ମହାରାଷ୍ଟ୍ର ନାସିକ୍ରେ ସୁଖୋଇ ବିମାନ ଦୁର୍ଘଟଣା ଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ୨ ପାଇଲଟ

ନାସିକ ୪।୬: ଭାରତୀୟ ବାୟୁସେନା (ଆଇଏଏଫ)ର ଏକ ସୁଖୋଇ ଯୁଦ୍ଧବିମାନ ମଙ୍ଗଳବାର ଦୁର୍ଘଟଣାରେ ନଷ୍ଟ ହୋଇଯାଇଛି। ଏହି ଦୁର୍ଘଟଣା ମହାରାଷ୍ଟ୍ର ନାସିକରେ ହୋଇଛି। ନାସିକ ରେଞ୍ଜ ସ୍ପେଶାଲ ଆଇଜି ଡି.ଆର.କରାଲେ କହିଛନ୍ତି ଯେ  ସୁଖୋଇ ଏସୟୁ-୩୦ ଏମକେଆଇ ବିମାନର ପାଇଲଟ ଓ କୋ-ପାଇଲଟ ବିମାନରୁ ସୁରକ୍ଷିତ ବାହାରିଯାଇଛନ୍ତି। ଅଧିକାରୀ କହିଛନ୍ତି ଯେ ବିମାନଟିକୁ ୱିଙ୍ଗ କମାଣ୍ଡର ବକିଲ ଓ କୋ-ପାଇଲଟ କମାଣ୍ଡର ବିଶ୍ୱାସ ଉଡାଉଥିଲେ। ଉଭୟ ପାଇଲଟ ସୁରକ୍ଷିତ ଅଛନ୍ତି। ବିମାନଟି ସିରସଗାଁବ ନିକଟରେ ଦୁର୍ଘଟଣାଗ୍ରସ୍ତ ହେବା ପରେ ଏଥିରେ ନିଆଁ ଲାଗିଯାଇଥିଲା। ତେବେ ନିଆଁକୁ ଲିଭାଇ ଦିଆଯାଇଛି। ବିମାନ ଖଣ୍ଡଖଣ୍ଡ ହୋଇ ୫୦୦ ମିଟରରେ ଖସିଥିଲା। ଭାରତୀୟ ବାୟୁସେନା, ଏଚଏଏଲ ସୁରକ୍ଷା ଏବଂ ଏଚଏଏଲ ବୈଷୟିକ ଟିମ୍‌ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଋଷୀୟ ଯୁଦ୍ଧବିମାନ ସୁଖୋଇ ଏସୟୁ-୩୦ ଏମକେଆଇକୁ ଭାରତୀୟ ବାୟୁସେନାରେ ସବୁଠୁ ଶକ୍ତିଶାଳୀ ଯୁଦ୍ଧବିମାନ ମନେ କରାଯାଏ। ଏଣୁ ବାୟୁସେନାରେ ୨୭୨ଟି ସକ୍ରିୟ ସୁଖୋଇ ଏସୟୁ-୩୦ ଯୁଦ୍ଧବିମାନ ରହିଛି। ଏହା ଦୁଇ ଇଞ୍ଜିନର ଯୁଦ୍ଧବିମାନ ହୋଇଥିବା ବେଳେ ଏହାକୁ ଦୁଇଜଣ ଚାଳକ ଉଡାଇଥାନ୍ତି। ଏଥିରୁ କେତେକ ଜାହାଜକୁ ସୁପରସୋନିକ ମିସାଇଲ ବ୍ରହ୍ମୋସ୍ ଲଞ୍ଚ କରିବା ପାଇଁ ଅପଗ୍ରେଡ କରାଯାଇଛି। ସୁଖୋଇ ବିମାନ ୩୦୦୦ କିଲୋମିଟର ପର୍ଯ୍ୟନ୍ତ ଆକ୍ରମଣ କରିପାରିବ। ଏହାର କ୍ରୁଜ ରେଞ୍ଜ ୩,୨୦୦ କିଲୋମିଟର ପର୍ଯ୍ୟନ୍ତ ହୋଇ

ମହାରାଷ୍ଟ୍ର ନାସିକ୍ରେ ସୁଖୋଇ ବିମାନ ଦୁର୍ଘଟଣା ଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ୨ ପାଇଲଟ

ନାସିକ ୪।୬: ଭାରତୀୟ ବାୟୁସେନା (ଆଇଏଏଫ)ର ଏକ ସୁଖୋଇ ଯୁଦ୍ଧବିମାନ ମଙ୍ଗଳବାର ଦୁର୍ଘଟଣାରେ ନଷ୍ଟ ହୋଇଯାଇଛି। ଏହି ଦୁର୍ଘଟଣା ମହାରାଷ୍ଟ୍ର ନାସିକରେ ହୋଇଛି। ନାସିକ ରେଞ୍ଜ ସ୍ପେଶାଲ ଆଇଜି ଡି.ଆର.କରାଲେ କହିଛନ୍ତି ଯେ  ସୁଖୋଇ ଏସୟୁ-୩୦ ଏମକେଆଇ ବିମାନର ପାଇଲଟ ଓ କୋ-ପାଇଲଟ ବିମାନରୁ ସୁରକ୍ଷିତ ବାହାରିଯାଇଛନ୍ତି। ଅଧିକାରୀ କହିଛନ୍ତି ଯେ ବିମାନଟିକୁ ୱିଙ୍ଗ କମାଣ୍ଡର ବକିଲ ଓ କୋ-ପାଇଲଟ କମାଣ୍ଡର ବିଶ୍ୱାସ ଉଡାଉଥିଲେ। ଉଭୟ ପାଇଲଟ ସୁରକ୍ଷିତ ଅଛନ୍ତି। 

ବିମାନଟି ସିରସଗାଁବ ନିକଟରେ ଦୁର୍ଘଟଣାଗ୍ରସ୍ତ ହେବା ପରେ ଏଥିରେ ନିଆଁ ଲାଗିଯାଇଥିଲା। ତେବେ ନିଆଁକୁ ଲିଭାଇ ଦିଆଯାଇଛି। ବିମାନ ଖଣ୍ଡଖଣ୍ଡ ହୋଇ ୫୦୦ ମିଟରରେ ଖସିଥିଲା। ଭାରତୀୟ ବାୟୁସେନା, ଏଚଏଏଲ ସୁରକ୍ଷା ଏବଂ ଏଚଏଏଲ ବୈଷୟିକ ଟିମ୍‌ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଋଷୀୟ ଯୁଦ୍ଧବିମାନ ସୁଖୋଇ ଏସୟୁ-୩୦ ଏମକେଆଇକୁ ଭାରତୀୟ ବାୟୁସେନାରେ ସବୁଠୁ ଶକ୍ତିଶାଳୀ ଯୁଦ୍ଧବିମାନ ମନେ କରାଯାଏ। ଏଣୁ ବାୟୁସେନାରେ ୨୭୨ଟି ସକ୍ରିୟ ସୁଖୋଇ ଏସୟୁ-୩୦ ଯୁଦ୍ଧବିମାନ ରହିଛି। 

ଏହା ଦୁଇ ଇଞ୍ଜିନର ଯୁଦ୍ଧବିମାନ ହୋଇଥିବା ବେଳେ ଏହାକୁ ଦୁଇଜଣ ଚାଳକ ଉଡାଇଥାନ୍ତି। ଏଥିରୁ କେତେକ ଜାହାଜକୁ ସୁପରସୋନିକ ମିସାଇଲ ବ୍ରହ୍ମୋସ୍ ଲଞ୍ଚ କରିବା ପାଇଁ ଅପଗ୍ରେଡ କରାଯାଇଛି। ସୁଖୋଇ ବିମାନ ୩୦୦୦ କିଲୋମିଟର ପର୍ଯ୍ୟନ୍ତ ଆକ୍ରମଣ କରିପାରିବ। ଏହାର କ୍ରୁଜ ରେଞ୍ଜ ୩,୨୦୦ କିଲୋମିଟର ପର୍ଯ୍ୟନ୍ତ ହୋଇଥିବା ବେଳେ କମ୍ବାଟ ରେଞ୍ଜ ୧,୫୦୦ କିଲୋମିଟର ପର୍ଯ୍ୟନ୍ତ। ଏହା ଏକ ଓଜନିଆ ଯୁଦ୍ଧବିମାନ ହୋଇଥିଲେ ବି ଦ୍ରୁତ ଗତି ଯୋଗୁ ବେଶ୍ ଜଣାଶୁଣା। ଏହି ବିମାନ ଆକାଶରେ ଘଣ୍ଟାପ୍ରତି ୨,୧୦୦ କିଲୋମିଟର ବେଗରେ ଗତିକରିପାରେ।