ବଦଳିଲା ହରିୟାଣାର ନିର୍ବାଚନ ତାରିଖ, ଜମ୍ମୁ-କାଶ୍ମୀରରେ ଏହି ଦିନ ଭୋଟ୍ ଗଣତି
ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ମତଦାନ ତାରିଖ ଘୁଞ୍ଚିଛି। ମତଦାନ ଅକ୍ଟୋବର ୧ ବଦଳରେ ଅକ୍ଟୋବର ୫ ତାରିଖରେ ହେବ। ଏହା ସହିତ ଜମ୍ମୁ-କାଶ୍ମୀର ଓ ହରିୟାଣା ନିର୍ବାଚନର ଭୋଟ୍ ଗଣତି ଅକ୍ଟୋବର ୪ ତାରିଖ ବଦଳରେ ଅକ୍ଟୋବର ୮ ତାରିଖକୁ ଘୁଞ୍ଚାଯାଇଛି। ଅର୍ଥାତ ଦୁଇ ରାଜ୍ୟର ନିର୍ବାଚନ ଫଳାଫଳ ଅକ୍ଟୋବର ୮ ତାରିଖରେ ପ୍ରକାଶ ପାଇବ। ନିର୍ବାଚନ ଆୟୋଗ ପକ୍ଷରୁ ଏ ସଂପର୍କରେ ସୂଚନା ଦିଆଯାଇଛି ଯେ, ବିଶ୍ନୋଇ ସମୁଦାୟଙ୍କ ମତଦାନ ଅଧିକାର ଓ ପରମ୍ପରାକୁ ସମ୍ମାନ ଜଣାଇ ମତଦାନ ଓ ଭୋଟ୍ ଗଣତି ତାରିଖ ବଦଳା ଯାଇଛି। Election Commission of India (ECI) revises polling day for Haryana from October 1 to October 5, 2024 and accordingly counting day for J&K and Haryana Assembly elections from October 4 to October 8, 2024The decision has been taken to honour both the voting rights and the… pic.twitter.com/ZzewD1B69U— ANI (@ANI) August 31, 2024ବିଜେପି ଓ ଇଣ୍ଡିଆନ ନ୍ୟାସନାଲ ଲୋକ ଦଳ(ଆଇଏନଏଲଡି) ପକ୍ଷରୁ ମଧ୍ୟ ନିର୍ବାଚନ ଆୟୋଗ ତାରିଖ ବଦଳାଇବାକୁ ଦାବି କରିଥିଲେ। ଦୁଇ ଦଳ ଆୟୋଗଙ୍କୁ ଲିଖିତ ରୂପେ ଅନୁରୋଧ କରିଥିଲେ ଯେ, ନିର୍ବାଚନ ତାରିଖ (ଅକ୍ଟୋବର ୧)କୁ ବଦଳା ଯାଉ। କାରଣ ଏହି ତାରିଖରେ ସପ୍ତାହାନ୍ତ, ସାର୍ବଜନୀନ ଛୁଟି ଓ ଧାର୍ମିକ ଉ
ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ମତଦାନ ତାରିଖ ଘୁଞ୍ଚିଛି। ମତଦାନ ଅକ୍ଟୋବର ୧ ବଦଳରେ ଅକ୍ଟୋବର ୫ ତାରିଖରେ ହେବ। ଏହା ସହିତ ଜମ୍ମୁ-କାଶ୍ମୀର ଓ ହରିୟାଣା ନିର୍ବାଚନର ଭୋଟ୍ ଗଣତି ଅକ୍ଟୋବର ୪ ତାରିଖ ବଦଳରେ ଅକ୍ଟୋବର ୮ ତାରିଖକୁ ଘୁଞ୍ଚାଯାଇଛି। ଅର୍ଥାତ ଦୁଇ ରାଜ୍ୟର ନିର୍ବାଚନ ଫଳାଫଳ ଅକ୍ଟୋବର ୮ ତାରିଖରେ ପ୍ରକାଶ ପାଇବ। ନିର୍ବାଚନ ଆୟୋଗ ପକ୍ଷରୁ ଏ ସଂପର୍କରେ ସୂଚନା ଦିଆଯାଇଛି ଯେ, ବିଶ୍ନୋଇ ସମୁଦାୟଙ୍କ ମତଦାନ ଅଧିକାର ଓ ପରମ୍ପରାକୁ ସମ୍ମାନ ଜଣାଇ ମତଦାନ ଓ ଭୋଟ୍ ଗଣତି ତାରିଖ ବଦଳା ଯାଇଛି।
Election Commission of India (ECI) revises polling day for Haryana from October 1 to October 5, 2024 and accordingly counting day for J&K and Haryana Assembly elections from October 4 to October 8, 2024
The decision has been taken to honour both the voting rights and the… pic.twitter.com/ZzewD1B69U— ANI (@ANI) August 31, 2024
ବିଜେପି ଓ ଇଣ୍ଡିଆନ ନ୍ୟାସନାଲ ଲୋକ ଦଳ(ଆଇଏନଏଲଡି) ପକ୍ଷରୁ ମଧ୍ୟ ନିର୍ବାଚନ ଆୟୋଗ ତାରିଖ ବଦଳାଇବାକୁ ଦାବି କରିଥିଲେ। ଦୁଇ ଦଳ ଆୟୋଗଙ୍କୁ ଲିଖିତ ରୂପେ ଅନୁରୋଧ କରିଥିଲେ ଯେ, ନିର୍ବାଚନ ତାରିଖ (ଅକ୍ଟୋବର ୧)କୁ ବଦଳା ଯାଉ। କାରଣ ଏହି ତାରିଖରେ ସପ୍ତାହାନ୍ତ, ସାର୍ବଜନୀନ ଛୁଟି ଓ ଧାର୍ମିକ ଉତ୍ସବ ରହୁଛି। ତେଣୁ ସେପ୍ଟେମ୍ବର ୨୯ ଓ ସେପ୍ଟେମ୍ବର ୩୦ ଶନିବାର ଓ ରବିବାର ଛୁଟି ରହିଛି ଏବଂ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ କାରଣରୁ ଅବକାଶ ରହିବ। ଏମିତି ଛୁଟିର ଫାଇଦା ଉଠାଇ ଲୋକେ ନିଜ ସହରରୁ ବାହାରକୁ ଯାଇ ପାରନ୍ତି। ଏମିତି ହେଲେ ଭୋଟ୍ ହାର ଅହେତୁକ ହ୍ରାସ ପାଇପାରେ।
ଅନ୍ୟପଟେ କଂଗ୍ରେସ, ଜନନାୟକ ଜନତା ପାର୍ଟି(ଜେଜେପି) ଓ ଆମ୍ ଆଦମୀ ପାର୍ଟି(ଆପ୍) ନିର୍ବାଚନ ତାରିଖ ବଦଳାଇବାକୁ ବିରୋଧ କରିଥିଲେ। ଏହି ତିନି ଦଳର କହିବା କଥା ବିଜେପି ନିଜର ସମ୍ଭାବିତ ପରାଜୟକୁ ଡରି ଏହି ତାରିଖ ବଦଳାଇବାକୁ ଦାବି କରିଛି। ତେବେ ନିର୍ବାଚନ ଆୟୋଗ ଏହାକୁ ଗୁରତର ସହ ଗ୍ରହଣ କରି ହରିୟାଣାର ନିର୍ବାଚନ ତାରିଖ ୧କୁ ଘୁଞ୍ଚାଇ ୪ ତାରିଖ ରଖିଛନ୍ତି। ଏଥିସହ ହରିୟାଣା ଓ ଜମ୍ମୁ-କାଶ୍ମୀରର ଭୋଟ୍ ଗଣତି ଅକ୍ଟୋବର ୮ ତାରିଖରେ ହେବ।