ଡୋନାଲ୍ଡ ଟ୍ରମ୍ପଙ୍କ ଉପରକୁ ପୁଣି ଗୁଳିମାଡ଼ ଉଦ୍ୟମ; ଅଳ୍ପକେ ବର୍ତ୍ତିଲେ ରିପବ୍ଲିକାନ୍ ପାର୍ଟି ପ୍ରାର୍ଥୀ
ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଆମେରିକାରେ ବାରମ୍ବାର ହିଂସା । ପୁଣି ଥରେ ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ ହୋଇଛି । AK-47ରେ ଗୁଳିମାଡ଼ ହୋଇଥିବା କୁହାଯାଉଛି । ମାତ୍ର ଅଳ୍ପକେ ବର୍ତ୍ତି ଯାଇଛନ୍ତି ଟ୍ରମ୍ପ । ସେ ସୁରକ୍ଷିତ ଥିବା ନେଇ ସୋଲିଆଲ୍ ମିଡିଆରେ ସୂଚନା ଦେଇଛନ୍ତି । ଅନ୍ୟପଟେ ଟ୍ରମ୍ପଙ୍କୁ ଗୁଳିମାଡ଼ ହୋଇଥିବା ଘଟଣା ଖବର ପାଇ ଦୁଃଖ ପ୍ରକାଶ କରିଛନ୍ତି ଡେମୋକ୍ରାଟିକ୍ ପ୍ରାର୍ଥୀ କମଲା ହାରିସ୍ । ସେ କହିଛନ୍ତି, ଆମେରିକାରେ ହିଂସାର ସ୍ଥାନ ନାହିଁ । ସୂଚନା ଅନୁଯାୟୀ, ଫ୍ଲୋରିଡାର ପାମ୍ ବିଚ୍ ନିକଟରେ ଥିବା ଗଲ୍ଫ କ୍ଲବ୍ ବାହାରେ ଏହି ଗୁଳିମାଡ଼ ହୋଇଛି । ଏକ-୪୭ରେ ତାଙ୍କ ଉପରକୁ ଆକ୍ରମଣ ହୋଇଥିବା ସୂଚନା ରହିଛି । ଏହି ଘଟଣା ପରେ ଆମେରିକା FBI ଏବଂ ସିକ୍ରେଟ୍ ସର୍ଭିସ୍ ସାମ୍ବିଦିକ ସମ୍ମିଳନୀ କରି କହିଛି, ସ୍ଥାନୀୟ ସମୟ ରବିବାର ଦିନ ରାତି ପ୍ରାୟ ସାଢ଼େ ୧୧ଟାରେଗଲ୍ଫ କୋର୍ସ ଆଖପାଖରେ ଏହି ଗୁଳିମାଡ଼ ହୋଇଛି । ହେଲେ ଟ୍ରମ୍ପଙ୍କ ଶରୀରରେ ଗୁଳି ବାଜି ନାହିଁ, ସେ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଅଛନ୍ତି । ଏହି ହତ୍ୟା ଉଦ୍ୟମ ଘଟଣାର ତଦନ୍ତ ଦାୟିତ୍ବ ଆମେରିକା ସଂଘୀୟ ଯାଞ୍ଚ ବ୍ୟୁରୋକୁ ଦିଆଯାଇଛି । ସେପଟେ ଟ୍ରମ୍ପଙ୍କ ପୁଅ ଡୋନାଲ୍ଡ ଟ୍ରମ୍ପ ଜୁନିୟର କହିଛନ୍ତି, ଗଲ୍ଫ କୋର୍ସରେ ନିକଟରେ ଥିବା ଘଞ୍ଚ ଅରଣ୍ୟରୁ ଏକ AK-47 ମିଳିଛି ଏବଂ ଏହି ଘଟ
ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଆମେରିକାରେ ବାରମ୍ବାର ହିଂସା । ପୁଣି ଥରେ ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ ହୋଇଛି । AK-47ରେ ଗୁଳିମାଡ଼ ହୋଇଥିବା କୁହାଯାଉଛି । ମାତ୍ର ଅଳ୍ପକେ ବର୍ତ୍ତି ଯାଇଛନ୍ତି ଟ୍ରମ୍ପ । ସେ ସୁରକ୍ଷିତ ଥିବା ନେଇ ସୋଲିଆଲ୍ ମିଡିଆରେ ସୂଚନା ଦେଇଛନ୍ତି । ଅନ୍ୟପଟେ ଟ୍ରମ୍ପଙ୍କୁ ଗୁଳିମାଡ଼ ହୋଇଥିବା ଘଟଣା ଖବର ପାଇ ଦୁଃଖ ପ୍ରକାଶ କରିଛନ୍ତି ଡେମୋକ୍ରାଟିକ୍ ପ୍ରାର୍ଥୀ କମଲା ହାରିସ୍ । ସେ କହିଛନ୍ତି, ଆମେରିକାରେ ହିଂସାର ସ୍ଥାନ ନାହିଁ ।
ସୂଚନା ଅନୁଯାୟୀ, ଫ୍ଲୋରିଡାର ପାମ୍ ବିଚ୍ ନିକଟରେ ଥିବା ଗଲ୍ଫ କ୍ଲବ୍ ବାହାରେ ଏହି ଗୁଳିମାଡ଼ ହୋଇଛି । ଏକ-୪୭ରେ ତାଙ୍କ ଉପରକୁ ଆକ୍ରମଣ ହୋଇଥିବା ସୂଚନା ରହିଛି । ଏହି ଘଟଣା ପରେ ଆମେରିକା FBI ଏବଂ ସିକ୍ରେଟ୍ ସର୍ଭିସ୍ ସାମ୍ବିଦିକ ସମ୍ମିଳନୀ କରି କହିଛି, ସ୍ଥାନୀୟ ସମୟ ରବିବାର ଦିନ ରାତି ପ୍ରାୟ ସାଢ଼େ ୧୧ଟାରେଗଲ୍ଫ କୋର୍ସ ଆଖପାଖରେ ଏହି ଗୁଳିମାଡ଼ ହୋଇଛି । ହେଲେ ଟ୍ରମ୍ପଙ୍କ ଶରୀରରେ ଗୁଳି ବାଜି ନାହିଁ, ସେ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଅଛନ୍ତି । ଏହି ହତ୍ୟା ଉଦ୍ୟମ ଘଟଣାର ତଦନ୍ତ ଦାୟିତ୍ବ ଆମେରିକା ସଂଘୀୟ ଯାଞ୍ଚ ବ୍ୟୁରୋକୁ ଦିଆଯାଇଛି ।
ସେପଟେ ଟ୍ରମ୍ପଙ୍କ ପୁଅ ଡୋନାଲ୍ଡ ଟ୍ରମ୍ପ ଜୁନିୟର କହିଛନ୍ତି, ଗଲ୍ଫ କୋର୍ସରେ ନିକଟରେ ଥିବା ଘଞ୍ଚ ଅରଣ୍ୟରୁ ଏକ AK-47 ମିଳିଛି ଏବଂ ଏହି ଘଟଣାରେ ଜଣେ ସନ୍ଦିଗ୍ଧକୁ ଗିରଫ କରାଯାଇଛି । ବନ୍ଧୁକଧାରୀ ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ମାତ୍ର ୩୦୦ରୁ ୫୦୦ ମିଟର ଦୂରରେ ରହିଥିଲା । ଆମେରିକା ସିକ୍ରେଟ୍ ସର୍ଭିସ୍ ଯବାନ ମାନେ ସନ୍ଦିଗ୍ଧ ଉପରେ ପାଲଟା ଆକ୍ରମଣ କରି ୪ ରାଉଣ୍ଡ ଗୁଳିମାଡ଼ କରିଥିଲେ ।
ଏହା ପୂର୍ବରୁ ରାଷ୍ଟ୍ରପତି ନିର୍ବାଚନ ପାଇଁ ଏକ ସାଧାରଣ ରାଲିକୁ ଡୋନାଲ୍ଡ ଟ୍ରମ୍ପ ସମ୍ବୋଧିତ କରୁଥିବା ବେଳେ ତାଙ୍କୁ ହତ୍ୟା ଉଦ୍ୟମ ହୋଇଥିଲା । ଜଣେ ୨୦ ବର୍ଷୀୟ ଯୁବକ ତାଙ୍କୁ ଗୁଳିମାଡ଼ କରିଥିଲେ । ଟ୍ରମ୍ପଙ୍କ କାନରେ ଗୁଳି ବାଜି ଥିଲା । ଏଥିରେ ସେ ଗୁରୁତର ଭାବେ ଆହତ ହୋଇଥିଲେ ।