ଇରାନୀ କପ୍‌ରେ ଦ୍ୱିଶତକ ମାରିବାରେ ସରଫରାଜ ଚତୁର୍ଥ ଯୁବ ବ୍ୟାଟର, ହାସଲ କଲେ ଏହି ଖାସ୍ ଉପଲବ୍ଧି

ନୂଆଦିଲ୍ଲୀ: ମୁମ୍ୱାଇ ପାଇଁ ବ୍ୟାଟର ସରଫରାଜ ଖାନ ରେଷ୍ଟ ଅଫ୍ ଇଣ୍ଡିଆ ବିପକ୍ଷରେ ଚମତ୍କାର ବ୍ୟାଟିଂ କରି ଦ୍ୱିଶତକ ହାସଲ କରିଛନ୍ତି । ୨୬ ବର୍ଷ ୩୪୬ ଦିନ ବୟସର ସରଫରାଜ ଇରାନୀ କପରେ ଦ୍ୱିଶତକ ହାସଲ କରିବାରେ ଚତୁର୍ଥ ଯୁବ ବ୍ୟାଟର ହୋଇଛନ୍ତି । ଏହାସହ ଇରାନୀ କପରେ ଏପରି କରିବାରେ ସେ ପ୍ରଥମ ବ୍ୟାଟର ହୋଇଛନ୍ତି । ସରଫରାଜଙ୍କ ଦ୍ୱିଶତକ ବଳରେ ମୁମ୍ୱାଇ ପ୍ରଥମ ଇନିଂସରେ ବିଶାଳ ସ୍କୋର କରିଛି ।ସେହିପରି ଇରାନୀ କପରେ ମୁମ୍ୱାଇ ପକ୍ଷରୁ ସର୍ବାଧିକ ରନ୍ କରିଥିବା ବ୍ୟାଟର ହୋଇଛନ୍ତି । ସେ ଏହି ମାମଲାରେ ରାମନାଥ ପାରକରଙ୍କୁ ପଛରେ ପକାଇଛନ୍ତି । ୧୯୭୨ ମସିହାରେ ପାରକର ୧୯୫ ରନ୍ କରିଥିଲେ । ସରଫରାଜ ପ୍ରଥମ ଶ୍ରେଣୀ କ୍ରିକେଟରେ ୧୫ ଶତକ ମାରି ସାରିଛନ୍ତି ଏବଂ ଘରୋଇ କ୍ରିକେଟରେ ନିଜ ଛାପ ଛାଡ଼ି ଆସୁଛନ୍ତି । ସରଫରାଜଙ୍କ ପୂର୍ବରୁ ଯଶସ୍ୱୀ ଜୈସ୍ୱାଲ ୨୧ ବର୍ଷ ୬୩ ଦିନ ବୟସରେ ଇରାନୀ ଟ୍ରଫିରେ ଦ୍ୱିଶତକ ମାରିଥିଲେ । ଏହି ଦୁଇ ବ୍ୟାଟରଙ୍କ ବ୍ୟତୀତ ଇରାନୀ କପରେ ଦ୍ୱିଶତକ ମାରିଥିବା ସବୁଠୁ ଯୁବ ବ୍ୟାଟର ପ୍ରବୀଣ ଆମରେ (୨୨ ବର୍ଷ ୮୦ ଦିନ) ଏବଂ ଗୁଣ୍ଡପ୍ପା ବିଶ୍ୱନାଥ (୨୫ ବର୍ଷ ୨୫୫ ଦିନ) ସାମିଲ ଅଛନ୍ତି ।???? turns into 2⃣0⃣0⃣ ????A sensational double century for Sarfaraz Khan✌️He becomes the 1⃣st Mumbai player to score a double ton in #IraniCup ????The celebrations say it all ????#I

ଇରାନୀ କପ୍‌ରେ ଦ୍ୱିଶତକ ମାରିବାରେ ସରଫରାଜ ଚତୁର୍ଥ ଯୁବ ବ୍ୟାଟର, ହାସଲ କଲେ ଏହି ଖାସ୍ ଉପଲବ୍ଧି

ନୂଆଦିଲ୍ଲୀ: ମୁମ୍ୱାଇ ପାଇଁ ବ୍ୟାଟର ସରଫରାଜ ଖାନ ରେଷ୍ଟ ଅଫ୍ ଇଣ୍ଡିଆ ବିପକ୍ଷରେ ଚମତ୍କାର ବ୍ୟାଟିଂ କରି ଦ୍ୱିଶତକ ହାସଲ କରିଛନ୍ତି । ୨୬ ବର୍ଷ ୩୪୬ ଦିନ ବୟସର ସରଫରାଜ ଇରାନୀ କପରେ ଦ୍ୱିଶତକ ହାସଲ କରିବାରେ ଚତୁର୍ଥ ଯୁବ ବ୍ୟାଟର ହୋଇଛନ୍ତି । ଏହାସହ ଇରାନୀ କପରେ ଏପରି କରିବାରେ ସେ ପ୍ରଥମ ବ୍ୟାଟର ହୋଇଛନ୍ତି । ସରଫରାଜଙ୍କ ଦ୍ୱିଶତକ ବଳରେ ମୁମ୍ୱାଇ ପ୍ରଥମ ଇନିଂସରେ ବିଶାଳ ସ୍କୋର କରିଛି ।

ସେହିପରି ଇରାନୀ କପରେ ମୁମ୍ୱାଇ ପକ୍ଷରୁ ସର୍ବାଧିକ ରନ୍ କରିଥିବା ବ୍ୟାଟର ହୋଇଛନ୍ତି । ସେ ଏହି ମାମଲାରେ ରାମନାଥ ପାରକରଙ୍କୁ ପଛରେ ପକାଇଛନ୍ତି । ୧୯୭୨ ମସିହାରେ ପାରକର ୧୯୫ ରନ୍ କରିଥିଲେ । ସରଫରାଜ ପ୍ରଥମ ଶ୍ରେଣୀ କ୍ରିକେଟରେ ୧୫ ଶତକ ମାରି ସାରିଛନ୍ତି ଏବଂ ଘରୋଇ କ୍ରିକେଟରେ ନିଜ ଛାପ ଛାଡ଼ି ଆସୁଛନ୍ତି । ସରଫରାଜଙ୍କ ପୂର୍ବରୁ ଯଶସ୍ୱୀ ଜୈସ୍ୱାଲ ୨୧ ବର୍ଷ ୬୩ ଦିନ ବୟସରେ ଇରାନୀ ଟ୍ରଫିରେ ଦ୍ୱିଶତକ ମାରିଥିଲେ । ଏହି ଦୁଇ ବ୍ୟାଟରଙ୍କ ବ୍ୟତୀତ ଇରାନୀ କପରେ ଦ୍ୱିଶତକ ମାରିଥିବା ସବୁଠୁ ଯୁବ ବ୍ୟାଟର ପ୍ରବୀଣ ଆମରେ (୨୨ ବର୍ଷ ୮୦ ଦିନ) ଏବଂ ଗୁଣ୍ଡପ୍ପା ବିଶ୍ୱନାଥ (୨୫ ବର୍ଷ ୨୫୫ ଦିନ) ସାମିଲ ଅଛନ୍ତି ।

ସରଫରାଜଙ୍କ ଜମଦାର ବ୍ୟାଟିଂ ବଳରେ ମୁମ୍ୱାଇ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୯ ୱିକେଟ୍ ହରାଇ ୫୩୬ ରନ କରିବାରେ ସଫଳ ହୋଇଛି । ଷ୍ଟମ୍ପ ସୁଦ୍ଧା ସରଫରାଜ ୨୭୬ ବଲରେ ୨୫ ଚୌକା ଏବଂ ଚାରି ଛକା ବଳରେ ୨୨୧ ରନ୍ କରି ଅପରାଜିତ ଅଛନ୍ତି । ନିଜର ଏହି ଇନିଂସ ବଳରେ ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ଼, ଶିଖର ଧାୱନ ଏବଂ ଜୈସ୍ୱାଲଙ୍କ ପରି ବ୍ୟାଟରଙ୍କ କ୍ଲବରେ ସରଫରାଜ ସାମିଲ ହୋଇଛନ୍ତି ।