ଲୋହିତ ସାଗରରେ ବ୍ରିଟିଶ୍ ଜାହାଜ ଉପରେ ହମଲା , ୟେମେନ ଉପକୂଳକୁ ଟାର୍ଗେଟ୍
ନୂଆଦିଲ୍ଲୀ : ପଶ୍ଚିମ ଏସିଆରେ ସଙ୍କଟର କଳା ବାଦଲ ପୁଣି ଥରେ ଘେରିବା ଦେଖା ଦେଇଛି। ଏପିର ରିପୋର୍ଟ ଅନୁସାରେ, ରବିବାର ଲୋହିତ ସାଗରରେ ଥିବା ଏକ ବ୍ରିଟିଶ୍ ଜାହାଜରେ ୟେମେନ ଉପକୂଳରୁ କିଛି ସଶସ୍ତ୍ର ଲୋକେ ରକେଟ୍ ଓ ବନ୍ଧୁକ ଦ୍ୱାରା ଆକ୍ରମଣ କରିଥିଲେ। ଜାହାଜରେ ଥିବା ଏକ ସୁରକ୍ଷା ଦଳ ଜବାବୀ କାର୍ଯ୍ୟାନୁଷ୍ଠାନ କରିଥିଲେ ଏବଂ ଆକ୍ରମଣର ଉଚିତ୍ ଜବାବ ଦେଇଥିଲେ। ୟୁକେ ମେରିଟାଇମ୍ ଟ୍ରେଡ୍ ଅପରେସନ୍ସ ସେଣ୍ଟର ଏହି ବିଷୟରେ ଅଧିକ ସୂଚନା ଦେଇ କହିଛି ଯେ, ବର୍ତ୍ତମାନ ଏହି ସଂଘର୍ଷ ଜାରି ରହିଛି। ହେଲେ ଏବେସୁଦ୍ଧା କେହି ବି ଆକ୍ରମଣର ଦାୟିତ୍ୱ ନେଇ ନାହାନ୍ତି। ଏହାର ତଦନ୍ତ ଜାରି ରହିଛି। ୟେମେନରେ ହୁତି ବିଦ୍ରୋହୀଙ୍କ କର୍ତ୍ତୃତ୍ୱ ରହିଛି, ସେମାନେ ପ୍ରତିଦିନ ଏହି ଅଞ୍ଚଳରେ ଯାତାୟାତ କରୁଥିବା ଜାହାଜ ଗୁଡ଼ିକୁ ଟାର୍ଗେଟ୍ କରି ଚାଲିଛନ୍ତି। ଇରାନ ଓ ଇସ୍ରାଏଲର ଯୁଦ୍ଧ ବେଳେ ମଧ୍ୟ ହୁତିମାନେ ଇରାନ ପ୍ରତି ନିଜର ସମର୍ଥନର ଘୋଷଣା କରି ଆମେରିକାକୁ ଧମକ ଦେଇଥିଲେ , ଯଦି ସେ ଇରାନ ଉପରେ ଆକ୍ରମଣ କରେ ତ ଲୋହିତ ସାଗରରେ ଆମେରିକୀୟ ଓ ଏହାର ମିତ୍ର ଦେଶର ଜାହାଜ ଗୁଡ଼ିକ ଉପରେ ଆକ୍ରମଣ କରାଯିବ। ଏହା ପୂର୍ବରୁ ମଧ୍ୟ ହୁତିମାନେ ନଭେମ୍ୱର ୨୦୨୩ରୁ ଏବେସୁଦ୍ଧା ୧୦୦ରୁ ଅଧିକ ବ୍ୟାବସାୟିକ ଜାହାଜ ଗୁଡ଼ିକୁ ମିସାଇଲ ଓ ଡ୍ରୋନ୍ ଦ୍ୱାରା ଟାର୍ଗେଟ କରିଥିଲେ, ଯେଉଁଥିରେ ଦୁଇଟି ଜାହାଜ ବୁଡ଼ି ଯାଇଥିଲା ଏବଂ ଚାରି ଜଣ ନାବିକଙ୍କ ମୃତ୍ୟ
ନୂଆଦିଲ୍ଲୀ : ପଶ୍ଚିମ ଏସିଆରେ ସଙ୍କଟର କଳା ବାଦଲ ପୁଣି ଥରେ ଘେରିବା ଦେଖା ଦେଇଛି। ଏପିର ରିପୋର୍ଟ ଅନୁସାରେ, ରବିବାର ଲୋହିତ ସାଗରରେ ଥିବା ଏକ ବ୍ରିଟିଶ୍ ଜାହାଜରେ ୟେମେନ ଉପକୂଳରୁ କିଛି ସଶସ୍ତ୍ର ଲୋକେ ରକେଟ୍ ଓ ବନ୍ଧୁକ ଦ୍ୱାରା ଆକ୍ରମଣ କରିଥିଲେ। ଜାହାଜରେ ଥିବା ଏକ ସୁରକ୍ଷା ଦଳ ଜବାବୀ କାର୍ଯ୍ୟାନୁଷ୍ଠାନ କରିଥିଲେ ଏବଂ ଆକ୍ରମଣର ଉଚିତ୍ ଜବାବ ଦେଇଥିଲେ। ୟୁକେ ମେରିଟାଇମ୍ ଟ୍ରେଡ୍ ଅପରେସନ୍ସ ସେଣ୍ଟର ଏହି ବିଷୟରେ ଅଧିକ ସୂଚନା ଦେଇ କହିଛି ଯେ, ବର୍ତ୍ତମାନ ଏହି ସଂଘର୍ଷ ଜାରି ରହିଛି। ହେଲେ ଏବେସୁଦ୍ଧା କେହି ବି ଆକ୍ରମଣର ଦାୟିତ୍ୱ ନେଇ ନାହାନ୍ତି। ଏହାର ତଦନ୍ତ ଜାରି ରହିଛି।
ୟେମେନରେ ହୁତି ବିଦ୍ରୋହୀଙ୍କ କର୍ତ୍ତୃତ୍ୱ ରହିଛି, ସେମାନେ ପ୍ରତିଦିନ ଏହି ଅଞ୍ଚଳରେ ଯାତାୟାତ କରୁଥିବା ଜାହାଜ ଗୁଡ଼ିକୁ ଟାର୍ଗେଟ୍ କରି ଚାଲିଛନ୍ତି। ଇରାନ ଓ ଇସ୍ରାଏଲର ଯୁଦ୍ଧ ବେଳେ ମଧ୍ୟ ହୁତିମାନେ ଇରାନ ପ୍ରତି ନିଜର ସମର୍ଥନର ଘୋଷଣା କରି ଆମେରିକାକୁ ଧମକ ଦେଇଥିଲେ , ଯଦି ସେ ଇରାନ ଉପରେ ଆକ୍ରମଣ କରେ ତ ଲୋହିତ ସାଗରରେ ଆମେରିକୀୟ ଓ ଏହାର ମିତ୍ର ଦେଶର ଜାହାଜ ଗୁଡ଼ିକ ଉପରେ ଆକ୍ରମଣ କରାଯିବ। ଏହା ପୂର୍ବରୁ ମଧ୍ୟ ହୁତିମାନେ ନଭେମ୍ୱର ୨୦୨୩ରୁ ଏବେସୁଦ୍ଧା ୧୦୦ରୁ ଅଧିକ ବ୍ୟାବସାୟିକ ଜାହାଜ ଗୁଡ଼ିକୁ ମିସାଇଲ ଓ ଡ୍ରୋନ୍ ଦ୍ୱାରା ଟାର୍ଗେଟ କରିଥିଲେ, ଯେଉଁଥିରେ ଦୁଇଟି ଜାହାଜ ବୁଡ଼ି ଯାଇଥିଲା ଏବଂ ଚାରି ଜଣ ନାବିକଙ୍କ ମୃତ୍ୟୁ ହୋଇଥିଲା।
ଆପଣଙ୍କୁ କହି ରଖୁଛୁ କି , ଏବେ କିଛି ମାସ ପୂର୍ବେ ଆମେରିକୀୟ ନେଭି ୟେମେନର ହୁତିଙ୍କ ଉପରେ ବୋମା ବର୍ଷଣ କରିଥିଲେ, ଯେଉଁଥିରେ ହୁତିଙ୍କର ଖୁବ୍ ଇନଫ୍ରାଷ୍ଟ୍ରକଚର ଧ୍ୱଂସ ହୋଇ ଯାଇଥିଲା। ପରେ ଉଭୟ ପକ୍ଷଙ୍କ ମଧ୍ୟରେ ଶାନ୍ତି ଚୁକ୍ତି ହୋଇଥିଲା , କିନ୍ତୁ ଇରାନ ଉପରେ ଆମେରିକୀୟ ଆକ୍ରମଣ ପରେ ହୁତିମାନେ ପୁଣି ଲୋହିତ ସାଗରରେ ଯାଉଥିବା ଜାହାଜ ଗୁଡ଼ିକ ଉପରେ ଡ୍ରୋନ୍ ଓ ରକେଟ୍ରେ ଆକ୍ରମଣ କରିବା ଆରମ୍ଭ କରି ଦେଇଛନ୍ତି।