ଡୋନାଲ୍ଡ ଟ୍ରମ୍ପ ଓ ଜେଲେନସ୍କିଙ୍କ ଝଗଡ଼ା ପରେ ଦୁନିଆ ଏବେ ଦୁଇଫାଳ, ଜାଣନ୍ତୁ କାହା ପଟେ ଏବେ କେଉଁ ଦେଶ?

ନୂଆଦିଲ୍ଲୀ ୧।୩: ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉପରାଷ୍ଟ୍ରପତି ଜେ.ଡି.ଭେନ୍ସ ମଧ୍ୟରେ ଓଭାଲ ଅଫିସରେ ଉତ୍ତେଜନାପୂର୍ଣ୍ଣ ବଚସା ଏହା ପରେ ଗଣମାଧ୍ୟମରେ ସେମାନଙ୍କ ବୟାନ ସାରା ଦୁନିଆକୁ ଏବେ ଦୁଇ ଭାଗରେ ବାଣ୍ଟି ଦେଇଛି। ଟ୍ରମ୍ପଙ୍କ ସପକ୍ଷରେ ଏବେ ଋଷିଆ ଓ ହଙ୍ଗେରୀ ଥିବା ବେଳେ ଜେଲେନସ୍କିଙ୍କ ସପକ୍ଷରେ ନେବ୍ରାସ୍କା, ଫ୍ରାନ୍ସ, ସ୍ପେନ୍, ନରୱେ, ଲିଥୁଆନିୟା, ଜର୍ମାନୀ, ନେଦରଲ୍ୟାଣ୍ଡସ୍, କାନାଡା, ଅଷ୍ଟ୍ରେଲିଆ ଓ ବ୍ରିଟେନ ଆଦି ଦେଶ ବାହାରିଛନ୍ତି। ଏପରିକି ଆମେରିକୀୟ ସାଂସଦମାନେ ମଧ୍ୟ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ଏହି ଝଗଡ଼ା ପରେ ଜେଲେନସ୍କି ତାଙ୍କ ହ୍ୱାଇଟହାଉସ୍ ଯାତ୍ରା ସଂକ୍ଷିପ୍ତ କରି ଫେରିଯାଇଥିବା ବେଳେ  ଆମେରିକା-ୟୁକ୍ରେନ ସମ୍ପର୍କର ଭବିଷ୍ୟତକୁ ନେଇ ଚିନ୍ତା ବଢି ଯାଇଛି। ସିନେଟ୍ ଡେମୋକ୍ରାଟମାନେ ଟ୍ରମ୍ପ ଓ ଭେନ୍ସଙ୍କ ଋଷିଆ ରାଷ୍ଟ୍ରପତିଙ୍କ ଲାଗି କାମ କରୁଥିବାର ଅଭିଯୋଗ କରିଛନ୍ତି। ସଂଖ୍ୟାଲଘୁ ସିନେଟ ନେତା ଚକ୍ ସୁମର କହିଛନ୍ତି ଯେ ପୁଟିନଙ୍କ ଲାଗି ଘୃଣ୍ୟ କାମ କରୁଛନ୍ତି  ଟ୍ରମ୍ପ ଓ ଭେନ୍ସ। ତେବେ ସିନେଟ୍ ଡେମୋକ୍ରାଟମାନେ ସ୍ୱାଧୀନତା ଓ ଗଣତନ୍ତ୍ର ନିମନ୍ତେ ଲଢିବା କେବେ ଛାଡିବେନି ବୋଲି କହିଛନ୍ତି। ନେବ୍ରାସ୍କାର ରିପବ୍ଲିକାନ ପ୍ରତିନିଧି ଡନ ବେକନ ବୈଠକର ସଞ୍ଚାଳନକୁ ସମାଲୋଚନା କରି ‘ଏହା ଆମେରିକା ବିଦେଶ ନୀତି ନିମନ୍ତେ ଏକ ଖରାପ ଦ

ଡୋନାଲ୍ଡ ଟ୍ରମ୍ପ ଓ ଜେଲେନସ୍କିଙ୍କ ଝଗଡ଼ା ପରେ ଦୁନିଆ ଏବେ ଦୁଇଫାଳ, ଜାଣନ୍ତୁ କାହା ପଟେ ଏବେ କେଉଁ ଦେଶ?

ନୂଆଦିଲ୍ଲୀ ୧।୩: ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉପରାଷ୍ଟ୍ରପତି ଜେ.ଡି.ଭେନ୍ସ ମଧ୍ୟରେ ଓଭାଲ ଅଫିସରେ ଉତ୍ତେଜନାପୂର୍ଣ୍ଣ ବଚସା ଏହା ପରେ ଗଣମାଧ୍ୟମରେ ସେମାନଙ୍କ ବୟାନ ସାରା ଦୁନିଆକୁ ଏବେ ଦୁଇ ଭାଗରେ ବାଣ୍ଟି ଦେଇଛି। ଟ୍ରମ୍ପଙ୍କ ସପକ୍ଷରେ ଏବେ ଋଷିଆ ଓ ହଙ୍ଗେରୀ ଥିବା ବେଳେ ଜେଲେନସ୍କିଙ୍କ ସପକ୍ଷରେ ନେବ୍ରାସ୍କା, ଫ୍ରାନ୍ସ, ସ୍ପେନ୍, ନରୱେ, ଲିଥୁଆନିୟା, ଜର୍ମାନୀ, ନେଦରଲ୍ୟାଣ୍ଡସ୍, କାନାଡା, ଅଷ୍ଟ୍ରେଲିଆ ଓ ବ୍ରିଟେନ ଆଦି ଦେଶ ବାହାରିଛନ୍ତି। 

ଏପରିକି ଆମେରିକୀୟ ସାଂସଦମାନେ ମଧ୍ୟ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ଏହି ଝଗଡ଼ା ପରେ ଜେଲେନସ୍କି ତାଙ୍କ ହ୍ୱାଇଟହାଉସ୍ ଯାତ୍ରା ସଂକ୍ଷିପ୍ତ କରି ଫେରିଯାଇଥିବା ବେଳେ  ଆମେରିକା-ୟୁକ୍ରେନ ସମ୍ପର୍କର ଭବିଷ୍ୟତକୁ ନେଇ ଚିନ୍ତା ବଢି ଯାଇଛି। ସିନେଟ୍ ଡେମୋକ୍ରାଟମାନେ ଟ୍ରମ୍ପ ଓ ଭେନ୍ସଙ୍କ ଋଷିଆ ରାଷ୍ଟ୍ରପତିଙ୍କ ଲାଗି କାମ କରୁଥିବାର ଅଭିଯୋଗ କରିଛନ୍ତି। ସଂଖ୍ୟାଲଘୁ ସିନେଟ ନେତା ଚକ୍ ସୁମର କହିଛନ୍ତି ଯେ ପୁଟିନଙ୍କ ଲାଗି ଘୃଣ୍ୟ କାମ କରୁଛନ୍ତି  ଟ୍ରମ୍ପ ଓ ଭେନ୍ସ। ତେବେ ସିନେଟ୍ ଡେମୋକ୍ରାଟମାନେ ସ୍ୱାଧୀନତା ଓ ଗଣତନ୍ତ୍ର ନିମନ୍ତେ ଲଢିବା କେବେ ଛାଡିବେନି ବୋଲି କହିଛନ୍ତି। 

ନେବ୍ରାସ୍କାର ରିପବ୍ଲିକାନ ପ୍ରତିନିଧି ଡନ ବେକନ ବୈଠକର ସଞ୍ଚାଳନକୁ ସମାଲୋଚନା କରି ‘ଏହା ଆମେରିକା ବିଦେଶ ନୀତି ନିମନ୍ତେ ଏକ ଖରାପ ଦିନ’ ବୋଲି କହିଛନ୍ତି। ବେକନ କହିଛନ୍ତି ସ୍ୱାଧୀନତା, ମୁକ୍ତ ବଜାର ଓ ଆଇନର ଶାସନ ନିମନ୍ତେ ୟୁକ୍ରେନ ଆଶା ରଖୁଛି, ସେ ପାଶ୍ଚାତ୍ୟର ଅଂଶ ହେବାକୁ ଚାହୁଁଛି। ତେବେ ଋଷିଆ ଆମକୁ ଓ ଆମ ପାଶ୍ଚାତ୍ୟ ମୂଲ୍ୟକୁ ଘୃଣା କରୁଛି। ଆମକୁ ଏବେ ସ୍ପଷ୍ଟ ହେବାକୁ ପଡିବ ଯେ ଆମେ ସ୍ୱାଧୀନତାର ସପକ୍ଷରେ ଛିଡା ହୋଇଛେ। 

ସେପଟେ ବୈଠକ ଉପରେ ପ୍ରତିକ୍ରିୟା ରଖି ଋଷିଆ ବିଦେଶମନ୍ତ୍ରାଳୟ ମୁଖପାତ୍ର କହିଛନ୍ତି ଯେ ଏହା ‘ସଂଜମତାର ଚମତ୍କାର’ ଥିଲା। ଟ୍ରମ୍ପ ଓ ଭେନ୍ସ ଶାରୀରିକ ଆକ୍ରମକତାର ସାହାରା ନେଇ ନଥିଲେ। ଏଥିମଧ୍ୟରେ ଋଷିଆର ପୂର୍ବତନ ରାଷ୍ଟ୍ରପତି ଦିମିତ୍ରୀ ମେଦଭେଦେଭ ସୋସିଆଲ ମିଡିଆରେ ଏକ ଅପମାନଜନକ ପୋଷ୍ଟରେ ଓଭାଲ ଅଫିସରେ ଜେଲେନସ୍କିଙ୍କୁ ‘ଉଚିତ୍ ଜବାବ’ ମିଳିଥିବାରୁ ପ୍ରଶଂସା କରିଛନ୍ତି। ତେବେ ୟୁକ୍ରେନ ବିଦେଶମନ୍ତ୍ରୀ ଏଣ୍ଡ୍ରି ସିବିହା ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ‘ଉଚିତ ପାଇଁ ଛିଡା ହେବାର ବାହାଦୁରୀ ଓ ତାକତ’କୁ ଉଚ୍ଚ ପ୍ରଶଂସା କରିଛନ୍ତି। 

ସିବିହା ଏକ୍ସ ରେ ‘ଜେଲେନସ୍କି ୟୁକ୍ରେନ ଓ ନ୍ୟାୟପୂର୍ଣ୍ଣ ସ୍ଥାୟୀ ଶାନ୍ତି ଲକ୍ଷ୍ୟ ଲାଗି ଛିଡା ହୋଇଥିବା’ ଉଲ୍ଲେଖ କରିଛନ୍ତି ଏହା ସହିତ ୟୁକ୍ରେନକୁ ଆମେରିକାର ସହାୟତା ନିମନ୍ତେ କୃତଜ୍ଞତା ମଧ୍ୟ ଜଣାଇଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ କହିଛନ୍ତି ‘ଋଷିଆ ଆକ୍ରମଣକାରୀ ଓ ୟୁକ୍ରେନୀୟ ପୀଡ଼ିତ। ସେହିମାନଙ୍କୁ ସମ୍ମାନ କରିବା ଦରକାର ଯେଉଁମାନେ ଆରମ୍ଭରୁ ଲଢୁଛନ୍ତି’। ସ୍ପେନ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍ ସୋସିଆଲ ମିଡିଆ ଅପଡେଟ୍ ରେ ୟୁକ୍ରେନ ପ୍ରତି ନିଜର ସମର୍ଥନ ଜଣାଇଛନ୍ତି। ସେ ତାଙ୍କ ବାର୍ତ୍ତାକୁ ସ୍ପେନୀୟ, ଇଂରାଜୀ ଓ ୟୁକ୍ରେନୀୟ ଭାଷାରେ ପୋଷ୍ଟ କରିଛନ୍ତି। କହିଛନ୍ତି ୟୁକ୍ରେନ, ସ୍ପେନ ତୁମ ସହିତ ରହିଛି। 

ସେହିପରି ପୋଲାଣ୍ଡ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ ସୋସିଆଲ ମିଡିଆ ପୋଷ୍ଟରେ ଜେଲେନସ୍କିଙ୍କ ପ୍ରତି ସମର୍ଥନ ଜଣାଇଛନ୍ତି। ସେ କହିଛନ୍ତି ୟୁକ୍ରେନ ଏହି ଯୁଦ୍ଧରେ ଏକାକୀ ନୁହେଁ, ପ୍ରିୟ ଜେଲେନସ୍କି, ପ୍ରିୟ ୟୁକ୍ରେନୀୟ ବନ୍ଧୁ ଆପଣାନେ ଏକା ନୁହନ୍ତି। ନରୱେ ପ୍ରଧାନମନ୍ତ୍ରୀ ଜୋନାସ ଗହର ଷ୍ଟୋରେ ୟୁକ୍ରେନ ପ୍ରତି ନିଜର ସମର୍ଥନ ଦୋହରାଇଥିବା ବେଳେ ‘ଆମେ ନ୍ୟାୟପୂର୍ଣ୍ଣ ଓ ସ୍ଥାୟୀ ଶାନ୍ତି ନିମନ୍ତେ ସଂଘର୍ଷରେ ୟୁକ୍ରେନ ସହିତ ଛିଡା ହୋଇଛୁ’ ବୋଲି ଉଲ୍ଲେଖ କରିଛନ୍ତି। 

ସେହିପରି ସ୍ୱିଡେନ ପ୍ରଧାନମନ୍ତ୍ରୀ ଉଲ୍ଫ କ୍ରିଷ୍ଟରସନ ସ୍ୱିଡେନ ଏହି ଯୁଦ୍ଧରେ ୟୁକ୍ରେନ ସହିତ ଛିଡା ହୋଇଥିବା ଓ ଆପଣମାନେ କେବଳ ଆପଣଙ୍କ ସ୍ୱାଧୀନତା ପାଇଁ ନୁହେଁ ପୁରା ୟୁରୋପ ପାଇଁ ଲଢୁଛନ୍ତି ବୋଲି ଉଲ୍ଲେଖ କରିଛନ୍ତି। ଲିଥୁଆନିୟା ରାଷ୍ଟ୍ରପତି ଗିତାନାସ ନୌସେଦା ଆଶ୍ୱାସନ ଦେଇ କହିଛନ୍ତି ଯେ ‘ୟୁକ୍ରେନ ତୁମେ କେବେ ଏକାକୀ ଚାଲିବନି’। ଆର୍ୟଲ୍ୟାଣ୍ଡ ବିଦେଶମନ୍ତ୍ରୀ ସାଇମନ ହ୍ୟାରିସ୍ ‘ଏହି ଯୁଦ୍ଧ ପାଇଁ ୟୁକ୍ରେନ ଦାୟି ନୁହେଁ ଯାହା ଋଷିଆର ଅବୈଧ ଆକ୍ରମଣ କାରଣରୁ ହେଉଛି, ଆମେ ୟୁକ୍ରେନ ସହିତ ଛିଡା ହୋଇଛୁ’ ବୋଲି କହିଛନ୍ତି। 

ଜର୍ମାନର ପୂର୍ବତନ ଚାନ୍ସେଲର ଓଲାଫ ସୋଲଜ୍ କହିଛନ୍ତି ‘ୟୁକ୍ରେନ ନାଗରିକଙ୍କ ଅପେକ୍ଷା ଅଧିକ ଶାନ୍ତି ଅନ୍ୟ କେହି ଚାହୁଁ ନାହାନ୍ତି। ଏଣୁ ଆମେ ଏକ ସ୍ଥାୟୀ ଓ ନ୍ୟାୟପୂର୍ଣ୍ଣ ଶାନ୍ତି ରାସ୍ତା ଖୋଜିବା ପାଇଁ ଏକାଠି କାମ କରୁଛୁ, ୟୁକ୍ରେନ ଏବେ ଜର୍ମାନ ଓ ୟୁରୋପ ଉପରେ ଭରସା କରିପାରେ।’ ନେଦରଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଡିକ୍ ସୁଫ ତାଙ୍କ ସମର୍ଥନକୁ ଦୋହରାଇଛନ୍ତି। କହିଛନ୍ତି ନେଦରଲ୍ୟାଣ୍ଡ ପୂର୍ବାପେକ୍ଷା ଏବେ ୟୁକ୍ରେନକୁ ଅଧିକ ଦୃଢତାର ସହ ସମର୍ଥନ କରୁଛି। ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବନ ଏକ୍ସ ରେ ‘ମଜଭୁତ ଲୋକେ ଶାନ୍ତି ସ୍ଥାପନା କରନ୍ତି, ଦୁର୍ବଳମନା ଯୁଦ୍ଧ କରନ୍ତି। ଆଜି ଆମେରିକା ରାଷ୍ଟ୍ରପତି ଶାନ୍ତି ପାଇଁ ସାହାସର ସହିତ ଛିଡା ହୋଇଛନ୍ତି,ହୁଏତ ଏହା ଅନେକଙ୍କୁ ଭଲ ଲାଗୁ ନଥାଇପାରେ ତେବେ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ’ ବୋଲି ଉଲ୍ଳେଖ କରିଛନ୍ତି।