି। ଯଦି ଭାରତକୁ ହରାଇବା ଲାଗି ତାଙ୍କର ଆବଶ୍ୟକତା ପଡେ ତେବେ ସେ ସନ୍ନ୍ୟାସରୁ ଓହରି ପୁଣି ଖେଳିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ।

ଅନ୍ୟପଟେ ଲଗାତାର ୪ ଥର ବର୍ଡର ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆକୁ ହରାଇଛି ଭାରତ। ଏହି ସମୟରେ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆକୁ ୨ ଥର ଏବଂ ଆଉ ୨ ଥର ଘରୋଇ ମାଟିରେ ହରାଇଛି। ଏହି ପରାଜୟକୁ ନେଇ ପୁରା ଟିମ୍‌ ଜୋର ଲଗାଉଛନ୍ତି। ଟେଷ୍ଟ ଟିମ୍‌ ଅଧିନାୟକ କମିନ୍ସ ଭାରତକୁ ହରାଇବା ଲାଗି କଳ-ବଳ- କୌଶଳ ଆପଣାଇବାକୁ ଚାହୁଁଛନ୍ତି। ଏହାରି ମଧ୍ୟରେ ସେମାନଙ୍କ ଚିନ୍ତା ଦୂର କରିବା ଲାଗି ପୋଡକାଷ୍ଟ ଜରିଆରେ ଓ୍ବାର୍ନର ଏକ ବଡ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି, ଗୋଟିଏ କଲ୍‌ରେ ସେ ସିରିଜ ଖେଳିବାକୁ ଉପଲବ୍ଧ ହୋଇଯିବେ ।

ନଭେମ୍ବର ୨୨ରେ ଖେଳାଯିବାକୁ ଥିବା ଏହି ସିରିଜ ପୂର୍ବରୁ ଓ୍ବାର୍ନର କହିଛନ୍ତି, ଅଷ୍ଟ୍ରେଲିଆ ଟିମ୍‌ ଫେବୃଆରୀ ପରେ କେବଳ ଗୋଟିଏ ଟେଷ୍ଟ ଖେଳିଛି। ଅର୍ଥାତ ମୋର ପ୍ରସ୍ତୁତି ତାଙ୍କ ଭଳି ରହିଛି। ଯଦି ବାସ୍ତବରେ ଏହି ସିରିଜ ଲାଗି ମୋର ଆବଶ୍ୟକତା ରହିଛି ତେବେ ମୁଁ ପ୍ରସ୍ତୁତି ଆରମ୍ଭ କରିଦେବି। ଉଚିତ କାରଣ ଯୋଗୁ ସନ୍ନ୍ୟାସ ନେଇଛି। ଏବେ ଏହାକୁ ଶେଷ କରିବାକୁ ଚାହୁଁଛି। ଯଦି ସେମାନଙ୍କୁ କାହାର ଆବଶ୍ୟକତା ଥିବ ତେବେ ମୁଁ ପ୍ରସ୍ତୁତ। ପଛକୁ ହଟିବି ନାହିଁ ବୋଲି ସେ କହିଛନ୍ତି। ତେବେ ସେ ଚଳିତ ବର୍ଷ ଜାନୁଆରୀରେ ପାକିସ୍ତାନ ବିପକ୍ଷରେ ଅନ୍ତିମ ମ୍ୟାଚ୍‌ ଖେଳି ଅବସର ଘୋଷଣା କରିଥିଲେ।

The post ଡେଭିଡ ଓ୍ବାର୍ନରଙ୍କ ବଡ଼ ଘୋଷଣା : ଭାରତକୁ ହରାଇବାକୁ କରିପାରନ୍ତି ୟୁଟର୍ନ appeared first on .