ବନ୍ୟଜନ୍ତୁଙ୍କ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ଘଟଣା, ମାମଲାର ତଦନ୍ତ କରିବ ED
ଭୁବନେଶ୍ୱର ୨୧।୦୪ : ବନ୍ୟଜନ୍ତୁଙ୍କ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ କରି ଟଙ୍କା କମାଇବା ଘଟଣା । ମାମଲାର ତଦନ୍ତ କରିବ ଇଡି । ଏନେଇ ଇଡି ନିର୍ଦ୍ଦେଶକଙ୍କୁ ଚିଠି ଲେଖିଲେ ବନ୍ୟପ୍ରାଣୀ ପିସିସିଏଫ । ଖବର ଅନୁଯାୟୀ, ଯାଜପୁରର ବଦ୍ରି ନାରାୟଣ ଭଦ୍ରା ଓ ମୋନାଲିଲା ଭଦ୍ରାଙ୍କୁ ପୂର୍ବରୁ ଗିରଫ କରିଛି ବନ ବିଭାଗ । ଏ ଦମ୍ପତି ବେଆଇନ ଭାବେ ମାଙ୍କଡ଼କୁ ଘରେ ରଖିବା ସହ ଏହାର ଭିଡିଓକୁ ନିଜର ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ଼ କରୁଥିଲେ । ସେହିପରି ମିଲିଆନ ଫଲଓର୍ସ ଥିବା ଭଦ୍ରକର ମିର୍ଜା ମହମ୍ମଦ ଆରିଫ ମଧ୍ୟ ସାପ ସହ ଖେଳର ଭିଡିଓ ସୋସିଆଲ ମିଡ଼ିଆରେ ଅପଲୋଡ଼ କରୁଥିଲା । ଏମାନେ ୟୁଟୁବ ଓ ସୋସିଆଲ ମିଡ଼ିଆ ଜରିଆରେ କେତେ ଟଙ୍କା କମାଇଛନ୍ତି ତାହାର ଖୋଳ ତାଡ଼ କରିବ ଇଡି ।
ଭୁବନେଶ୍ୱର ୨୧।୦୪ : ବନ୍ୟଜନ୍ତୁଙ୍କ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ କରି ଟଙ୍କା କମାଇବା ଘଟଣା । ମାମଲାର ତଦନ୍ତ କରିବ ଇଡି । ଏନେଇ ଇଡି ନିର୍ଦ୍ଦେଶକଙ୍କୁ ଚିଠି ଲେଖିଲେ ବନ୍ୟପ୍ରାଣୀ ପିସିସିଏଫ ।
ଖବର ଅନୁଯାୟୀ, ଯାଜପୁରର ବଦ୍ରି ନାରାୟଣ ଭଦ୍ରା ଓ ମୋନାଲିଲା ଭଦ୍ରାଙ୍କୁ ପୂର୍ବରୁ ଗିରଫ କରିଛି ବନ ବିଭାଗ । ଏ ଦମ୍ପତି ବେଆଇନ ଭାବେ ମାଙ୍କଡ଼କୁ ଘରେ ରଖିବା ସହ ଏହାର ଭିଡିଓକୁ ନିଜର ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ଼ କରୁଥିଲେ । ସେହିପରି ମିଲିଆନ ଫଲଓର୍ସ ଥିବା ଭଦ୍ରକର ମିର୍ଜା ମହମ୍ମଦ ଆରିଫ ମଧ୍ୟ ସାପ ସହ ଖେଳର ଭିଡିଓ ସୋସିଆଲ ମିଡ଼ିଆରେ ଅପଲୋଡ଼ କରୁଥିଲା । ଏମାନେ ୟୁଟୁବ ଓ ସୋସିଆଲ ମିଡ଼ିଆ ଜରିଆରେ କେତେ ଟଙ୍କା କମାଇଛନ୍ତି ତାହାର ଖୋଳ ତାଡ଼ କରିବ ଇଡି ।