ଡେମୋ ଦେଖାଇଲେ ବାଘ ମାଂସ ଖାଇଥିବା ଶିକାରୀ, ଘଟଣାର ସିନ୍ ରିକ୍ରିଏସନ କଲା ବନବିଭାଗ

ନୂଆପଡ଼ା : କେମିତି ଶିକାର କଲେ, କେମିତି ଭୋଜି କରି ଖାଇଲେ ବାଘ ମାଂସ ? ଡେମୋ ଦେଖାଇଲେ ଶିକାରୀ। ନୂଆପଡ଼ାରେ କଲରାପତରିଆ ଶିକାର ପରେ ମାଂସ ଭୋଜି ଖାଇବା ଘଟଣାରେ ସିନ୍ ରିକ୍ରିଏସନ କରିଛି ବନବିଭାଗ । ଜଣେ ଶିକାରୀକୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ କରାଯାଇଛି ।  ଅଧିକ ପ୍ରମାଣ ତଥ୍ୟ ସଂଗ୍ରହ କରିବା ପାଇଁ ଖଡ଼ିଆଳ ବନବିଭାଗ ଏସିଏଫ ମହମ୍ମଦ ସାଲେହାଙ୍କ ନେତୃତ୍ୱରେ ବନବିଭାଗର ଏକ ଟିମ ଅଭିଯୁକ୍ତ ଜଣେ ଶିକାରୀଙ୍କୁ ନେଇ […] The post ଡେମୋ ଦେଖାଇଲେ ବାଘ ମାଂସ ଖାଇଥିବା ଶିକାରୀ, ଘଟଣାର ସିନ୍ ରିକ୍ରିଏସନ କଲା ବନବିଭାଗ appeared first on KNews Odisha.

ଡେମୋ ଦେଖାଇଲେ ବାଘ ମାଂସ ଖାଇଥିବା ଶିକାରୀ, ଘଟଣାର ସିନ୍ ରିକ୍ରିଏସନ କଲା ବନବିଭାଗ
tiger nuapada

ନୂଆପଡ଼ା : କେମିତି ଶିକାର କଲେ, କେମିତି ଭୋଜି କରି ଖାଇଲେ ବାଘ ମାଂସ ? ଡେମୋ ଦେଖାଇଲେ ଶିକାରୀ। ନୂଆପଡ଼ାରେ କଲରାପତରିଆ ଶିକାର ପରେ ମାଂସ ଭୋଜି ଖାଇବା ଘଟଣାରେ ସିନ୍ ରିକ୍ରିଏସନ କରିଛି ବନବିଭାଗ । ଜଣେ ଶିକାରୀକୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ କରାଯାଇଛି ।  ଅଧିକ ପ୍ରମାଣ ତଥ୍ୟ ସଂଗ୍ରହ କରିବା ପାଇଁ ଖଡ଼ିଆଳ ବନବିଭାଗ ଏସିଏଫ ମହମ୍ମଦ ସାଲେହାଙ୍କ ନେତୃତ୍ୱରେ ବନବିଭାଗର ଏକ ଟିମ ଅଭିଯୁକ୍ତ ଜଣେ ଶିକାରୀଙ୍କୁ ନେଇ କୋମନା ରେଞ୍ଜ ଦେଓଧରା ପାଟି ଜଙ୍ଗଲରେ ପହଂଚିଥିଲେ ।

ସେଠାରେ ଶିକାରୀ ଜଣକ ବାଘକୁ କିଭଳି ବିଦ୍ୟୁତ ତାର ଲଗାଇ ହତ୍ୟା କରିଥିଲେ ଏବଂ ପରେ ମାଂସକୁ ରୋଷେଇ କରି ଖାଇଥିଲେ ତାହା ଦେଖାଇଥିଲେ । ଘଟଣାସ୍ଥଳରୁ ବିଦ୍ୟୁତ୍ ତାର, ବାଘ ରକ୍ତ ଲାଗିଥିବା ପଥର ମଧ୍ୟ ଜବତ ହୋଇଛି । ଗତ ୧୬ରେ ଶିକାରୀମାନେ ବାରହା ଶିକାର ପାଇଁ ଫାଶ ବସାଇଥିଲେ । ସେହି ଫାଶରେ କଲରାପତରିଆ ବାଘର ମୃତ୍ୟୁ ହେବା ପରେ ତାକୁ ଖାଇଥିଲେ ସଂପୃକ୍ତ ଶିକାରୀ ।

ଘଟଣାରେ ସମ୍ପୃକ୍ତଥିବା ପୁସ୍ତମ ଚିନ୍ଦା ଓ ହୃଷିକେଶ ଚିନ୍ଦା ନାମକ ୨ ଜଣ ଶିକାରୀକୁ ବନବିଭାଗ ଗିରଫ କରିବାରେ ସଫଳ ହୋଇଛି ।  ଅନ୍ୟ ୨ଜଣ ଶିକାରୀ ଏବେବି ଫେରାର ଅଛନ୍ତି । ସେମାନଙ୍କୁ ଧରିବା ପାଇଁ ବନବିଭାଗ ପକ୍ଷରୁ ସ୍ୱତନ୍ତ୍ର ଟିମ ଗଠନ କରି ଜୋରଦାର ତନାଘନା ଜାରିରଖିଛି ।

The post ଡେମୋ ଦେଖାଇଲେ ବାଘ ମାଂସ ଖାଇଥିବା ଶିକାରୀ, ଘଟଣାର ସିନ୍ ରିକ୍ରିଏସନ କଲା ବନବିଭାଗ appeared first on KNews Odisha.