ରାଜ୍ୟସଭା ନିର୍ବାଚନ: ହିମାଚଳ ପ୍ରଦେଶରେ କ୍ରସ୍ ଭୋଟିଂ , ବିଜୟ ଦାବି କଲା ବିଜେପି
ନୂଆଦିଲ୍ଲୀ: ତିନୋଟି ରାଜ୍ୟରେ ୧୫ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେଉଥିବା ବେଳେ କଂଗ୍ରେସ-ଶାସିତ ହିମାଚଳପ୍ରଦେଶରେ କ୍ରସ୍ ଭୋଟିଂ ହୋଇଥିବା ଜଣାପଡ଼ିଛି। ଉତ୍ତରପ୍ରଦେଶରେ ମଧ୍ୟ କ୍ରସ୍ ଭୋଟିଂ ହୋଇଛି। ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟିର ୭ ଜଣ ବିଧାୟକ ବିଜେପିକୁ ଭୋଟ୍ ଦେଇଥିବା ବେଳେ ହିମାଚଳପ୍ରଦେଶରେ ୬ ଜଣ କଂଗ୍ରେସ ବିଧାୟକ ଏବଂ ୩ ଜଣ ସ୍ବାଧୀନ ବିଧାୟକ ବିଜେପିକୁ ଭୋଟ୍ ଦେଇଛନ୍ତି। ଅପରପକ୍ଷେ କର୍ଣ୍ଣାଟକରେ କଂଗ୍ରେସ ତିନୋଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ଗୋଟିଏ ଆସନରେ […]

ନୂଆଦିଲ୍ଲୀ: ତିନୋଟି ରାଜ୍ୟରେ ୧୫ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେଉଥିବା ବେଳେ କଂଗ୍ରେସ-ଶାସିତ ହିମାଚଳପ୍ରଦେଶରେ କ୍ରସ୍ ଭୋଟିଂ ହୋଇଥିବା ଜଣାପଡ଼ିଛି। ଉତ୍ତରପ୍ରଦେଶରେ ମଧ୍ୟ କ୍ରସ୍ ଭୋଟିଂ ହୋଇଛି। ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟିର ୭ ଜଣ ବିଧାୟକ ବିଜେପିକୁ ଭୋଟ୍ ଦେଇଥିବା ବେଳେ ହିମାଚଳପ୍ରଦେଶରେ ୬ ଜଣ କଂଗ୍ରେସ ବିଧାୟକ ଏବଂ ୩ ଜଣ ସ୍ବାଧୀନ ବିଧାୟକ ବିଜେପିକୁ ଭୋଟ୍ ଦେଇଛନ୍ତି। ଅପରପକ୍ଷେ କର୍ଣ୍ଣାଟକରେ କଂଗ୍ରେସ ତିନୋଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ଗୋଟିଏ ଆସନରେ ଜିତିଛି। ହିମାଚଳ ପ୍ରଦେଶରେ କଂଗ୍ରେସ ୨୦୨୨ ନିର୍ବାଚନରେ ୬୮ଟି ଆସନରୁ ୪୦ଟି ଆସନରେ ବିଜୟୀ ହୋଇଥିଲା । ତିନି ଜଣ ସ୍ୱାଧୀନ ବିଧାୟକଙ୍କର ବି ଦଳ ପ୍ରତି ସମର୍ଥନ ରହିଛି ବୋଲି ଜଣାପଡ଼ୁଥିଲା। କିନ୍ତୁ ଏହା ସତ୍ତ୍ବେ ଏହାର ପ୍ରାର୍ଥୀ ଅଭିଷେକ ସିଂଘଭି ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଭାବେ ପରାଜୟର ସମ୍ମୁଖୀନ ହୋଇଛି। ପାହାଡ଼ିଆ ରାଜ୍ୟରେ ବିଜେପିର ମାତ୍ର ୨୫ ଜଣ ବିଧାୟକ ଅଛନ୍ତି, କିନ୍ତୁ ୬ ଜଣ କଂଗ୍ରେସ ନେତା ଏବଂ ତିନିଜଣ ସ୍ୱାଧୀନ ପ୍ରାର୍ଥୀଙ୍କ କ୍ରସ୍ ଭୋଟିଂରୁ ବିଜେପି ଲାଭବାନ ହୋଇଛି। ପୂର୍ବତନ କଂଗ୍ରେସ ବିଧାୟକ ହର୍ଷ ମହାଜନଙ୍କୁ ପ୍ରାର୍ଥୀ କରି ବିଜେପି କ୍ରସ୍ ଭୋଟିଂ ମାଧ୍ୟମରେ ବାଜି ମାରିଛି। ୟୁପିରେ ୧୦ଟି ରାଜ୍ୟସଭା ଆସନ ରହିଛି। ବିଜେପି ନିଜର ୨୫୨ଟି ଆସନ ଓ ସହଯୋଗୀ ଦଳର ୧୮ଟି ଆସନ ଭରସାରେ ୮ ଜଣଙ୍କୁ ପ୍ରାର୍ଥୀ କରିଛି। ୧୦୮ ବିଧାୟକ ଥିବା ଏସ୍ପି ୩ ଜଣଙ୍କୁ ପ୍ରାର୍ଥୀ କରିଛି। ବିଜେପି ପାଖରେ କେବଳ ୭ଟି ଆସନ ପୂରଣ ପାଇଁ ଭୋଟ୍ ଅଛି, କିନ୍ତୁ ଜୟନ୍ତ ଚୌଧୁରୀଙ୍କ ନେତୃତ୍ୱାଧୀନ ରାଷ୍ଟ୍ରୀୟ ଲୋକଦଳର ଭୋଟ୍ ଓ ସମାଜବାଦୀ ପାର୍ଟିର କ୍ରସ୍ ଭୋଟିଂ ମାଧ୍ୟମରେ ଏହା ୮ମ ଆସନଟି ବି ହାତେଇଛି।
ସପାର ୭ ଜଣ ବିଧାୟକ କ୍ରସ୍ ଭୋଟିଂ କରିଛନ୍ତି।