ଡୋପ୍ ପରୀକ୍ଷା ଲାଗି ନମୁନା ନଦେବାରୁ ବଜରଙ୍ଗ ପୁନିଆ ନିଲମ୍ବିତ
ନୂଆଦିଲ୍ଲୀ: ଡୋପ୍ ପରୀକ୍ଷଣ ଲାଗି ନମୁନା ଦେବାକୁ ମନା କରିବାରୁ ଜାତୀୟ ଡୋପିଂ ନିରୋଧୀ ସଂସ୍ଥାନ ବା ନାଡା ତାରକା ଭାରତୀୟ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ନିଲମ୍ବିତ କରିଛି। ଗତମାସ ୨୩ ତାରିଖରୁ ଏହି ନିଲମ୍ବନ ଆଦେଶ ଲାଗୁ କରାଯାଇଥିଲା ବେଳେ ଚଳିତ ମାସ ୭ ତାରିଖ ସୁଦ୍ଧା ଏହାର କାରଣ ସ୍ପଷ୍ଟ କରିବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜବାବ ନରଖିଲେ ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋତଲି ନାଡା ସ୍ପଷ୍ଟ କରିଛି। ଏସୀୟ ଅଲିମ୍ପିକ୍ସ […]

ନୂଆଦିଲ୍ଲୀ: ଡୋପ୍ ପରୀକ୍ଷଣ ଲାଗି ନମୁନା ଦେବାକୁ ମନା କରିବାରୁ ଜାତୀୟ ଡୋପିଂ ନିରୋଧୀ ସଂସ୍ଥାନ ବା ନାଡା ତାରକା ଭାରତୀୟ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ନିଲମ୍ବିତ କରିଛି। ଗତମାସ ୨୩ ତାରିଖରୁ ଏହି ନିଲମ୍ବନ ଆଦେଶ ଲାଗୁ କରାଯାଇଥିଲା ବେଳେ ଚଳିତ ମାସ ୭ ତାରିଖ ସୁଦ୍ଧା ଏହାର କାରଣ ସ୍ପଷ୍ଟ କରିବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜବାବ ନରଖିଲେ ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋତଲି ନାଡା ସ୍ପଷ୍ଟ କରିଛି। ଏସୀୟ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଲାଗି ଗତ ମାର୍ଚ୍ଚ ୧୦ ତାରିଖରେ ହରିୟାଣାର ସୋନେପତରେ ଆୟୋଜିତ ଚୟନ ଶିବିରରେ ବଜରଙ୍ଗ ନିଜ ଲଢ଼େଇ ହାରିଯାଇଥିଲେ। ଏହା ପରେ ଡୋପ୍ ପରୀକ୍ଷା ଲାଗି ନମୁନା ପ୍ରଦାନ ନକରି ଆୟୋଜନ ସ୍ଥଳରୁ ଚାଲିଯାଇଥିଲେ। ଫଳରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି କହିଛି ନାଡା। ଏହି ଅଭିଯୋଗକୁ ବଜରଙ୍ଗ କିନ୍ତୁ ଖଣ୍ଡନ କରିଛନ୍ତି। ନମୁନା ସଂଗ୍ରହ କରିବା ଲାଗି ପୁରୁଣା ଓ ସମୟ ଚାଲିଯାଇଥିବା କିଟ୍ ବ୍ୟବହାର କରିଥିବାରୁ ଏହାକୁ କେବଳ ବଦଳାଇବାକୁ ମୁଁ କହିଥିଲି। ମୋ ଓକିଲ ଏହି ଆଦେଶ ବିରୋଧରେ ଉତ୍ତର ରଖିବେ ବୋଛଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ସେ। ସେହିଭଳି ନାଡାର ଏଭଳି କାର୍ଯ୍ୟାନୁଷ୍ଠାନକୁ ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍ଆଇ) ସଭାପତି ସଂଜୟ ସିଂହ ମଧ୍ୟ ସମାଲୋଚନା କରିଛନ୍ତି।