ଡେଭିଡ୍ ବେଦାନ୍ତ କୋଲ୍ ମାଇନ୍ସର ନୂଆ ସିଇଓ
ନୂଆଦିଲ୍ଲୀ,୧୧।୯ (ଅଭୟ ଦାଶ): ଭାରତର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମର ପ୍ରମୁଖ ୟୁନିଟ୍ ବେଦାନ୍ତ କୋଲ୍ ମାଇନ୍ସର ନୂଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ଡେଭିଡ୍ ଷ୍ଟୋନ୍ଙ୍କୁ ନିଯୁକ୍ତ କରାଯାଇଛି। ଏପରିକି ସେ କମ୍ପାନୀର ସମଗ୍ର କୋଇଲା ଖନନ କାର୍ଯ୍ୟର ତଦାରଖ କରିବା ସହ ରଣନୀତି ପ୍ରସ୍ତୁତ ତଥା ଦକ୍ଷତା ଅପ୍ଟିମାଇଜ୍ କରିବା ପାଇଁ ଟେକ୍ନୋଲୋଜି ଏବଂ ନବସୃଜନର ବ୍ୟବହାର କରିବେ। ସେହିଭଳି କମ୍ପାନୀର ଓଡ଼ିଶାସ୍ଥିତ ଝାରସୁଗୁଡ଼ାଠାରେ ଅବସ୍ଥିତ ବେଦାନ୍ତ ଆଲୁମିନିୟମର ତାପଜ ବିଦ୍ୟୁତ୍ […] The post ଡେଭିଡ୍ ବେଦାନ୍ତ କୋଲ୍ ମାଇନ୍ସର ନୂଆ ସିଇଓ appeared first on Dharitri Odia News.
ନୂଆଦିଲ୍ଲୀ,୧୧।୯ (ଅଭୟ ଦାଶ): ଭାରତର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମର ପ୍ରମୁଖ ୟୁନିଟ୍ ବେଦାନ୍ତ କୋଲ୍ ମାଇନ୍ସର ନୂଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ଡେଭିଡ୍ ଷ୍ଟୋନ୍ଙ୍କୁ ନିଯୁକ୍ତ କରାଯାଇଛି। ଏପରିକି ସେ କମ୍ପାନୀର ସମଗ୍ର କୋଇଲା ଖନନ କାର୍ଯ୍ୟର ତଦାରଖ କରିବା ସହ ରଣନୀତି ପ୍ରସ୍ତୁତ ତଥା ଦକ୍ଷତା ଅପ୍ଟିମାଇଜ୍ କରିବା ପାଇଁ ଟେକ୍ନୋଲୋଜି ଏବଂ ନବସୃଜନର ବ୍ୟବହାର କରିବେ। ସେହିଭଳି କମ୍ପାନୀର ଓଡ଼ିଶାସ୍ଥିତ ଝାରସୁଗୁଡ଼ାଠାରେ ଅବସ୍ଥିତ ବେଦାନ୍ତ ଆଲୁମିନିୟମର ତାପଜ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ଏବଂ ଛତିଶଗଡ଼ସ୍ଥିତ କୋର୍ବାଠାରେ ଥିବା ଉତ୍ସ ଦକ୍ଷତାକୁ ଅପ୍ଟିମାଇଜ୍ କରିବା ପାଇଁ ଡେଭିଡ୍ଙ୍କର ପାରଦର୍ଶିତା ବେଶ୍ ଗୁରୁତ୍ୱପୂର୍ଣ୍ଣ ହେବା ସହ ସ୍ଥାୟୀ ଖଣି ଅଭ୍ୟାସ ଉପରେ ମଧ୍ୟ ସେ ତୀକ୍ଷଣ ଧ୍ୟାନ ରଖିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ସେହିପରି କମ୍ପାନୀ ଅଧୀନରେ ୫ଟି ଅପରେଟିଂ କୋଇଲା ଖଣି ଜାମକାନି, କୁରାଲୋଇ, ରାଧିକାପୁର, ଘୋଗରାପାଲୀ ଏବଂ ବାରା ଥିଲାବେଳେ ଯାହାର ମିଳିତ କ୍ଷମତା ବାର୍ଷିକ ୪୦ ନିୟୁତ ଟନ୍ (ଏମ୍ଟିପିଏ) ରହିଛି। ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ସିଇଓ ଜନ୍ ସ୍ଲାଭେନ୍ କହିଛନ୍ତି,ଡେଭିଡ୍ଙ୍କୁ ଆମେ ବେଦାନ୍ତ ଆଲୁମିନିୟମ ପରିବାରକୁ ସ୍ବାଗତକରି ବେଶ୍ ଉତ୍ସାହିତ ଅଛୁ। ଏପରିକି ଆମର ପ୍ରମାଣିତ ଟ୍ରାକ୍ ରେକର୍ଡ ତାଙ୍କୁ କମ୍ପାନୀର ଖଣି କାର୍ଯ୍ୟ ଚଳାଇବା ସହ କଞ୍ଚାମାଲକୁ ସୁରକ୍ଷିତ ରଖିବା ଏବଂ ଆମର ବ୍ୟବସାୟ ପାଇଁ ଉତ୍ପାଦନ ମୂଲ୍ୟ ହ୍ରାସ କରିବା ପାଇଁ ଏକ ପଛୁଆ ଏକୀକରଣକୁ ସୁନିଶ୍ଚିତ କରିଥାଏ।
The post ଡେଭିଡ୍ ବେଦାନ୍ତ କୋଲ୍ ମାଇନ୍ସର ନୂଆ ସିଇଓ appeared first on Dharitri Odia News.