Milkipur by-election: ଏସ୍ପିକୁ ହରାଇଲା ଭାଜପା
ଅଯୋଧ୍ୟା, ୯।୨: ଉତ୍ତରପ୍ରଦେଶର ମିଲ୍କିପୁର ଉପନିର୍ବାଚନରେ ସମାଜବାଦୀ ପାର୍ଟି (ଏସ୍ପି)କୁ ଶକ୍ତ ଧକ୍କା ଲାଗିଛି। ନିର୍ବାଚନରେ ଫୈଜାବାଦର ଏସ୍ପି ଏମ୍ପି ଅଓ୍ବଧେଶ ପ୍ରସାଦଙ୍କ ପୁଅ ଅଜିତ ପ୍ରସାଦ ପରାସ୍ତ ହୋଇଛନ୍ତି। ଭାଜପା ପ୍ରାର୍ଥୀ ଚନ୍ଦ୍ରଭାନୁ ପାଶ୍ୱାନ ତାଙ୍କ ନିକଟତମ ପ୍ରାର୍ଥୀ ଅଜିତଙ୍କୁ ୬୧,୬୭୦ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ପାଶ୍ୱାନଙ୍କୁ ୧,୪୭, ୩୯୭ ଭୋଟ ମିଳିଥିବାବେଳେ ଅଜିତଙ୍କୁ ୮୪,୬୮୭ ଭୋଟ ମିଳିଛି। ମିଲ୍କିପୁରର ପୂର୍ବତନ ବିଧାୟକ ଅଓ୍ବଧେଶ ପ୍ରସାଦ ୨୦୨୪ ଲୋକ ସଭା ନିର୍ବାଚନରେ ଫୈଜାବାଦରୁ ଏମ୍ପି […] The post Milkipur by-election: ଏସ୍ପିକୁ ହରାଇଲା ଭାଜପା appeared first on Dharitri Odia News.
ଅଯୋଧ୍ୟା, ୯।୨: ଉତ୍ତରପ୍ରଦେଶର ମିଲ୍କିପୁର ଉପନିର୍ବାଚନରେ ସମାଜବାଦୀ ପାର୍ଟି (ଏସ୍ପି)କୁ ଶକ୍ତ ଧକ୍କା ଲାଗିଛି। ନିର୍ବାଚନରେ ଫୈଜାବାଦର ଏସ୍ପି ଏମ୍ପି ଅଓ୍ବଧେଶ ପ୍ରସାଦଙ୍କ ପୁଅ ଅଜିତ ପ୍ରସାଦ ପରାସ୍ତ ହୋଇଛନ୍ତି। ଭାଜପା ପ୍ରାର୍ଥୀ ଚନ୍ଦ୍ରଭାନୁ ପାଶ୍ୱାନ ତାଙ୍କ ନିକଟତମ ପ୍ରାର୍ଥୀ ଅଜିତଙ୍କୁ ୬୧,୬୭୦ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ପାଶ୍ୱାନଙ୍କୁ ୧,୪୭, ୩୯୭ ଭୋଟ ମିଳିଥିବାବେଳେ ଅଜିତଙ୍କୁ ୮୪,୬୮୭ ଭୋଟ ମିଳିଛି। ମିଲ୍କିପୁରର ପୂର୍ବତନ ବିଧାୟକ ଅଓ୍ବଧେଶ ପ୍ରସାଦ ୨୦୨୪ ଲୋକ ସଭା ନିର୍ବାଚନରେ ଫୈଜାବାଦରୁ ଏମ୍ପି ଭାବେ ନିର୍ବାଚିତ ହେବା ପରେ ଏହି ଆସନ ଖାଲି ପଡ଼ିଥିଲା। ତେବେ ଏହି ଉପ ନିର୍ବାଚନରେ ବିଏସ୍ପି ପକ୍ଷରୁ ପ୍ରାର୍ଥୀ ଦିଆଯାଇ ନ ଥିଲା। ସେହିପରି ତାମିଲନାଡ଼ୁର ଇରୋଡ୍ ଇଷ୍ଟ ବିଧାନସଭା ଉପନିର୍ବାଚନରେ ଶାସକ ଡିଏମ୍କେକୁ ସଫଳତା ମିଳିଛି। ଡିଏମ୍କେର ଭି.ସି. ଚନ୍ଦିରାକୁମାର ନିଜର ନିକଟତମ ପ୍ରତିନ୍ଦ୍ୱନ୍ଦ୍ୱୀ ‘ନାମ୍ ତାମିଲାର କାଟ୍ଚି(ଏନଟି୍କେ)’ର ସୀତାଲକ୍ଷ୍ମୀଙ୍କୁ ୯୧,୫୫୮ ଭୋଟରେ ପରାସ୍ତ କରିଛନ୍ତି। ଚନ୍ଦିରାକୁମାରଙ୍କୁ ୧,୧୫,୭୦୯ ଭୋଟ ମିଳିଥିବାବେଳେ ସୀତାଲକ୍ଷ୍ମୀଙ୍କୁ ୨୪,୧୫୧ ଭୋଟ ମିଳିଛି। ମାତ୍ର ୮୯୦ ଭୋଟ ପାଇ ଭାଜପା ଏହି ଉପନିର୍ବାଚନରେ ଚତୁର୍ଥ ସ୍ଥାନରେ ରହିଛି। କଂଗ୍ରେସର ପୂର୍ବତନ ବିଧାୟକ ଇ.ଭି.କେ.ଏସ୍.ଏଲ୍ଗୋଭନ୍ଙ୍କ ମୃତ୍ୟୁ ପରେ ଏହି ଆସନ ଖାଲି ପଡ଼ିଥିଲା।
The post Milkipur by-election: ଏସ୍ପିକୁ ହରାଇଲା ଭାଜପା appeared first on Dharitri Odia News.